କୁସ୍ତି ଯୋଦ୍ଧା ନିଖତ ଜରୀନ,ତେଲେଙ୍ଗାନା ପୋଲିସରେ DSP ନିଯୁକ୍ତ
·1 year ago

ଅର୍ଗସ ବ୍ୟୁରୋ:କୁସ୍ତି ଯୋଦ୍ଧା ନିଖତ ଜରୀନଙ୍କୁ ମିଳିଛି ବଡ଼ ଦାୟିତ୍ୱ।ସେ ତେଲେଙ୍ଗାନା ପୋଲିସରେ DSP ଭାବେ ନିଯୁକ୍ତି ପାଇଛନ୍ତି। ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି ବିଶ୍ୱ ଚମ୍ପିଆନ୍ ବକ୍ସର ଜଣଙ୍କ। ସେ ପ୍ୟାରିସ୍ ଅଲମ୍ପିକ୍ସ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରିଥିଲେ,ତେଲେଙ୍ଗାନାର ପୋଲିସ ମହାନିର୍ଦ୍ଦେଶକ ଜିତେନ୍ଦ୍ରଙ୍କୁ ନିଜ ନିଯୁକ୍ତି ପତ୍ର ହସ୍ତାନ୍ତର କରିଛନ୍ତି । ନିଖତଙ୍କୁ ଡିଏସପି ଭାବରେ ନିଯୁକ୍ତ କରିବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । କମନୱେଲ୍ଥ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଏବଂ ଏସୀୟ ଗେମ୍ସରେ କାଂସ୍ୟ ପଦକ ଜିତିଛନ୍ତି,ଦୁଇ ଥର ବିଶ୍ୱ କୁସ୍ତିଯୋଦ୍ଧା ଚମ୍ପିଆନ୍ ରହିସାରିଛନ୍ତି ନିଖତ। ଡିଜିପି ଏକ୍ସରେ ଏକ ପୋଷ୍ଟ କରି ତାଙ୍କୁ ବଧେଇ ଜଣାଇଛନ୍ତି ଆମେ ଦୁଇ ଥର ବିଶ୍ୱ ଚମ୍ପିଆନ୍ ଏବଂ ଅଲିମ୍ପିକ ଆଥଲେଟ୍ ନିଖତ ଜରୀନଙ୍କୁ ଗର୍ବର ସହ ସ୍ୱାଗତ କରୁଛୁ ବୋଲି ଲେଖିଛନ୍ତି। ଫଳରେ ବିଭିନ୍ନ ମହଲରୁ ନିଖତ ଜରୀନଙ୍କୁ ଛୁଟିଛି ଶୁଭେଛାର ସୁଅ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: