Yashasvi Jaiswal / ଯଶସ୍ୱୀଙ୍କୁ ହୋଇଛି ଏହି ରୋଗ, ଜାଣନ୍ତୁ ଏହା କେତେ କ୍ଷତିକାରକ ?
·6 months ago·2 min read

Key Points
କେଉଁ ରୋଗ ଯୋଗୁଁ ଯଶସ୍ୱୀ ଜୟସ୍ୱାଲ ହସ୍ପିଟାଲରେ
କେମିତି ଅଛି ତାଙ୍କ ସ୍ଵାସ୍ଥ୍ୟାବସ୍ଥା
କେମିତି ଅଛି ତାଙ୍କ ସ୍ଵାସ୍ଥ୍ୟାବସ୍ଥା
ଅସୁସ୍ଥ ଅଛନ୍ତି ଯୁବ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୟସ୍ୱାଲ। ଯାହା ଫଳରେ ତାଙ୍କୁ ମ୍ୟାଚରୁ ବାହାର କରିଦିଆଯାଇଛି । ଭାରତୀୟ କ୍ରିକେଟ ଦଳର ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ଡିସେମ୍ବର ୧୬, ୨୦୨୫ରେ ସୟଦ ମୁସ୍ତାକ ଅଲି ଟ୍ରଫି (SMAT)ର ଏକ ସୁପର ଲିଗ୍ ମ୍ୟାଚ୍ରେ ରାଜସ୍ଥାନ ବିପକ୍ଷରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ସମୟରେ ଯଶସ୍ୱୀଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ମ୍ୟାଚ୍ ପରେ ତାଙ୍କ ଯନ୍ତ୍ରଣା ଏତେ ବଢ଼ିଗଲା ଯେ, ତାଙ୍କୁ ପୁନେ ନିକଟସ୍ଥ ପିମ୍ପରି-ଚିଞ୍ଚୱାଡରେ ଥିବା ଆଦିତ୍ୟ ବିର୍ଲା ମେମୋରିଆଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ଯାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଯେ, କଣ ହୋଇଛି ଯଶସ୍ୱୀଙ୍କର।
କେଉଁ ରୋଗ ପାଇଁ ସେ ହେଉଛନ୍ତି ଚିକିତ୍ସିତ। ଅଧିକାଂଶ ଲୋକଙ୍କ କ୍ଷେତ୍ରରେ, ଏହି ରୋଗ ୩-୭ ଦିନ ମଧ୍ୟରେ ଆପେ ଆପେ ଦୂର ହୋଇଯାଏ। ଡିହାଇଡ୍ରେସନ୍, କିମ୍ବା ଶରୀରରେ ଜଳ ମାତ୍ରା କମ୍ ବିପଦପୂର୍ଣ୍ଣ ହୋଇପାରେ। ଯଦି ତୁରନ୍ତ ଚିକିତ୍ସା କରାଯାଏ, ତେବେ ଏହି ରୋଗ ଗମ୍ଭୀର ନୁହେଁ।ଯଶସ୍ୱୀଙ୍କୁ ପିମ୍ପରି-ଚିଞ୍ଚୱାଡ (ପୁନେ ନିକଟସ୍ଥ) ଆଦିତ୍ୟ ବିର୍ଲା ମେମୋରିଆଲ୍ ହସ୍ପିଟାଲର ଏମର୍ଜେନ୍ସିରେ ଭର୍ତ୍ତି କରାଯାଇଥିଲା। ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ଏକ ଦଳ ତାଙ୍କୁ ପରୀକ୍ଷା କରିଥିଲେ। ଏକ ଅଲ୍ଟ୍ରାସାଉଣ୍ଡ (USG) ଏବଂ ସିଟି ସ୍କାନ କରାଯାଇଥିଲା। ପରୀକ୍ଷାରେ ତୀବ୍ର ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ରୋଗ ନିର୍ଣ୍ଣୟ ହୋଇଥିଲା। ଡାକ୍ତରମାନେ ତାଙ୍କୁ ତୁରନ୍ତ ମେଡିସିନ୍ ଦେଇଥିଲେ । ଯେଉଁଥିରେ ତାଙ୍କ ଶରୀରରେ ପାଣିର ମାତ୍ରା କମିବନି ଏବଂ ତାଙ୍କ ଯନ୍ତ୍ରଣା କମିବ ।
ଏଥିସହ ପଢ଼ନ୍ତୁ: ଚାଲିଗଲେ ଧର୍ମେନ୍ଦ୍ର: ହେମାଙ୍କୁ ପଚାରୁନାହାନ୍ତି ପୁରା ପରିବାର, ଏମିତି ହେଲା ଅଭିନେତ୍ରୀଙ୍କ ଅବସ୍ଥା
ହସ୍ପିଟାଲର ବରିଷ୍ଠ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର କହିଛନ୍ତି ଯେ, ଯଶସ୍ୱୀଙ୍କୁ ତୀବ୍ର ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ରୋଗ ହୋଇଛି, ଏହା ଏକ ସାଧାରଣ ପେଟ ସଂକ୍ରମଣ ଯାହାକୁ ପ୍ରାୟତଃ ପେଟ ପୋକ କିମ୍ବା ବାନ୍ତି ଏବଂ ଡାଇରିଆ ବୋଲି କୁହାଯାଏ। ଯଶସ୍ୱୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି।ଏହି ରୋଗ ପେଟ ଏବଂ କ୍ଷୁଦ୍ରାନ୍ତ୍ରର ଭିତର ଆବରଣର ପ୍ରଦାହ ସୃଷ୍ଟି କରେ। ଅଧିକାଂଶ କ୍ଷେତ୍ରରେ, ଏହା ଏକ ଭାଇରସ (ଯେପରିକି ନୋରୋଭାଇରସ୍ କିମ୍ବା ରୋଟାଭାଇରସ୍) ଦ୍ୱାରା ହୁଏ। ଏହା କେତେକ ସମୟରେ ଦୂଷିତ ଖାଦ୍ୟ, ପାଣି କିମ୍ବା ବ୍ୟାକ୍ଟେରିଆ ମାଧ୍ୟମରେ ମଧ୍ୟ ସଂକ୍ରମିତ ହୋଇପାରେ।
ପୁନେର ଏମସିଏ ଷ୍ଟାଡିୟମରେ ମୁମ୍ବାଇ ଏବଂ ରାଜସ୍ଥାନ ମଧ୍ୟରେ ଏକ ମ୍ୟାଚ୍ ଚାଲିଥିଲା। ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯଶସ୍ୱୀ ଜୟସ୍ୱାଲ ଇନିଂସ ଓପନ କରିବାକୁ ଆସିଥିଲେ। ମ୍ୟାଚ୍ ଆରମ୍ଭରେ ତାଙ୍କର ପେଟ ଯନ୍ତ୍ରଣା ଅନୁଭବ ହୋଇଥିଲା।ଏହା ସତ୍ତ୍ୱେ, ସେ ପଡ଼ିଆରେ ରହିଲେ ଏବଂ ଅଜିଙ୍କ୍ୟ ରାହାଣେଙ୍କ ସହ ୪୧ ରନର ଭାଗୀଦାରି କରିଥିଲେ । କିନ୍ତୁ ଯଶସ୍ୱୀ ମାତ୍ର ୧୬ ବଲ୍ ପରେ ଆଉଟ୍ ହୋଇଗଲେ। ମ୍ୟାଚ୍ ପରେ ତାଙ୍କ ଯନ୍ତ୍ରଣା ଆହୁରି ବଢ଼ିଗଲା। ଯେତେବେଳେ ତାଙ୍କ ଅବସ୍ଥା ବେଶି ଖରାପ ହେବାରେ ଲାଗିଲା, ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା।
ଅଧିକ ପଢ଼ନ୍ତୁ ଖେଳ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories