Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଚର୍ଚ୍ଚାରେ ଯଶସ୍ୱୀ ଜୈସଓ୍ୱାଲ, ଗୋଟିଏ ବଲରେ ୧୩ ରନ୍‌

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଚର୍ଚ୍ଚାରେ ଯଶସ୍ୱୀ ଜୈସଓ୍ୱାଲ, ଗୋଟିଏ ବଲରେ ୧୩ ରନ୍‌

ଅର୍ଗସ ବ୍ୟୁରୋ: ଚର୍ଚ୍ଚାରେ ଯଶସ୍ୱୀ ଜୈସଓ୍ୱାଲ । ଗୋଟିଏ ବଲରେ କରିଛନ୍ତି  ମୋଟ ୧୩ ରନ୍‌ । ଏହା ହେଉଛି ଟି-୨୦ କ୍ରିକେଟରେ ଗୋଟିଏ ବଲରେ ସବୁଠାରୁ ଅଧିକ ରନ୍‌ କରିବାର ଓ୍ୱାର୍ଲ୍ଡ ରେକର୍ଡ। ହାରାରେ ଖେଳାଯାଇଥିଲା ଭାରତ-ଜିମ୍ୱାଓ୍ୱେ ଟି-୨୦ ସିରିଜର ଶେଷ ମ୍ୟାଚ୍‌। ଏହି ମ୍ୟାଚ ଜିତିଛି ଟିମ୍‌ ଇଣ୍ଡିଆ। ମ୍ୟାଚରେ କେବଳ ଗୋଟିଏ ବଲ ହିଁ ବୋଲିଂ ହୋଇଥିଲା ଆଉ ଭାରତୀୟ ଦଳ ସୃଷ୍ଟି କରିଦେଲେ ବିଶ୍ୱ ରେକର୍ଡ। ଜଶସ୍ୱୀ ଏପରି ପ୍ରଥମ ବ୍ୟାଟର ଯିଏକି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚର ପ୍ରଥମ ଲିଗାଲ ବଲରେ କରିଛନ୍ତି ୧୨ ରନ୍‌। ଜିମ୍ୱାଓ୍ୱେ କ୍ୟାପଟେନ ସିକନ୍ଦର ରଜା ମ୍ୟାଚର ପ୍ରଥମ ବଲ କରିଥିଲେ ବୋଲିଂ। ଯେଉଁଥିରେ ଜୈସଓ୍ୱାଲ ମାରିଥିଲେ ଛକ୍କା। ଅମ୍ପାୟାର ଏହି ବଲକୁ ନୋ-ବଲ ଘୋଷଣା କରିଥିଲେ।

ଏହାପରେ ଜଶସ୍ୱୀ ପୁଣି ଫ୍ରି-ହିଟ୍‌ ବଲରୁ ୬ ରନ୍‌ କରିଥିଲେ। ଅର୍ଥାତ୍‌ ଗୋଟିଏ ଲିଗଲ ବଲରେ ମୋଟ ୧୩ ରନ୍‌ ମିଳିଥିଲା। ସେଥିମଧ୍ୟରୁ ଜୈସଓ୍ୱାଲଙ୍କ ଖାତାକୁ ଯାଇଥିଲା ୧୨ ରନ୍‌। ଏହା ହେଉଛି ଟି-୨୦ କ୍ରିକେଟରେ ଗୋଟିଏ ବଲରେ ସବୁଠାରୁ ଅଧିକ ରନ୍‌ କରିବାର ଓ୍ୱାର୍ଲ୍ଡ ରେକର୍ଡ। ଯଶସ୍ୱୀ ଜୈସଓ୍ୱାଲ ଆସିବା ମାତ୍ରେ ହିଁ ଜିମ୍ୱାଓ୍ୱେ ବୋଲରଙ୍କ ଉପରେ ବର୍ଷିଥିଲେ। ଯାହା ଏବେ ଖୁବ ଚର୍ଚ୍ଚା ସାଉଁଟିଛି।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Yashasvi Jaiswal Smashes World Record Against Zimbabwe | Argus News