Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ରୋହିତଙ୍କ ଟେନସନ କମାଇବେ ଯଶପ୍ରିତ ବୁମରା

Ritu Das
Browse all articles by Ritu Das
·1 year ago·1 min read
ରୋହିତଙ୍କ ଟେନସନ କମାଇବେ ଯଶପ୍ରିତ ବୁମରା

ଅର୍ଗସ ବ୍ୟୁରୋ: ନ୍ୟୁଜିଲାଣ୍ଡ ଶୃଙ୍ଖଳା ଲାଗି ରୋହିତ ଶର୍ମାଙ୍କ ଡେପୁଟି ବନିଛନ୍ତି ଟିମ ଇଣ୍ଡିଆର ସ୍ପିଡ ଷ୍ଟାର ଯଶପ୍ରିତ ବୁମରା। ଯାହାଙ୍କୁ ନେଇ ଆରମ୍ଭ ହୋଇଯାଇଛି ବିଶ୍ବ କ୍ରିକେଟରେ ଚର୍ଚ୍ଚା। ନ କହି ନ କହି ବୁମରାଙ୍କୁ ନେଇ ଅନେକ କଥା କହିଦେଲେ ହିଟମ୍ୟାନ ରୋହିତ ଶର୍ମା। ଟେଷ୍ଟ କ୍ରିକେଟରେ ମୋ ପରେ ପରେ ବୁମରାଙ୍କୁ ସେହି ସ୍ଥାନରେ ଦେଖିବାକୁ ଚାହୁଁଛି। ତାଙ୍କ ପାଖରେ ଅନେକ ଦକ୍ଷତା ରହିଛି। ସେ ଟେଷ୍ଟରେ ଟିମ ମ୍ୟାନେଜମେଣ୍ଟ ମଧ୍ୟ ଭଲ କରିପାରନ୍ତି। ଉଭୟ ବରିଷ୍ଠ ଓ ଯୁବବର୍ଗଙ୍କୁ ମଧ୍ୟ ସେ ଟିପ୍ସ ଦେଇଥାନ୍ତି। ତାଙ୍କୁ ଉପଅଧିନାୟକ କରିବା ହେଉଛି ଟିମ ପରିଚାଳନାର ଲଙ୍ଗଟର୍ମ ନେତୃତ୍ୱ ଭୂମିକା ମଧ୍ୟରୁ ଅନ୍ୟତମ ବୋଲି କହିଛନ୍ତି ରୋହିତ।  

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଯଶପ୍ରୀତ ବୁମ୍‌ରାଙ୍କୁ ଟିମ ଇଣ୍ଡିଆର ଉପ-ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ରୋହିତ ଶର୍ମା ଆଉ ମଧ୍ୟ କହିଛନ୍ତି ଯେ, ବୁମରା ଯୁବକମାନଙ୍କୁ ପରାମର୍ଶ ଦେବା ଏବଂ ସେମାନଙ୍କ ସହିତ ତାଙ୍କ ଅଭିଜ୍ଞତା ବାଣ୍ଟିବା ଆରମ୍ଭ କରି ଦେଇଛନ୍ତି। ଆବଶ୍ୟକ ସମୟରେ ବୁମରା ଭାରତୀୟ ଦଳର ଦାୟିତ୍ୱ ନେବା କ୍ଷମତା ରଖିଛନ୍ତି। ବୁମରାଙ୍କ ନିକଟରେ ସେହି ଦକ୍ଷତା ଅଛି ବୋଲି ମୋର ଦୃଢ଼ ବିଶ୍ବାସ ରହିଛି। ସେ ମଧ୍ୟ cool ଭାବେ ଦଳକୁ ହ୍ୟାଣ୍ଡେଲ କରିପାରିବେ। 
ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯିବ। ଏହା ପୂର୍ବରୁ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମା କିୱି ଦଳ ବିରୋଧରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଦାବି କରିଛନ୍ତି। ବିରୋଧୀ ଦଳ ପରିବର୍ତ୍ତେ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଉପରେ ତାଙ୍କର ଧ୍ୟାନ ରହିବ ବୋଲି ରୋହିତ କହିଛନ୍ତି। ଏହା ବ୍ୟତୀତ ଯଶପ୍ରୀତ ବୁମ୍‌ରାଙ୍କୁ ଉପ-ଅଧିନାୟକ କରାଯିବା ଉପରେ ମଧ୍ୟ ସେ ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Yashprit Bumrah | Argus News