Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡବ୍ଲୁପିଏଲ-୨୦୨୪: ଫ୍ଲାଇଙ୍ଗ ଗର୍ଲ ପାଲଟିଲେ ରିଚା ଘୋଷ

Sports

ଡବ୍ଲୁପିଏଲ-୨୦୨୪: ଫ୍ଲାଇଙ୍ଗ ଗର୍ଲ ପାଲଟିଲେ ରିଚା ଘୋଷ

Ritu Das
Browse all articles by Ritu Das
·2 years ago·1 min read
ଡବ୍ଲୁପିଏଲ-୨୦୨୪: ଫ୍ଲାଇଙ୍ଗ ଗର୍ଲ ପାଲଟିଲେ ରିଚା ଘୋଷ

ଅର୍ଗସ ବ୍ୟୁରୋ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ୱିକେଟ କିପର ରିଚା ଘୋଷ ଏବେ ଫ୍ଲାଇଙ୍ଗ ଗର୍ଲ ହୋଇ ଯାଇଛନ୍ତି। ସେ ୱମେନ ପ୍ରିମିୟର ଲିଗ୍(ଡବ୍ଲୁପିଏଲ)-୨୦୨୪ରେ ଏକ ମ୍ୟାଚରେ ଷ୍ଟମ୍ପ ପଛରେ ପବନରେ ଉଡ଼ି ଉଡ଼ି ଏକ ଚମତ୍କାର କ୍ୟାଚ୍ ଧରିଛନ୍ତି। ତାଙ୍କ ଉଡ଼ନ୍ତା କ୍ୟାଚ୍ ୟୁପି ୱାରିୟର୍ସର ବ୍ୟାଟ୍ସମ୍ୟାନ ଗ୍ରେସ ହ୍ୟାରିସଙ୍କୁ ପାଭିଲିୟନ ଫେରାଇ ଦେଇଥିଲା। ସୋଫି ଡିଭାଇନଙ୍କ ବୋଲିଂରେ ରିଚା ଏହି ଦମଦାର କ୍ୟାଚ୍ ଧରିଥିଲେ। ଡିଭାଇନଙ୍କ ଅଷ୍ଟମ ଓଭରରେ ଆରସିବିକୁ ଏହି ସଫଳତା ମିଳିଥିଲା। ଏବେ ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— JioCinema (@JioCinema) March 4, 2024

ଡିଭାଇନଙ୍କ ଓଭରର ପଞ୍ଚମ ବଲକୁ ଗ୍ରେସ ୱ‌ିକେଟ କିପର ଏବଂ ଫାଇନ ଲେଗ୍ ମଧ୍ୟରେ ଖେଳିବାକୁ ଚାହୁଁଥିଲେ କିନ୍ତୁ ରିଚା ପବନରେ ଜମ୍ପ କରି ଏହି କ୍ୟାଚ୍ ଧରିଥିଲେ। ଆରସିବି ଏହି ମ୍ୟାଚ୍ ରିଚାଙ୍କ ଏହି କ୍ୟାଚ୍ ଯୋଗୁ ଜିତି ଥିଲା। ଗ୍ରେସ୍ ଚଳିତ ସିଜିନରେ ଦମଦାର ବ୍ୟାଟିଂ କରିଛନ୍ତି। ଏପରିସ୍ଥଳେ ତାଙ୍କ ୱିକେଟ ଆରସିବି ପାଇଁ ବେଶ୍ ଗୁରୁତ୍ପୂର୍ଣ୍ଣ ଥିଲା। କାରଣ ଏହା ପୂର୍ବରୁ ଆରସିବି ଦୁଇଟି ମ୍ୟାଚ୍ ହାରି ସାରିଥିଲା। 

ଡବ୍ଲୁପିଏଲ-୨୦୨୪ର ଚଳିତ ସିଜିନରେ ବେଶ୍ ଭଲ ଫିଲ୍ଡିଂ ଏବଂ ଚମତ୍କାର କ୍ୟାଚ୍ ଦେଖିବାକୁ ମିଳିଛି। ରିଚାଙ୍କ ଏହି କ୍ୟାଚ୍କୁ କ୍ୟାଚ୍ ଅଫ୍ ଦି ମ୍ୟାଚ୍ କୁହାଯାଇଥିବାବ‌େଳେ ଏହା ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ କ୍ୟାଚ ମଧ୍ୟ ହେବାର ଆଶା ରହିଛି।

ଜଣେ ୱିକେଟ କିପରଙ୍କ ପାଇଁ ଏଭଳି କ୍ୟାଚ୍ ନେବା ଅତ୍ୟନ୍ତ କଷ୍ଟକର। ମାତ୍ର ରିଚା ଏହାକୁ ଧରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି। ତାଙ୍କ ପ୍ରଶଂସକ ଏହି ଫ୍ଲାଇଙ୍ଗ୍ କ୍ୟାଚ୍ ନେଇ ବେଶ୍ ଆନନ୍ଦିତ।
 

Raja Festival
Sponsored
WPL-2024 | Argus News