Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମାମଲାରେ ଅଭିଯୁକ୍ତ ଯୁବକ ଗିରଫ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମାମଲାରେ ଅଭିଯୁକ୍ତ ଯୁବକ ଗିରଫ

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମାମଲାରେ ଅଭିଯୁକ୍ତ ଯୁବକ ଗିରଫ । ଧମକପୂର୍ଣ୍ଣ ଇମେଲ୍ ପଠାଇଥିବା ଯୁବକ ଗୁଜରାଟର ୨୧ ବର୍ଷୀୟ ଯୁବକ ଜିଗ୍ନେଶସିଂହ ପରମାର ବୋଲି ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି। ଗତ 22 ତାରିଖରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ତଥା ପୂର୍ବତନ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ଦିଆଯାଇଥିଲା । ମାମଲାର ଦିଲ୍ଲୀ ପୋଲିସ ଗୁଜରାଟର ଯୁବକଙ୍କୁ ଗିରଫ କରିଛି। ଗିରଫ ଗୁଜରାଟର ୨୧ ବର୍ଷୀୟ ଜିଗ୍ନେଶସିଂହ ପରମାରଙ୍କୁ କେନ୍ଦ୍ରୀୟ ଜିଲ୍ଲା ପୋଲିସ ଦଳ ପଚରାଉଚରା ଜାରି ରଖିଛନ୍ତି । ଇଞ୍ଜିନିୟରିଂ ଛାତ୍ର ଜଣକ ମାନସିକ ରୋଗରେ ପୀଡିତ ଥିବା ତାଙ୍କ ପରିବାର ଲୋକେ କହିଛନ୍ତି ।


ପୂର୍ବରୁ ମଧ୍ୟ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଥିଲା । ୨୦୨୨ ଏପ୍ରିଲ ମାସରେ ତାଙ୍କୁ ଦୁଇଟି ଧମକପୂର୍ଣ୍ଣ କଲ୍ ଆସିଥିଲା । ତା ପୂର୍ବରୁ ୨୦୨୧ ନଭେମ୍ବରରେ ମଧ୍ୟ ତାଙ୍କୁ ହତ୍ୟା ଧମକ ମିଳିଥିଲା । ଟିମ୍ ଇଣ୍ଡିଆର ହେଡ୍ କୋଚ୍ ତଥା ପୂର୍ବତନ ସାଂସଦ ଗୌତମ ଗମ୍ଭୀର ଗତକାଲି ପେହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ କଠୋର ନିନ୍ଦା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Youth arrested for threatening to kill Gautam Gambhir | Argus News