Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ରାଞ୍ଚି ଟେଷ୍ଟରେ ବାଦ ପଡ଼ିପାରନ୍ତି ଯଶପ୍ରିତ ବୁମରା...ଜାଣନ୍ତୁ କାହିଁକି?

Ritu Das
Browse all articles by Ritu Das
·2 years ago·1 min read
ରାଞ୍ଚି ଟେଷ୍ଟରେ ବାଦ ପଡ଼ିପାରନ୍ତି ଯଶପ୍ରିତ ବୁମରା...ଜାଣନ୍ତୁ କାହିଁକି?

ଅର୍ଗସ ବ୍ୟୁରୋ: କାଲିର ମ୍ୟାଚ ସତରେ ଏକ୍ସାଇଟିଂ ଥିଲା। ଭାରତୀୟ ଟିମ ପ୍ଲେୟରଙ୍କ ଜବରଦସ୍ତ ରନ ବର୍ଷା ମ୍ୟାଚକୁ ଜିତାଇଥିଲା। ରାଜକୋଟରେ ଇଂଲଣ୍ଡକୁ ୪୩୪ ରନରେ ମାତ୍ ଦେଇ ଟିମ୍ ଇଣ୍ଡିଆ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଏବେ ୨-୧ରେ ଆଗୁଆ ରହିଛି । ତେବେ ଏହି ମହାବିଜୟ ହାସଲ କରିବା ପରେ ରାଞ୍ଚିରେ ଭାରତ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳିବ । ତେବେ ରାଞ୍ଚି ଟେଷ୍ଟରେ ଯଶପ୍ରୀତ ବୁମରା ଖେଳିନପାରନ୍ତି। ବୁମରାଙ୍କ ସ୍ଥାନରେ ମୁକେଶ କୁମାର ନଚେତ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ । ତେବେ ସିରିଜର ଶେଷ ମ୍ୟାଚରେ ଯଶପ୍ରୀତ ବୁମରା ପୁଣିଥରେ ଟିମକୁ କମବ୍ୟାକ୍ କରିପାରନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ଯଶପ୍ରିତ ବୁମରା ରାଜକୋଟରୁ ରାଞ୍ଚି ନଯାଇ ସିଧା ଅହମ୍ମଦାବାଦ ଯିବେ। ଯଶପ୍ରୀତ ବୁମରାଙ୍କୁ କିଛି ଦିନ ବିଶ୍ରାମ ଦେବାକୁ ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଚଳିତ ସିରିଜରେ ବୁମରା ଏବେ ପର୍ଯ୍ୟନ୍ତ ୮୧ ଓଭର ବୋଲି ଭାରତ ପକ୍ଷରୁ ସର୍ବାଧିକ ୧୭ଟି ୱିକେଟ ହାସଲ କରିଛନ୍ତି । ବୁମରାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଅନ୍ୟ କୌଣସି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇନାହିଁ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Yashprit | Argus News