Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଇଂଲଣ୍ଡରେ ଇତିହାସ ରଚିଲେ ଭାରତର ଯୁବ କ୍ୟାପଟେନ ଶୁଭମନ ଗିଲ

Ritu Das
Browse all articles by Ritu Das
·1 year ago·1 min read
ଇଂଲଣ୍ଡରେ ଇତିହାସ ରଚିଲେ ଭାରତର ଯୁବ କ୍ୟାପଟେନ ଶୁଭମନ ଗିଲ

Key Points

ଇଂଲଣ୍ଡରେ ଇତିହାସ ରଚିଲେ ଭାରତର ଯୁବ କ୍ୟାପଟେନ ଶୁଭମନ ଗିଲ

ଏଜବାଷ୍ଟନ ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି

ଶୁଭମନଙ୍କର ଟେଷ୍ଟ କ୍ୟାରିୟରରେ ଏହା ହେଉଛି ପ୍ରଥମ ଦ୍ବିଶତକ

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ଚମକିଲେ ଶୁଭମନ ଗିଲ୍। ଶୁଭମନ ଗିଲ ଶେଷରେ ପ୍ରତ୍ୟେକ ଭାରତୀୟ ପ୍ରଶଂସକ ତାଙ୍କଠାରୁ ଯାହା ଆଶା କରିଥିଲେ ତାହା କରିଛନ୍ତି। ଗିଲ ଇଂଲଣ୍ଡରେ ତାଙ୍କର ଚମତ୍କାର ଫର୍ମ ଜାରି ରଖି ଏଜବାଷ୍ଟନ ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି। ଭାରତୀୟ ଟିମ୍‌ର ସ୍କୋର ପ୍ରଥମ ପାରିରେ ୪୭୦ ରନ ଅତିକ୍ରମ କରିବାସହ ୬ ଓ୍ବିକେଟ ହରାଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଶୁଭମନ ଗିଲ ଏବଂ ଓ୍ବାଶିଂଟନ ସୁନ୍ଦର ନଟ୍‌ଆଉଟ ଅଛନ୍ତି। ଶୁଭମନଙ୍କର ଟେଷ୍ଟ କ୍ୟାରିୟରରେ ଏହା ହେଉଛି ପ୍ରଥମ ଦ୍ବିଶତକ।


ଲିଡ୍ସ ଟେଷ୍ଟରେ ଶୁଭମନ ଗିଲ ଅଧିନାୟକ ଭାବରେ ତାଙ୍କର ପ୍ରଥମ ଇନିଂସରେ ଶତକ ହାସଲ କରିଥିଲେ ଏବଂ ଏବେ ସେ ଦ୍ୱିତୀୟ ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି। ଏହି ଦ୍ୱିଶତକ ସହିତ ସେ ଅନେକ ରେକର୍ଡ ଭାଙ୍ଗିଛନ୍ତି। ଏହା ହେଉଛି ଟେଷ୍ଟ କ୍ୟାରିୟରରେ ଗିଲଙ୍କ ପ୍ରଥମ ଦ୍ୱିଶତକ। ଯେଉଁଥିରେ୨୧ଟି ଚୌକା ଓ ୨ଟି ଛକା ଜରିଆରେ ୨୦୦ ରନ୍ ହାସଲ କରିପାରିଛନ୍ତି ଶୁଭମନ ଗିଲ୍। ଗିଲଙ୍କ ଦ୍ୱିଶତକ ବଳରେ ଇଂଲଣ୍ଡ ବିପକ୍ଷରେ ଭାରତର ସ୍ଥିତି ମଜଭୁତ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
young-indian-captain-shubman-gill-creates-history-in-england | Argus News