Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯୁବରାଜ ଦେଇଥିଲେ ଟ୍ରେନିଂ, ଆଇପିଏଲରେ ଗର୍ଜୁଛି ଅଭିଷେକଙ୍କ ବ୍ୟାଟ୍

Sports

ଯୁବରାଜ ଦେଇଥିଲେ ଟ୍ରେନିଂ, ଆଇପିଏଲରେ ଗର୍ଜୁଛି ଅଭିଷେକଙ୍କ ବ୍ୟାଟ୍

Ritu Das
Browse all articles by Ritu Das
·2 years ago·2 min read
ଯୁବରାଜ ଦେଇଥିଲେ ଟ୍ରେନିଂ, ଆଇପିଏଲରେ ଗର୍ଜୁଛି ଅଭିଷେକଙ୍କ ବ୍ୟାଟ୍

ଅର୍ଗସ ବ୍ୟୁରୋ: ଚଳିତ ଆଇପିଏଲରେ ଗର୍ଜୁଛି ଅଭିଷେକ ଶର୍ମାଙ୍କ ବ୍ୟାଟ । ପ୍ରତି ମ୍ୟାଚରେ ଖେଳୁଛନ୍ତି ବିଧ୍ୱଂସୀ ଇନିଂସ । ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଅଭିଷେକ ଏବେ ପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ୧୬୧ ରନ କରିଛନ୍ତି । ଯେଉଁଥିରେ ୧୨ଟି ଚୌକା ଓ ୧୫ଟି ବିଶାଳ ଛକା ରହିଛି । ଅଭିଷେକଙ୍କ ବିସ୍ଫୋରକ ଇନିଂସ ହାଇଦ୍ରାବାଦର ବିଜୟକୁ ସହଜ କରୁଛି । ସବୁଠୁ ବଡ କଥା ହେଲା, ଅଭିଷେକ ଯେତେ ପର୍ଯ୍ୟନ୍ତ କ୍ରିଜରେ ରହୁଛନ୍ତି ପ୍ରତିପକ୍ଷ ଟିମର ବୋଲରଙ୍କ ନିଦ ହଜାଇ ଦେଉଛନ୍ତି । ଚାମ୍ପିୟନ ଚେନ୍ନାଇ ବିପକ୍ଷ ମ୍ୟାଚରେ ମଧ୍ୟ ଅଭିଷେକଙ୍କ ଆକ୍ରମଣାତ୍ମକ ଅନ୍ଦାଜ ଦେଖିବାକୁ ମିଳିଥିଲା । ପ୍ରଥମରୁ ହିଁ ଚେନ୍ନାଇ ବୋଲରଙ୍କୁ ପ୍ରହାର କରିବା ସହ ହାଇଦ୍ରାବାଦ ପାଇଁ ବିଜୟପଥ ସହଜ କରିଥିଲେ । ମାତ୍ର ୧୨ ବଲରୁ ୩୭ ରନର ବିସ୍ଫୋରକ ଇନିଂସ ଖେଳିଥିବା ଅଭିଷେକଙ୍କୁ ମ୍ୟାଚର ଶ୍ରେଷ୍ଠ ପ୍ଲେୟାର ଭାବେ ବିବେଚିତ କରାଯାଇଥିଲା ।

ଏହି ମ୍ୟାଚରେ ଶ୍ରେଷ୍ଠ ପ୍ଲେୟାର ଭାବେ ବିବେଚିତ ହୋଇଥିବା ଅଭିଷେକ ଏହି ସଫଳତାର ଶ୍ରେୟ ୩ ଜଣଙ୍କୁ ଦେଇଛନ୍ତି । ଅଭିଷେକ କହିଛନ୍ତି, ବୋଲିଂ ସମୟରେ ଏହା ସ୍ଲୋ ୱିକେଟ ବୋଲି ଜାଣିଥିଲୁ । ତେଣୁ ବ୍ୟାଟିଂ ସମୟରେ ପାୱାର ପ୍ଲେରେ ଯେତେ ଅଧିକ ରନ୍ ହୋଇପାରିବ ସେଥିପାଇଁ ପ୍ରୟାସ କରିଥିଲି । ଏବେ ଆଇପିଏଲରେ ବଡ ସ୍କୋରର ନିହାତି ଆବଶ୍ୟକତା ରହିଛି । ତାହାକୁ ଦୃଷ୍ଟିରେ ରଖି ବ୍ୟାଟିଂ କରିଥିଲି । ଏହି ସଫଳତା ପାଇଁ ଯୁବରାଜ ସିଂ, ବ୍ରାଏନ ଲାରା ଓ ବାପାଙ୍କୁ ଧନ୍ୟବାଦ ଦେଇଛନ୍ତି ଅଭିଷେକ। 

ଆଇପିଏଲର ବିଧ୍ୱଂସୀ ଖେଳାଳି ଭାବେ ପରିଚୟ ସୃଷ୍ଟି କରୁଥିବା ଅଭିଷେକ ଯୁବରାଜଙ୍କ ଠାରୁ ଟ୍ରେନିଂ ନେଉଛନ୍ତି । ଅନେକ ସମୟରେ ଅଭିଷେକଙ୍କୁ ଯୁବରାଜଙ୍କ ସହ ଦେଖିବାକୁ ମିଳେ । ଅଭିଷେକଙ୍କ ଇନିଂସ ପାଇଁ ଯୁବରାଜ ଅନେକ ସମୟରେ ସୋସିଆଲ ମିଡ଼ିଆରେ ପ୍ରଂଶସା କରିବାକୁ ପଛାନ୍ତି ନାହିଁ । ଚେନ୍ନାଇ ବିପକ୍ଷରେ ବିଧ୍ୱଂସୀ ଇନିଂସ ଖେଳିବା ପରେ ଯୁବରାଜ ପୋଷ୍ଟ ସେୟାର କରି ଲେଖିଛନ୍ତି, ମୁଁ ତୁମ ସାଥୀରେ ଅଛି । ପୁଣିଥରେ ଭଲ ଖେଳିଲ । କିନ୍ତୁ ଖରାପ ସଟ୍ ଖେଳିବା କାରଣରୁ ଆଉଟ ହେଲ । ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ ଅଭିଷେକ । ସେତେବେଳେ ମଜାଳିଆ ଅନ୍ଦାଜରେ ପୋଷ୍ଟ ସେୟାର କରି ଯୁବରାଜ ଲେଖିଥିଲେ, ଜବରଦସ୍ତ ଇନିଂସ ଖେଳିଲ ଅଭିଷେକ । କିନ୍ତୁ କେଉଁଭଳି ସଟ୍ ଖେଳି ଆଉଟ ହେଲ । ଚପଲ ଫଟୋ ରହି ଏହା ତମକୁ ଅପେକ୍ଷା କରିଛି ବୋଲି କହିଥିଲେ ଯୁବରାଜ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଭିଷେକଙ୍କୁ ନେଇ ଯୁବରାଜ ଏକ ସାକ୍ଷାତକାରରେ ମଧ୍ୟ କହିଥିଲେ, ଅଭିଷେକଙ୍କ ମଧ୍ୟରେ ମୁଁ ନିଜକୁ ଦେଖୁଛି । ଚଳିତ ଆଇପିଏଲରେ ଦ୍ରୁତତମ ଅର୍ଦ୍ଧଶତକ ଅଭିଷେକଙ୍କ ନାଁରେ ରହିଛି । ମାତ୍ର ୧୬ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ଅଭିଷେକ । ଆଗକୁ ଟି-୨୦ ବିଶ୍ୱକପ ଥିବାରୁ ପ୍ରଦର୍ଶନ ଭିତରେ ଅଭିଷେକଙ୍କ ଦଳରେ ସ୍ଥାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus Whatsapp Channel Mobile Top
Sponsored
Yuvraj gave | Argus News