|
logo
Live

Argus News - ବିଶ୍ବକପ-୨୦୨୩: ଟସ ଜିତି ଭାରତର ବ୍ୟାଟିଂ ଜାରି

Sports

ବିଶ୍ବକପ-୨୦୨୩: ଟସ ଜିତି ଭାରତର ବ୍ୟାଟିଂ ଜାରି

Ritu Das
Browse all articles by Ritu Das
·2 years ago·1 min read
ବିଶ୍ବକପ-୨୦୨୩: ଟସ ଜିତି ଭାରତର ବ୍ୟାଟିଂ ଜାରି

ଅର୍ଗସ ବ୍ୟୁରୋ: ବିଶ୍ବକପ-୨୦୨୩। କୋଲକାତାରେ ଟସ ଜିତି ଭାରତର ବ୍ୟାଟିଂ ଜାରି ରହିଛି। ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି। ସାଉଥଆଫ୍ରିକା। ତେବେ ଏହି ମ୍ୟାଚରେ ଭାରତୀୟ ଟିମରେ କୌଣସି ପରିବର୍ତ୍ତନ ହୋଇନି। ବର୍ତ୍ତମାନ ମ୍ୟାଚ ଚାଲିଥିବା ଇଣ୍ଡିଆ ଟିମ ୯୩ ରନ କରିଛି। ପ୍ରଥମ ଓ୍ବିକେଟର ପତ୍ତନ ହୋଇଛି। ଇଣ୍ଡିଆ ଟିମର କ୍ୟାପଟେନ ରୋହିତ ଶର୍ମା ୪୦ ରନ କରି ପାଭିଲିୟନ ଫେରିଛନ୍ତି। ବିରାଟ କୋହଲିଙ୍କ ଜନ୍ମଦିନ ଥିବାରୁ ତାଙ୍କଠାରୁ ଫ୍ୟାନମାନେ ଅଧିକ ଆଶା ରଖିଛନ୍ତି। 

ଭାରତ ବର୍ତ୍ତମାନ ସୁଦ୍ଧା ୭ଟି ମ୍ୟାଚ ଖେଳିସାରିଛି। ଯେଉଁଥିରେ ୭ଟି ମୁକାବିଲାରେ ବିଜୟୀ ହୋଇସାରିଛି। ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି। ଚଳିତ ବିଶ୍ବକପରେ ଟିମ ଇଣ୍ଡିଆ ସମସ୍ତ ବିଭାଗ ଦମଦାର ପ୍ରଦର୍ଶନ କରୁଛି। ଯାହାଫଳରେ ଟିମ ପ୍ରତି ମ୍ୟାଚକୁ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଜିତିପାରୁଛି। 
ସେପଟେ ଦକ୍ଷିଣ ଆଫ୍ରିକା ଟିମ ମଧ୍ୟ ଜବରଦସ୍ତ ଫର୍ମରେ ରହିଛି। ଏବେ ସୁଦ୍ଧା ଟିମ ୭ଟି ମୁକାବିଲା ଖେଳିସାରିଛି। ଯେଉଁଥିରୁ ୬ଟିରେ ବିଜୟୀ ହୋଇଥିବାବେଳେ ଗୋଟିଏ ମୁକାବିଲାରେ ପରାସ୍ତ ହୋଇଛି। ମୋଟ ୧୨ ଅଙ୍କ ସହ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଶ୍ବକପ-୨୦୨୩: ଟସ ଜିତି ଭାରତର ବ୍ୟାଟିଂ ଜାରି | Argus News