Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭାରତର ବିଜୟ ପାଇଁ ପୂଜାର୍ଚ୍ଚନା, ହୋମଯଜ୍ଞ

Sports

ଭାରତର ବିଜୟ ପାଇଁ ପୂଜାର୍ଚ୍ଚନା, ହୋମଯଜ୍ଞ

Ritu Das
Browse all articles by Ritu Das
·1 year ago·1 min read
ଭାରତର ବିଜୟ ପାଇଁ ପୂଜାର୍ଚ୍ଚନା, ହୋମଯଜ୍ଞ

ଅର୍ଗସ ବ୍ୟୁରୋ: ଆଉ କିଛି ଘଣ୍ଟା ମଧ୍ୟରେ ଖେଳାଯିବ ଭାରତ -ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ ବିଶ୍ବକପର ଫାଇନାଲ ମ୍ୟାଚ। ଏନେଇ ଦେଶର କୋଣ ଅନୁକୋଣରେ ବେଶ ଉତ୍ସାହ ରହିଥିବାବେଳେ କ୍ରିକେଟ କ୍ରେଜ ଦେଖିବାକୁ ମିଳିଛି। ଏପରିକି ଟି-୨୦ ବିଶ୍ବକପରେ ବିଜୟ ପାଇଁ ଟିମ ଇଣ୍ଡିଆକୁ ବେଷ୍ଟ ଓ୍ବିଶେଶ ଜଣାଇବା ଆରମ୍ଭ ହୋଇଯାଇଛି। 

ଏପରିକି ଗଣମାଧ୍ୟମରେ କୁନି କୁନି ପିଲାମାନେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇବା ସହ ଭାରତ ଟି-୨୦ ବିଶ୍ବକପ ଆଣିବ ବୋଲି ଆଶାବାଦୀ ରହିଛନ୍ତି। ଏପରିକି ଭାରତର ବିଜୟ ପାଇ ଦେଶର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଉଛି। ଏପରିକି ପ୍ରୟାଗରାଜରେ କ୍ରିକେଟ ଫ୍ୟାନମାନେ ଗଙ୍ଗା ଆଳତୀ କରିଛନ୍ତି। 
ଟି-୨୦ କ୍ରିକେଟ ବିଶ୍ବକପ ଫାଇନାଲ ମ୍ୟାଚ କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ୨୦୦୭ରେ ଚାମ୍ପିୟନ ଓ ୨୦୧୪ରେ ରନର୍ସଅପ ଭାରତ ତୃତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ଭାରତ ଦ୍ବିତୀୟ ଥର ଟାଇଟାଲ ହାସଲ ଲକ୍ଷ୍ୟରେ ଥିବାବେଳେ ପ୍ରଥମ ଥର ବିଶ୍ବକପ ଫାଇନାଲ ମ୍ୟାଚ ଖେଳିବ ଦକ୍ଷିଣ ଆଫ୍ରିକା। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Worship | Argus News