Videos
|
Sports

ସୋନୀ ନୁହେଁ ଏହି ଚ୍ୟାନେଲରେ ଦେଖିପାରିବେ ଆଇପିଏଲ ପୁରା

Ritu Das
Browse all articles by Ritu Das
·2 years ago·1 min read
ସୋନୀ ନୁହେଁ ଏହି ଚ୍ୟାନେଲରେ ଦେଖିପାରିବେ ଆଇପିଏଲ ପୁରା

ଅର୍ଗସ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ଆଇପିଏଲ ମହାସମର। ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଫ୍ୟାନମାନେ ନିଜ ନିଜ ଟିମ ବାଛି ସାରିଲେଣି। ଆଜି ହେଉଛି ଆଇପିଏଲର ଓପନିଂ ମ୍ୟାଚ। ଦୁଇ ଟିମ ମଧ୍ୟରେ ସବୁଠୁ ବଡ଼ ମ୍ୟାଚ। ଆରସିବି ଏବଂ ସିଏସକେ ମଧ୍ୟରେ ହେବ କଡ଼ା ଟକ୍କର। ଆଇପିଏଲ ୨୦୨୪ର ସିଧା ପ୍ରସାରଣ ମ୍ୟାଚ ସୋନୀ ସ୍ପୋର୍ଟ୍ସ ନେଟଓ୍ବାର୍କରେ ପ୍ରସାରିତ ହେବନାହିଁ। ସୋନି ଲିଭରେ ମଧ୍ୟ ଷ୍ଟ୍ରିମିଙ୍ଗ ହେବନାହିଁ। ଆଇପିଏଲ ୨୦୨୪ର ସବୁ ମ୍ୟାଚ ଷ୍ଟାର ସ୍ପୋର୍ଟ୍ସ ନେଟଓ୍ବାର୍କ କରିବ। 

ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଆଇପିଏଲ ମହାସମର

ଯେଉଁଠି ମୋବାଇଲ ଏବଂ ଡେସ୍କଟପ ୟୁଜର୍ସ ମାନେ ଜିଓ ସିନେମା ଜରିଆରେ ମ୍ୟାଚର ଭରପୁର ମଜା ନେଇପାରିବେ। ଜିଓ ସିନେମାରେ ମ୍ୟାଚର ଲାଇଭ ଷ୍ଟ୍ରିମିଙ୍ଗ ହେବ। ଉଭୟ ଜିଓ ଏବଂ ଷ୍ଟାର ସ୍ପୋର୍ଟ୍ସ ନେଟଓ୍ବାର୍କରେ ସ୍ଥାନୀୟ ଭାଷାରେ କମେଣ୍ଟ୍ରି ହେବ। ୨୦୨୪ ଆଇପିଏଲ ମ୍ୟାଚ ସନ୍ଧ୍ରା ୭.୩୦ରେ ଖେଳାଯିବ। ଆଜି ଆଇପିଏଲର ରଙ୍ଗାରଙ୍ଗ ଉଦଘାଟନୀ କାର୍ଯ୍ୟକ୍ରମ ରାତି ୮ଟାରେ ଆରମ୍ଭ ହେବ। ଆଇପିଏଲ ୨୦୨୪ର ଏବେ ୨୧ ମ୍ୟାଚର ସେଡ୍ୟୁଲ ଜାରି କରାଯାଇଛି। ୧୭ ଦିନ ମଧ୍ୟରେ ୨୧ ମ୍ୟାଚ ହେବ ବୋଲି ସେଡ୍ୟୁଲ ରହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

You can watch IPL | Argus News