ବିଶ୍ବକପ -୨୦୨୩: ଆଜି ଓ୍ବାଙ୍ଖଡେରେ ଭାରତ-ଶ୍ରୀଲଙ୍କା ଲଢ଼େଇ

ଅର୍ଗସ ବ୍ୟୁରୋ: ଦିନିକିଆ ବିଶ୍ବକପ ୨୦୨୩। ଆଜି ମୁମ୍ବାଇରେ ଖେଳାଯିବ ବିଶ୍ବକପ ମ୍ୟାଚ। ଆଉ ଭାରତ ଶ୍ରୀଲଙ୍କା ମଧ୍ୟରେ ହେବ କଡ଼ା ଟକ୍କର। ଅପରାହ୍ନ ୨ଟାରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ହେବ ଲଢ଼େଇ। ମୁମ୍ବାଇ ଏହି ଷ୍ଟାଡିୟମରେ ଉଭୟ ଟିମ ୨୦୧୧ ବିଶ୍ବକପ ଫାଇନାଲ ଖେଳିଥିଲେ। ଯେଉଁଥିରେ ଭାରତୀୟ ବିଜୟୀ ହୋଇ ବିଶ୍ବ ଚାମ୍ପିୟନ ହୋଇଥିଲା।
ବର୍ତ୍ତମାନ ସୁଦ୍ଧା ଓ୍ବାନଡେ ଓ୍ବାର୍ଲ୍ଡକପରେ ଇଣ୍ଡିଆର ସ୍ଥିତି ମଜଭୁତ ରହିଛି। ଏପର୍ଯ୍ୟନ୍ତ ୬ଟି ମ୍ୟାଚ ଖଷଳିସାରିଛି ଟିମ ଇଣ୍ଡିଆ। ଆଉ ଏଯାଏ ସବୁ ମ୍ୟାଚ ଜିତିଛି। ସେହିପରି ଶ୍ରୀଲଙ୍କା ବର୍ତ୍ତମାନ ସୁଦ୍ଧା ୬ଟି ମୁକାବିଲା ଖେଳିସାରିଛି। ଯେଉଁଥିରେ ୨ଟି ମୁକାବିଲା ଜିତିଥିବାବେଳେ ୪ଟିରେ ପରାସ୍ତ ହୋଇଛି।
ଇଣ୍ଡିଆ ପ୍ଲେଇଙ୍ଗ ୧୧- ରୋହିତ ଶର୍ମା (କ୍ୟାପଟେନ) , ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ସୂର୍ଯ୍ୟ କୁମାର ଯାଦବ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରିତ ବୁମରା ଏବଂ ମହମ୍ମଦ ସିରାଜ।
📱 Get Argus News App
✨ଶ୍ରୀଲଙ୍କା ପ୍ଲେଇଙ୍ଗ ୧୧- ପଥୁମ ନିଶଙ୍କ, ଦିମୁଥ କରୁଣାରତ୍ନେ, କୁଶଲ ମେଣ୍ଡିସ (କ୍ୟାପଟେନ), ସଦିରା ସମରବିକ୍ରମା, ଚରିଥ ଆଶାଲଙ୍କା, ଆଞ୍ଜୋଲା ମାଥ୍ୟୁସ, ଦୁନିଧ ଓ୍ବେଲାଲଗେ/ଧନଞ୍ଜୟ ଡି ସିଲଭା, କାସୁନ ରଜିଥା, ମହୀଶ ତୀକ୍ଷଣା, ଦିଲସାନ ମଦୁଶଙ୍କା, ଦୁଷ୍ମନ୍ତ ଚାମୀରା।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର