Videos
|
Sports

WPL News / WPL ଅକ୍ସନ ୨୦୨୬: ସବୁଠାରୁ ମହଙ୍ଗା ଖେଳାଳୀ ହେଲେ ଦୀପ୍ତି ଶର୍ମା

Ritu Das
Browse all articles by Ritu Das
·9 months ago·2 min read
WPL ଅକ୍ସନ ୨୦୨୬: ସବୁଠାରୁ ମହଙ୍ଗା ଖେଳାଳୀ ହେଲେ ଦୀପ୍ତି ଶର୍ମା

Key Points

  • ମହିଳା ପ୍ରିମିୟର ଲିଗ୍ ଅକ୍ସନରେ ବାଜି ମାରିଲେ ଦୀପ୍ତି ଶର୍ମା
  • ମହିଳା ପ୍ରିମିୟର ଲିଗ୍ ୨୦୨୬ ନିଲାମ ମାର୍କି ଖେଳାଳୀଙ୍କ ସହ ହୋଇଛି
  • ଏହି କ୍ୟାଟେଗୋରୀରେ ପ୍ରାୟ ୮ଖେଳାଳୀ ଥିଲେ 
ମହିଳା ପ୍ରିମିୟର ଲିଗ୍ ଅକ୍ସନରେ ବାଜି ମାରିଲେ ଦୀପ୍ତି ଶର୍ମା । ମହିଳା ପ୍ରିମିୟର ଲିଗ୍ ୨୦୨୬ ନିଲାମ ମାର୍କି ଖେଳାଳୀଙ୍କ ସହ ହୋଇଛି । ଏହି କ୍ୟାଟେଗୋରୀରେ ପ୍ରାୟ ୮ଖେଳାଳୀ ଥିଲେ । ୭ମାର୍କି ଖେଳାଳୀଙ୍କୁ ତାଙ୍କ ଟିମ୍ ମିଳିଯାଇଛି । କିନ୍ତୁ ଏହି ରାଉଣ୍ଡରେ ଆଶ୍ଚର୍ଯ୍ୟ କଲା ଭଳି କଥା ଏହା କି ଏଲିସା ହାଲି ଅନସୋଲ୍ଡ ରହିଛନ୍ତି । ଏହି ରାଉଣ୍ଡର ସବୁଠାରୁ ମହଙ୍ଗା ଖେଳାଳୀ ଅଲରାଉଣ୍ଡର ଦିପ୍ତୀ ଶର୍ମା ହୋଇଛନ୍ତି । ଯାହାଙ୍କ ଲାଗି ୟୁପି ଓ୍ବାରିୟର୍ସ ଆରଟିଏମର ବ୍ୟବହାର କରିଛନ୍ତି। ଦେଖନ୍ତୁ ବିକ୍ରି ହୋଇଥିବା ୯ମାର୍କି ଖେଳାଳୀଙ୍କୁ କେଉଁ ଟିମ୍ କେତେ ପ୍ରାଇସରେ କିଣିଛି ।

ୟୁପି ୱାରିୟର୍ସକୁ ଫେରିବା ନେଇ ଦୀପ୍ତି ଶର୍ମା କହିଛନ୍ତି, "ବହୁତ ଭଲ ଲାଗୁଛି । ମୁଁ ୟୁପିରୁ ଆସିଛି, ତେଣୁ ଏହି ଦଳ ସହିତ ମୋର ଏକ ଦୃଢ଼ ସମ୍ପର୍କ ଅଛି। ଏଠାକାର ପରିଚାଳନା ବହୁତ ଭଲ ଏବଂ ସହାୟକ ମଧ୍ୟ। ମହିଳା ପ୍ରିମିୟର ଲିଗ୍ ମୋର ପ୍ରଦର୍ଶନକୁ ଉନ୍ନତ କରିବାରେ ମୋତେ ବହୁତ ସାହାଯ୍ୟ କରିଛି।"

ଏହାସହ ପଢ଼ନ୍ତୁ : ସ୍ମୃତିଙ୍କୁ ଧୋକା ଦେଇନାହାନ୍ତି ପଲାଶ: ମୁହଁ ଖୋଲିଲେ ମିଷ୍ଟ୍ରି ଗର୍ଲ ମେରୀ

ଦୀପ୍ତି ଶର୍ମା ମହିଳା ପ୍ରିମିୟର ଲିଗ୍ ୨୦୨୬ନିଲାମ ତାଲିକାରେ ଆଲିସା ହିଲିଙ୍କ ପଛରେ ତୃତୀୟ ସ୍ଥାନରେ ରହିଥିଲେ। ହିଲିଙ୍କ ବିକ୍ରି ନ ହେବା ନିଲାମରେ ଏକ ଆଶର୍ଯ୍ୟଜନକ ଘଟଣା ଥିଲା। ଶେଷରେ ଦିଲ୍ଲୀ ତାଙ୍କ ମୂଳ ମୂଲ୍ୟରେ ନିଲାମ ଦେଇଥିଲେ । ଅନ୍ୟ କୌଣସି ଦଳ ଆଗ୍ରହ ଦେଖାଇବା ପରେ, ଦିଲ୍ଲୀରେ ବିକ୍ରି ହୋଇଥିଲେ । କିନ୍ତୁ ୟୁପି ତାଙ୍କ ଉପରେ ଆରଟିଏମ୍ ବ୍ୟବହାର କରିଥିଲା । ଯାହା ପରେ ଦିଲ୍ଲୀ ଏହାର ଚୁଡ଼ାନ୍ତ ମୂଲ୍ୟ ୩କୋଟି ୨୦ ଲକ୍ଷ ଟଙ୍କା କହିଥିଲା ମାତ୍ର ୟୁପି ଆରଟିଏମର ବ୍ୟବହାର କରି ଦିପ୍ତୀଙ୍କୁ କିଣିଛି। 

ଏହାସହ ପଢ଼ନ୍ତୁ : ସ୍ମୃତି ମନ୍ଧାନାଙ୍କ ବିବାହ ସ୍ଥଗିତ ପରେ ଜେମିମା ରୋଡ୍ରିଗ୍ସ ନେଲେ ବଡ଼ ନିଷ୍ପତ୍ତି


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୀପ୍ତି ଶର୍ମାଙ୍କ ମୂଲ୍ୟ

୩ କୋଟି ୨୦ଲକ୍ଷ ଟଙ୍କା (ୟୁପି ୱାରିୟର୍ସ)।

ମାର୍କି ରାଉଣ୍ଡରେ ବିକ୍ରି ହୋଇଥିବା ଖେଳାଳି ଏବଂ ସେମାନଙ୍କ ମୂଲ୍ୟ

ସୋଫି ଡିଭାଇନ୍ – ୨ କୋଟି (ଗୁଜୁରାଟ ଜାଏଣ୍ଟ୍ସ)

ଦୀପ୍ତି ଶର୍ମା – ୩.୨ କୋଟି (ୟୁପି ୱାରିୟର୍ସ)

ଏମେଲିଆ କେର – ୩କୋଟି (ମୁମ୍ବାଇ ଇଣ୍ଡିଆନ୍ସ)

ରେଣୁକା ସିଂ- ୬୦ଲକ୍ଷ (ଗୁଜୁରାଟ ଜିଆଣ୍ଟସ୍)

ସୋଫି ଏକ୍ଲେଷ୍ଟନ୍ – ୮୫ଲକ୍ଷ (ୟୁପି ୱାରିୟର୍ସ)
ମେଗ୍ ଲାନିଙ୍ଗ୍ – ୧.୯କୋଟି (ୟୁପି ୱାରିୟର୍ସ)
ଲୋରା ୱୋଲ୍ବାୱାଟ - ୧.୧ କୋଟି (ଦିଲ୍ଲୀ କ୍ୟାପିଟାଲ୍ସ)

ୟୁପି ୱାରିୟର୍ସ ମାର୍କି ରାଉଣ୍ଡରେ ତିନି ଜଣ ଖେଳାଳିଙ୍କୁ କିଣିଥିଲା, ଯେଉଁଥିରେ ଦୀପ୍ତି ଶର୍ମା (୩.୨ କୋଟି), ସୋଫି ଏକ୍ଲେଷ୍ଟନ୍ (୮୫ଲକ୍ଷ) ଏବଂ ମେଗ୍ ଲ୍ୟାନିଂ(୧.୯କୋଟି) ସାମିଲ ଥିଲେ। ଏହି ରାଉଣ୍ଡରେ ଗୁଜରାଟ ଜାଏଣ୍ଟସ ଦୁଇ ଜଣ ଖେଳାଳି (ସୋଫି ଡେଭାଇନ୍ ଏବଂ ରେଣୁକା ସିଂହ)ଙ୍କୁ ନିଜ ଦଳରେ ସାମିଲ କରିଛି ।