Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଂଲାଦେଶରେ ବିଶ୍ୱକପ ବିପଦ: ଅଷ୍ଟ୍ରେଲିଆ ମହିଳା କ୍ରିକେଟରଙ୍କ ବଡ଼ ବୟାନ

Sports

ବାଂଲାଦେଶରେ ବିଶ୍ୱକପ ବିପଦ: ଅଷ୍ଟ୍ରେଲିଆ ମହିଳା କ୍ରିକେଟରଙ୍କ ବଡ଼ ବୟାନ

Ritu Das
Browse all articles by Ritu Das
·1 year ago·2 min read
ବାଂଲାଦେଶରେ ବିଶ୍ୱକପ ବିପଦ: ଅଷ୍ଟ୍ରେଲିଆ ମହିଳା କ୍ରିକେଟରଙ୍କ ବଡ଼ ବୟାନ

ଅର୍ଗସ ବ୍ୟୁରୋ: ବାଂଲାଦେଶର ରାଜନୈତିକ ଅସ୍ଥିରତା କ୍ରୀଡା ଜଗତକୁ ମଧ୍ୟ ପ୍ରଭାବିତ କରିଛି । ଏହି ଦେଶରେ ଅନ୍ତରୀଣ ସରକାର ଗଠନ ପରେ ବି ଲଗାତାର ଭାବରେ ହିଂସା ବଢିବାରେ ଲାଗିଛି। କମିବାର ନାଁ ନେଉନି ବାଂଲାଦେଶ ହିଂସା । ଫଳରେ ଏହା କ୍ରିକେଟ ଜଗତ ପାଇଁ ଅଶୁଭକର ସାବ୍ୟସ୍ତ ହୋଇଛି । କାରଣ ଏହି ଦେଶରେ ହିଁ ମହିଳା ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳାଯିବାର ଅଛି । ତେବେ ସତରେ କ’ଣ ଏହା ସମ୍ଭବ ହୋଇ ପାରିବ ଏଭଳି ପରିସ୍ଥିତିରେ। ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଖେଳାଳିମାନେ ବିଶ୍ବକପ ଖେଳିବାକୁ ଯିବାକୁ ଡରୁଛନ୍ତି। 

 

ଏମିତି ଘଡିସନ୍ଧି ମୁହୂର୍ତ୍ତରେ ଅଷ୍ଟ୍ରେଲିଆ ମହିଳା ଦଳର ଷ୍ଟାର ବ୍ୟାଟର ଏଲିସା ହିଲିଙ୍କ ବୟାନ ଏବେ ଚର୍ଚ୍ଚାରେ ଅଛନ୍ତି।  ସେ କହିଛନ୍ତି ଯେ, ବାଂଲାଦେଶ ହିଂସା ମଧ୍ୟରେ ମହିଳା ବିଶ୍ୱକପ ଏଠାରେ ଆୟୋଜିତ ହେବା ନିଶ୍ଚିତଭାବରେ ଏକ ବଡ ବିପଦ । କାରଣ ଏହି ଦେଶରେ କୌଣସି ସମୟରେ କିଛି ବି ହେଇପାରେ। ଯେଉଁଭଳି ଭାବେ ନିରୀହ ଲୋକଙ୍କ ଜୀବନ ଯାଉଥିଲା ତାହା ସମସ୍ତଙ୍କ ଛାତିକୁ ଥରାଇଦେଉଥିଲା। ସେଥିପାଇଁ ସେଠାରେ ମ୍ୟାଚ ହେଲେ କ୍ରିକେଟରଙ୍କ ଜୀବନ ମଧ୍ୟ ଅକାଳରେ ବିପଦ ଯାଇପାରେ। ଆମର ମୃତ୍ୟୁ ମଧ୍ୟ ହୋଇଯାଇପାରେ ବୋଲି କହିଛନ୍ତି। ମୁଁ ଭାବୁନି ଏହି ସମୟରେ ବାଂଲାଦେଶରେ ବିଶ୍ବକପ ଆୟୋଜନ କରିବା ଉଚିତ ହେବ। କାରଣ ସେଠାକାର ପରିସ୍ଥିତି ଗମ୍ଭୀର ରହିଛି। ଦେଖିଲେ ବି ଡର ଲାଗୁଛି। ଯିବା କଥା ତ ପରେ ଅଛି। 

ପ୍ରକାଶଥାଉ ଯେ, ବାଂଲାଦେଶରେ ୩ ଅକ୍ଟୋବରରୁ ମହିଳା ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ୨୦ ଅକ୍ଟୋବରରେ ଖେଳାଯିବ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମଧ୍ୟ ଏବେଯାଏଁ ନିଜର ଶେଷ ନିଷ୍ପତ୍ତି ନେଇ ନାହିଁ । ଏଭଳି ସ୍ଥିତିରେ ସେଠାରେ କ୍ରିକେଟ ଖେଳିବା ବିପଦପୂର୍ଣ୍ଣ ରହିବ ବୋଲି ଏଲିସା ହିଲି କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ସେପଟେ ବାଂଲାଦେଶ କ୍ରିକେଟ ବୋର୍ଡର କ୍ରିକେଟ ସଞ୍ଚାଳନ ଅଧ୍ୟକ୍ଷ ଜଲାଲ ୟୁନୁସ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଜଲାଲ ବାଂଲାଦେଶ କ୍ରିକେଟ ବୋର୍ଡର ନିର୍ଦ୍ଦେଶକ ଦାୟିତ୍ୱରେ ମଧ୍ୟ ରହିଥିଲେ। ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ହିଂସାକୁ ଦୃଷ୍ଟିରେ ରଖି ସେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଛାତ୍ର ସଂରକ୍ଷଣ ରାଜନୀତିରୁ ଆରମ୍ଭ ହୋଇଥିବା ବିବାଦ ବର୍ତ୍ତମାନ ସାରା ଦେଶରେ ବ୍ୟାପିଥିବା ବେଳେ କ୍ରିକେଟ ଜଗତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Sponsored
World Cup threat | Argus News