Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Yashasvi Jaiswal Statement / ରୋହିତ ଏବଂ ବିରାଟଙ୍କୁ ନେଇ ଯଶସ୍ୱୀ ଜୟସ୍ୱାଲ ଦେଲେ ଏକ ବଡ଼ ବୟାନ...

Ritu Das
Browse all articles by Ritu Das
·7 months ago·3 min read
ରୋହିତ ଏବଂ ବିରାଟଙ୍କୁ ନେଇ ଯଶସ୍ୱୀ ଜୟସ୍ୱାଲ ଦେଲେ ଏକ ବଡ଼ ବୟାନ...
Cricket

Key Points

ଯେତେବେଳେ ପଚରାଗଲା ଯେ ସେ ଭବିଷ୍ୟତରେ ଭାରତୀୟ ଦଳର ଅଧିନାୟକ ହୋଇପାରିବ କି, ଯଶସ୍ୱୀ ଉତ୍ତର ଦେଇଥିଲେ, "ଯଦି ସୁଯୋଗ ଦିଆଯାଏ, ତେବେ ମୁଁ ନିଶ୍ଚିତ ଭାବରେ ଭାରତର ଅଧିନାୟକ ହେବାକୁ ଚାହେଁ।"
ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲ ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରେ ନିଜର ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଶୁଭମନ ଗିଲଙ୍କ ଅନୁପସ୍ଥିତିରେ, ଜୟସ୍ୱାଲ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ କରିଥିଲେ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ସେ ଭଲ ପ୍ରଦର୍ଶନ କରି ନ ଥିଲେ, କିନ୍ତୁ ତୃତୀୟ ଦିନିକିଆରେ ସେ ଏକ ଚମତ୍କାର ଶତକ ହାସଲ କରିଥିଲେ, ଯାହା ତାଙ୍କ ଦିନିକିଆ କ୍ୟାରିୟରର ପ୍ରଥମ ଥିଲା।  ଏହି ସମୟରେ, ଜୟସ୍ୱାଲ ଏକ ସାକ୍ଷାତକାରରେ ଟିମ୍ ଇଣ୍ଡିଆର ଦୁଇ ସୁପରଷ୍ଟାର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଥିଲେ। ସେ ଭାରତୀୟ ଦଳର ଅଧିନାୟକ ହେବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି।



'ମୁଁ ଭାରତର ଅଧିନାୟକ ହେବାକୁ ଚାହେଁ' - ଯଶସ୍ୱୀ

ବୁଧବାର ଦିନ ଏକ ସାକ୍ଷାତକାର ସମୟରେ, ଯଶସ୍ୱୀ ଟିମ୍ ଇଣ୍ଡିଆ ସହିତ ତାଙ୍କର ଅଭିଜ୍ଞତା ବିଷୟରେ ଖୋଲାଖୋଲି କହିଥିଲେ, ଯେଉଁଥିରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ ବହୁତ କଥା ସାମିଲ ଥିଲା। ଯେତେବେଳେ ପଚରାଗଲା ଯେ ସେ ଭବିଷ୍ୟତରେ ଭାରତୀୟ ଦଳର ଅଧିନାୟକ ହୋଇପାରିବ କି, ଯଶସ୍ୱୀ ଉତ୍ତର ଦେଇଥିଲେ, "ଯଦି ସୁଯୋଗ ଦିଆଯାଏ, ତେବେ ମୁଁ ନିଶ୍ଚିତ ଭାବରେ ଭାରତର ଅଧିନାୟକ ହେବାକୁ ଚାହେଁ।" ସେ ଏହା ମଧ୍ୟ କହିଥିଲେ ଯେ ରୋହିତ ଏବଂ ବିରାଟଙ୍କ ବିନା ଖେଳିବା ସବୁବେଳେ ଟିକେ ଅଲଗା ଲାଗିଥାଏ। କାରଣ ଦଳ ସେମାନଙ୍କୁ ବହୁତ ମିସ୍ କରେ।




ରୋହିତ ଶର୍ମାଙ୍କ ଗାଳିରେ ମଧ୍ୟ ଭଲପାଇବା ଥାଏ

ଯଶସ୍ୱୀ ରୋହିତ ଶର୍ମାଙ୍କ ବିଷୟରେ ଏକ ବଡ଼ କଥା କହିଥିଲେ। ସେ କହିଥିଲେ ଯେ, "ରୋହିତ ଭାଇ ଗାଳି ଦିଅନ୍ତି ସତ କିନ୍ତୁ ତାଙ୍କ ଗାଳିରେ ବହୁତ ଭଲ ପାଇବା ଥାଏ"। ମୁଁ ତାଙ୍କୁ ବଡ଼ ଭାଇ ବୋଲି ମାନେ। ସେ ଆଉ ମଧ୍ୟ କହିଛନ୍ତି ଯେ, ରୋହିତ ଭାଇ ଆମକୁ ଗାଳି ଦିଅନ୍ତି କିନ୍ତୁ ସେ ଆମ ବିଷୟରେ ବହୁତ ଚିନ୍ତିତ ଥାଆନ୍ତି। ସତ କହିବାକୁ ଗଲେ, ଯଦି ରୋହିତ ଭାଇ ଆମକୁ ଗାଳି ନ ଦିଅନ୍ତି ତେବେ ମୁଁ ଭାବେ କି ଯେ ସେ କଣ ମୋର କେଉଁ କଥାରେ ଆଘାତ ପାଇଛନ୍ତି କି।"

ବିରାଟ ଏବଂ ରୋହିତଙ୍କ ପାର୍ଟନରସିପ

ବିଶାଖାପାଟଣାରେ ତାଙ୍କର ପ୍ରଥମ ODI ଶତକ ସମୟରେ ଯଶସ୍ୱୀ ରୋହିତ ଏବଂ ବିରାଟଙ୍କ ସହ ଏକ ଭଲ ଭାଗୀଦାରୀ କରିଥିଲେ। ସେ କହିଥିଲେ, "ଯେତେବେଳେ ଏହି ଦୁଇଜଣ ଡ୍ରେସିଂ ରୁମରେ ଥାଆନ୍ତି, ପରିବେଶ ବହୁତ ଆରାମଦାୟକ ହୋଇଥାଏ। ଖେଳ ବିଷୟରେ ଆଲୋଚନା କରାଯାଏ, ଅଭିଜ୍ଞତା ବାଣ୍ଟିଥାନ୍ତି। ଆମକୁ ବହୁତ କିଛି ଶିଖାଇଥାନ୍ତି। ସେମାନେ ଆମକୁ କୁହନ୍ତି ଯେ ସେମାନେ ସେମାନଙ୍କ ଯୁବା ଅବସ୍ଥାରେ କ'ଣ ଭୁଲ କରିଥିଲେ ଏବଂ ଆମେ ସେଗୁଡ଼ିକୁ କିପରି ରିପିଟ ନ କରିବା ସେ ବିଷୟରେ ଆମକୁ ବହୁତ କିଛି ଶିଖାନ୍ତି।"

ତୃତୀୟ ODIରେ, ରୋହିତ ଯଶସ୍ୱୀଙ୍କୁ ଧୈର୍ଯ୍ୟ ରଖିବାକୁ ଏବଂ ତାଙ୍କର ସମୟ ନେବାକୁ କହିଥିଲେ, ଅର୍ଦ୍ଧଶତକ ହେବାପରେ ଭଲଭାବେ ହାତ ଖୋଲିକି ଖେଳିବାକୁ ପଡ଼ିଆରେ ହିଁ କହିଥିଲେ। ଆଉ ମୋତେ ରୋହିତ ଭାଇଙ୍କ ସହ ଓପନିଂ କରିବାକୁ ଭାରି ଭଲ ଲାଗେ। ବହୁତ କିଛି ଶିଖିଥାଏ। ଏହି ସମୟରେ, ବିରାଟ ତାଙ୍କୁ ଛୋଟ ଟାର୍ଗେଟ ଦେଇଥିଲେ ଏବଂ ମ୍ୟାଚ୍ ଜିତିବାର ଶ୍ରେୟ ବି ଦେଇଥିଲେ। ଯଶସ୍ୱୀ କହିଥିଲେ ଯେ ତାଙ୍କର ପ୍ରଥମ ODI ଶତକ ତାଙ୍କ ପାଇଁ ତାଙ୍କ ଓଭାଲ୍ ଟେଷ୍ଟ ଶତକ ପରି ସ୍ୱତନ୍ତ୍ର।

ଟି-୨୦ ବିଶ୍ୱକପ୍ ସ୍ୱପ୍ନ

ଟି-୨୦ ବିଶ୍ୱକପ୍ ଖେଳିବା ବିଷୟରେ ପଚରାଯିବାରୁ ଯଶସ୍ୱୀ କହିଥିଲେ, "ମୋର ସ୍ୱପ୍ନ ଟି-୨୦ ବିଶ୍ୱକପ୍ ଖେଳିବା, କିନ୍ତୁ ମୁଁ ମୋର ଖେଳ ଉପରେ ଧ୍ୟାନ ଦେଉଛି ଏବଂ ସଠିକ୍ ସମୟ ପାଇଁ ଅପେକ୍ଷା କରିବି।" ଯଶସ୍ୱୀ ଏପର୍ଯ୍ୟନ୍ତ ଭାରତ ପାଇଁ ୨୩ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି, ୩୬.୧୫ ହାରରେ ଏବଂ ୧୬୪.୩୧ ଷ୍ଟ୍ରାଇକ୍ ରେଟ୍ ସହିତ ୭୨୩ ରନ୍ କରିଛନ୍ତି। ତାଙ୍କର ଟି-୨୦ରେ ଗୋଟିଏ ଶତକ ଏବଂ ପାଞ୍ଚଟି ଅର୍ଦ୍ଧଶତକ ଅଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Yashasvi Jaiswal Gives Big Statement on Rohit Sharma and Virat Kohli | Argus News