ଟି-୨୦ରେ ବିଶ୍ୱ ରେକର୍ଡ,୬ ଛକା ସହ ଗୋଟିଏ ଓଭରରେ ୩୯ ରନ୍!

ଅର୍ଗସ ବ୍ୟୁରୋ:୬ବଲରେ ଆପଣ ୩୬ ରନ୍ ଶୁଣିଥିବେ,ଯାହା ଭାରତୀୟ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂ ମାରିଥିଲେ,ଏଠି କିନ୍ତୁ ଟି-୨୦ରେ ହୋଇଛି ବିଶ୍ୱ ରେକର୍ଡ,୬ ଛକା ସହ ଗୋଟିଏ ଓଭରରେ ୩୯ ରନ୍ ହୋଇଛି। ଟ୍ୱେଣ୍ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ କ୍ରିକେଟରେ ନୂଆବିଶ୍ୱ ରେକର୍ଡ ସ୍ଥାପନ ହୋଇଛି । ଜଣେ ଖେଳାଳି ଗୋଟିଏ ଓଭରରେ ୩୯ ରନ କରି କ୍ରିକେଟର ଯୁବରାଜ ସିଂ, କିରଣ ପୋଲାର୍ଡ, ନିକୋଲାସ ପୂରନ, ରୋହିତ ଶର୍ମା ତଥା ରିଙ୍କୁ ସିଂଙ୍କ ଭଳି ଖେଳାଳିଙ୍କୁ ବି ମାତ ଦେଇଛନ୍ତି ଯାହା ପୁରୁଷ ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ ଉପ କ୍ଷେତ୍ରୀୟ ପୂର୍ବ ଏସିଆ-ପ୍ରଶାନ୍ତ କ୍ୱାଲିଫାୟର ଏ ୨୦୨୪ ରେ ଦେଖିବାକୁ ମିଳିଛି । ସମୋଆର ବ୍ୟାଟର ଡେରିୟସ ବିସ୍ୱର ଗୋଟିଏ ଓଭରରେ ୬ ଛକା ମାରି ମୋଟ ୩୯ ରନ କରିଥିଲେ । ୧୫ ତମ ଓଭରରେ ସେ ୩୯ ରନ କରି ବିଶ୍ୱ ରେକର୍ଡ କରିଛନ୍ତି । ଡେରିୟସ ୬ ଟି ଛକା ମାରିଥିଲେ ଓ ବାକି ୩ ରନ ନୋ ବଲରୁ ଆସିଥିଲା । ତାଙ୍କର ଏହି ରେକର୍ଡ ତାଙ୍କୁ ନୂଆ ପରିଚୟ ଦେଇଛି