Videos
|
Sports

ଫାଇନାଲ ଟେଷ୍ଟରେ ଟିମ୍‌କୁ ଫେରିଲେ ଯଶପ୍ରୀତ ବୁମରା, ବାଦ୍ ପଡ଼ିଲେ ରାହୁଲ

Ritu Das
Browse all articles by Ritu Das
·2 years ago·1 min read
ଫାଇନାଲ ଟେଷ୍ଟରେ ଟିମ୍‌କୁ ଫେରିଲେ ଯଶପ୍ରୀତ ବୁମରା, ବାଦ୍ ପଡ଼ିଲେ ରାହୁଲ

ଅର୍ଗସ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ପଞ୍ଚମ ତଥା ଫାଇନାଲ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ମାର୍ଚ୍ଚ ୭ ତାରିଖରେ ଧର୍ମଶାଳାରେ ଫାଇନାଲ ମ୍ୟାଚ ଖେଳାଯିବାକୁ ଥିବାବେଳେ କେ.ଏଲ ରାହୁଲଙ୍କୁ ଏଥିରୁ ବାଦ ଦିଆଯାଇଛି। ଫିଟ ନ ଥିବା କାରଣରୁ ତାଙ୍କୁ ବାଦ ଦିଆଯାଇଛି ବୋଲି ବିସିସିଆଇ କହିଛି। ଏଥିସହିତ ଲଣ୍ଡନର ଜଣେ ସ୍ପେଶାଲିଷ୍ଟ ରାହୁଲଙ୍କ ଚିକିତ୍ସାରେ ଲାଗିଛନ୍ତି। ବୋର୍ଡ ଏହା ଉପରେ ନଜର ରଖିଛି ବୋଲି ବିସିସିଆଇ ସୂଚନା ଦେଇଛନ୍ତି। 

ଧର୍ମଶାଳାରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚରେ ବୁମରା ଦଳକୁ ଫେରିଛନ୍ତି। ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ହେଲେ ଏହାପୂର୍ବରୁ ସେ ୩ଟି ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ୧୭ଟି ଓ୍ବିକେଟ ନେଇଥିଲେ। ଗତ ଫେବୃଆରୀରେ ବୁମରା ଭାରତର ପ୍ରଥମ ଦ୍ରୂତ ବୋଲର ଭାବେ ଆଇସିସି ଟେଷ୍ଟ ବୋଲିଂରେ ନମ୍ବର ଓ୍ବାନ ରାଙ୍କ ହାସଲ କରିଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Yashprit Bumrah | Argus News