Videos
|
Sports

T20Cricket / ‘ପ୍ରତି ବଲ୍‌ରେ ସଟ୍‌ ମାରନି’… ଯୁବରାଜଙ୍କ ଗୋଟିଏ ପରାମର୍ଶରେ ବଦଳିଗଲା ଅଭିଷେକଙ୍କ ଖେଳ

Ritu Das
Browse all articles by Ritu Das
·1 hour ago·2 min read
‘ପ୍ରତି ବଲ୍‌ରେ ସଟ୍‌ ମାରନି’… ଯୁବରାଜଙ୍କ ଗୋଟିଏ ପରାମର୍ଶରେ ବଦଳିଗଲା ଅଭିଷେକଙ୍କ ଖେଳ
Cricket

Key Points

  • ଯୁବରାଜ ସିଂହଙ୍କ ମେସେଜ ପରେ ୩୦ ବଲ୍‌ରେ ଶତକ ମାରି ଧମାଲ କଲେ ଅଭିଷେକ
  • ଆଫଗାନିସ୍ତାନ ବିପକ୍ଷ ସିରିଜରେ ୩ ମ୍ୟାଚ୍‌ରୁ ୨୨୯ ରନ୍‌ କରିଲେ
  • ପ୍ରତି ବଲ୍‌ରେ ବଡ଼ ସଟ୍‌ ନଖେଳି ଷ୍ଟ୍ରାଇକ୍‌ ରୋଟେଟ୍‌ କରିବାକୁ ଯୁବରାଜ ଦେଇଥିଲେ ପରାମର୍ଶ
  • ଟିମ୍ ଇଣ୍ଡିଆର ଓପନର ଅଭିଷେକ ଶର୍ମା ଜବରଦସ୍ତ ଫର୍ମରେ ଅଛନ୍ତି। ସେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ରେ 30 ବଲ୍ ରେ ଶତକ ହାସଲ କରିଥିଲେ। ସେ ତାଙ୍କ ଇନିଂସରେ ୧୧ଟି ଛକା ମାରିଥିଲେ। ଅଭିଷେକ ପ୍ରଥମ ଏବଂ ଦ୍ୱିତୀୟ ଟି-୨୦ରେ ମଧ୍ୟ ଭଲ ବ୍ୟାଟିଂ କରିଥିଲେ, ଯାହା ଟିମ୍ ଇଣ୍ଡିଆକୁ ଆଫଗାନିସ୍ତାନ ବିପକ୍ଷରେ କ୍ଲିନ୍ ସୁଇପ୍ କରିବାରେ ସାହାଯ୍ୟ କରିଥିଲା। ଟି-୨୦ ଅନ୍ତର୍ଜାତୀୟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଦ୍ୱାରା ଦ୍ରୁତତମ ଶତକ ହାସଲ କରିବାରେ ଅଭିଷେକ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି। ତଥାପି, ଏହି ଇନିଂସର ଶ୍ରେୟ ଯୁବରାଜ ସିଂହଙ୍କୁ ଯାଇଛି। ଅଭିଷେକଙ୍କ ସଫଳତାରେ ତାଙ୍କ ପରାମର୍ଶ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ଏହି ଧୂଆଁଧାର ଇନିଂସ ଖେଳିବାକୁ ଯୁବରାଜଙ୍କ ଶାନଦାର ମେସେଜ ଆସିଥିଲା। ଏହି ଗୋଟିଏ ମେସେଜ ଅଭିଷେକଙ୍କ ପୁରା ଖେଳ ବଦଳାଇଦେଇଥିଲା।



    ଯୁବରାଜ ଅଭିଷେକଙ୍କୁ କହିଥିଲେ ପ୍ରତି ବଲକୁ ଫୋର୍ସ କରି ସଟ୍ ମାରିବା ଆଦୌ ଉଚିତ ନୁହେଁ। ଯଦି ବଲଟି ବଡ଼ ସର୍ଟ ଖେଳିବାର ରେଞ୍ଜ ମଧ୍ୟରେ ନାହିଁ ତେବେ ସିଙ୍ଗଲ-ଡବଲ ନେଇ ଷ୍ଟ୍ରାଇକ ରୋଟେଟ କରିବାକୁ ପଡ଼ିବ। ଅଭିଷେକ କହିଛଡ଼୍ତି ଯେ, ସେ ହେଉଛନ୍ତି ମୋ ଗୁରୁ ମୋତେ ବହୁତ କିଛି ଶିଖାଇଛନ୍ତି। ବଲକୁ ଜବରଦସ୍ତି ହିଟ କରିବା କୌଣସି ଆବଶ୍ୟକତା ନାହିଁ। ଦିଲ୍ଲୀରେ ଅଭିଷେକଙ୍କ ଜବରଦସ୍ତ ପାଳି ସବୁବେଳେ ମନେ ରହିବ।

    • ଅଭିଷେକ ଶର୍ମାଙ୍କ ବଡ଼ ବୟାନ

    ତୃତୀୟ ଟି-୨୦ରେ ପ୍ରଭାବଶାଳୀ ବିଜୟ ପରେ, ଅଭିଷେକ ଶର୍ମା ପ୍ରସାରକଙ୍କ ସହ କଥା ହୋଇଥିଲେ। ସେଠାରେ ସେ କହିଥିଲେ, "ଦ୍ୱିତୀୟ ଟି-୨୦ ପରେ ଯୁବରାଜ ସିଂହ ମୋତେ ମେସେଜ କରିଥିଲେ। ସେ ମୋତେ ପ୍ରତ୍ୟେକ ବଲ୍ ପିଛା ନକରିବାକୁ କହିଥିଲେ। ବିଶେଷକରି ଏହି ପରିସ୍ଥିତିରେ, ଯେତେବେଳେ ବଲ୍ ମୋ ସ୍ଲଟରେ ନଥାଏ, ମୁଁ ଗୋଟିଏ କିମ୍ବା ଦୁଇଟି ନେଇପାରିବି। ସାର୍ ସବୁବେଳେ ଚାହାଁନ୍ତି ଯେ ମୁଁ ଲମ୍ବା ଇନିଂସ ଖେଳିବି। ମୋର ସବୁବେଳେ ଦଳକୁ ଏକ ଭଲ ଆରମ୍ଭ ଦେବାର ଚିନ୍ତା ଥାଏ। ମୁଁ ସବୁବେଳେ ଆମର ବିଜୟ ବିଷୟରେ ଭାବୁଛି। ମୋ ମନରେ କେବଳ ଏତିକି କଥା।"

    ଏହାସହ ପଢ଼ନ୍ତୁ: ଧୂଆଁଧାର ଶତକ ଖେଳି ଭାଇରାଲ ସେଲିବ୍ରେଶନର ରହସ୍ୟ କହିଲେ …କାହିଁକି ପଡ଼ିଆରେ ବସିପଡ଼ିଲେ ?

    • ୩ ମ୍ୟାଚରେ ୨୨୯ ରନ କରିଛନ୍ତି

    ଅଭିଷେକଙ୍କ ପାଇଁ ପୁରା ସିରିଜଟି ଶାନଦାର ରହିଛି। ସେ ତିନୋଟି ମ୍ୟାଚରେ ୮୨, ୩୯ ଏବଂ ୧୦୮ ରନର ପାଳି ଖେଳିଛନ୍ତି। ଏହି ସିରିଜରେ ୨୨୯ ରନ କରିବାସହ ଭାରତକୁ ଏକ ଭଲ ଓପନର ଭାବେ ନିଜକୁ ପ୍ରମାଣ କରିଛନ୍ତି।
    ଆଫଗାନିସ୍ତାନ ସିରିଜ ପୂର୍ବରୁ ଅଭିଷେକ ଜିମ୍ବାଓ୍ବେ ଗସ୍ତ ବେଳେ ରନ କରିବାକୁ ସଂଘର୍ଷ କରୁଥିଲେ। ଓପନିଂ ସ୍ଲଟକୁ ନେଇ ଟିମ ଉପରେ ବଡ଼ ପ୍ରଶ୍ନ ଉଠିଥିଲା। କିନ୍ତୁ ଏବେ ଜବରଦସ୍ତ କମବ୍ୟାକ କରିଛନ୍ତି। ଏହା ତାଙ୍କର ଟି-୨୦ କ୍ୟାରିୟରେ ଭାରତ ପାଇଁ ତୃତୀୟ ଶତକ। ୪୦ରୁ କମ ବଲରେ ଦ୍ବିତୀୟ ବଡ଼ ଶତକ।
    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free: