Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Sports Update / କ୍ରିକେଟର ତିଆରି କରୁଛନ୍ତି ଯୁବରାଜ

Banajyotshna Ray
Browse all articles by Banajyotshna Ray
·9 months ago·2 min read
କ୍ରିକେଟର ତିଆରି କରୁଛନ୍ତି ଯୁବରାଜ

Key Points

ଯେବେ ଯୁବରାଜ ଦେଖାଇଥିଲେ ଜୋସ୍

ଏବେ ଟିମ୍ ଇଣ୍ଡିଆରେ ରାଜ୍ କରୁଛନ୍ତି

ଯୁବରାଜ ସିଂ ... କେବଳ ନାଁ ହିଁ କାଫି । ଦିନିକିଆ ହେଉ କି ଟି-ଟ୍ୱେଣ୍ଟି ବ୍ୟାଟ ଧରିଲେ ସେ ସବୁ ଫର୍ମାଟରେ ରାଜ୍ କରନ୍ତି । ସେଥିପାଇଁ ତ ତାଙ୍କ ନାଁ ଯୁବରାଜ ।କ୍ରିକେଟରେ ତାଙ୍କୁ କୁହାଯାଏ ସିକ୍ସର କିଙ୍ଗ୍‌ । ଟିମ୍‌ ଇଣ୍ଡିଆ ପାଇଁ ସେ ଥିଲେ ସଙ୍କଟ ମୋଚକ । ସେ ଯେତେବେଳେ ପଡ଼ିଆ ମଝିରେ ବ୍ୟାଟ ଧରି ଛିଡ଼ା ହୁଅନ୍ତି। ସେତେବେଳେ ବଡ଼ ବଡ଼ ବୋଲରଙ୍କ ନିଦ ହଜିଯାଏ । ତାଙ୍କ ଷ୍ଟାଇଲିସ ବ୍ୟାଟିଂ ଆଉ ଚିତା ପରି ଫିଲ୍ଡିଂ ଆଗରେ ବିରୋଧୀ ଚିତ୍ ହୋଇଯାଆନ୍ତି ।ଯୁବରାଜ ସିଂହ ତାଙ୍କ ଖେଳ ଜୀବନରେ ଭାରତ ପାଇଁ ଜଣେ ପ୍ରମୁଖ ମ୍ୟାଚ୍ ବିଜେତା ଥିଲେ, କିନ୍ତୁ ତାଙ୍କ କ୍ୟାରିଅରର ଶେଷ ଭାଗରେ ସେ ବିଶେଷ କିଛି ହାସଲ କରିପାରି ନଥିଲେ । ଯାହା ଫଳରେ ସେ ଅବସର ନେଇ ଯୁବ ଭାରତୀୟ ଖେଳାଳିମାନଙ୍କୁ ତାଲିମ ଦେବା ଆରମ୍ଭ କରିଥିଲେ ।


ଯୁବରାଜ ସିଂହ କୋଭିଡ-୧୯ ମହାମାରୀ ସମୟରେ ଅଭିଷେକ ଶର୍ମା ଏବଂ ଶୁଭମନ ଗିଲଙ୍କ ସହିତ କାମ କରିଥିଲେ । ଯାହା ଫଳରେ ଉଭୟଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା।ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଇଁ ଯୁବରାଜ ସିଂଙ୍କ ଅନେକ ଅବଦାନ ରହିଥିଲା । ସେ ଭାରତକୁ ଦୁଇ ଦୁଇଟି ବିଶ୍ୱକପ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ହେଲେ ଏହାପରେ ତାଙ୍କ ବ୍ୟାଟ ଯେମିତି ଚୁପ୍ ହୋଇଯାଇଥିଲା । ଆଉ ସେ ସବୁଦିନ ପାଇଁ କ୍ରିକେଟରୁ ଅବସର ନେଇଯାଇଥିଲେ । ଟିମ୍ ଇଣ୍ଡିଆଠାରୁ ସେ ଦୂରେଇ ଯାଇଥିଲେ ସତ ହେଲେ ଟିମ୍ ଇଣ୍ଡିଆକୁ ତାଙ୍କ ଅବଦାନ ଏବେ ବି କିଛି କମ୍ ନୁହେଁ । ସେ ଯୁବ କ୍ରିକେଟରମାନଙ୍କୁ ଟ୍ରେନିଂ ଦେଇ ଭାରତୀୟ ଟିମ୍ ପାଇଁ ପ୍ରସ୍ତୁତ କରାଉଛନ୍ତି । ଯେଉଁମାନେ

ଏବେ ଟିମ୍ ଇଣ୍ଡିଆରେ ରାଜ୍ କରୁଛନ୍ତି ।


ଅଭିଷେକ ଶର୍ମା ଓ ଶୁବମନ ଗିଲ୍ । ଏହି ଦୁଇ ଭାରତୀୟ ଷ୍ଟାର କ୍ରିକେଟର ଏବେ ଟିମ୍ ଇଣ୍ଡିଆର ପ୍ରମୁଖ ଖେଳାଳି । ଶୁବମନ ଗିଲ୍ ଟିମ୍ ଇଣ୍ଡିଆର ଟେଷ୍ଟ ଓ ଦିନିକିଆର ଅଧିନାୟକ ଦାୟିତ୍ୱରେ ରହିଥିବା ବେଳେ ଅଭିଷେକ ଶର୍ମା ଟି-20ର ନମ୍ୱର ଓ୍ୱାନ ବ୍ୟାଟ୍ସମ୍ୟାନ ରହିଛନ୍ତି । ଆଉ ବିସ୍ଫୋରକ ବ୍ୟାଟିଂ କରି ପ୍ରତିପକ୍ଷ ଦଳକୁ ଚମକାଇ ଦେଇଛନ୍ତି । ଅଭିଷେକ ଶର୍ମା ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ ହୋଇଥିବାରୁ ତାଙ୍କୁ ଦ୍ବିତୀୟ ଯୁବରାଜ ବୋଲି ମଧ୍ୟ କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଭିଷେକ ଶର୍ମା:


ଭାରତର ବାମହାତୀ ଓପନର ଅଭିଷେକ ଶର୍ମା ଆଇସିସି ପୁରୁଷ ଟି-୨୦ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ସର୍ବୋଚ୍ଚ ରେଟିଂ ହାସଲ କରି ଇତିହାସ ରଚିଛନ୍ତି। ଏସିଆ କପରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ବିଜୟରେ ଅର୍ଦ୍ଧଶତକ ପରେ ୨୫ ବର୍ଷୀୟ ଖେଳାଳି ୯୩୧ ପଏଣ୍ଟରେ ପହଞ୍ଚିଛନ୍ତି, ଯାହା ଡେଭିଡ୍ ମାଲାନଙ୍କ ୨୦୨୦ ରେକର୍ଡ ୯୧୯କୁ ଅତିକ୍ରମ କରିଛି। ଅଭିଷେକ ଏବେ ଇଂଲଣ୍ଡର ଫିଲ୍ ସଲ୍ଟଙ୍କଠାରୁ ୮୨ ପଏଣ୍ଟ ଆଗରେ ଅଛନ୍ତି, ତିଲକ ବର୍ମା ତୃତୀୟ ସ୍ଥାନରେ ଅଛନ୍ତି। ଅଭିଷେକ ୪୪.୮୫ ହାରରେ ୩୧୪ ରନ କରି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ ହୋଇଛନ୍ତି।


ବର୍ତ୍ତମାନ ଯୁବରାଜ ସିଂହଙ୍କୁ ଦିଲ୍ଲୀ ଖେଳାଳି ପ୍ରିୟାଂଶ ଆର୍ଯ୍ୟ ଏବଂ ପଞ୍ଜାବ ଖେଳାଳି ପ୍ରଭସିମରନ ସିଂହଙ୍କ ସହ ଅଭ୍ୟାସ କରୁଥିବାର ଦେଖାଯାଇଛି । ସେ ଏବେ ଏହି ଦୁଇ ଖେଳାଳିଙ୍କୁ ପରବର୍ତ୍ତୀ ଅଭିଷେକ ଶର୍ମା ଏବଂ ଶୁବମନ ଗିଲରେ ପରିଣତ କରିବାର ଦାୟିତ୍ୱ ନେଇଛନ୍ତି ।ପ୍ରିୟାଂଶ ଆର୍ଯ୍ୟ ଏବଂ ପ୍ରଭସିମରନ ସିଂହଙ୍କ କଥା କହିବାକୁ ଗଲେ, ଉଭୟ ଖେଳାଳି ଆଇପିଏଲରେ ନିଜକୁ ପ୍ରମାଣିତ କରିଛନ୍ତି । ଉଭୟ ଆଇପିଏଲ 2025ରେ ପଞ୍ଜାବ କିଙ୍ଗ୍ସର ଅଂଶ ଥିଲେ ଏବଂ ଶ୍ରେୟସ ଆୟରଙ୍କୁ ଅନେକ ମ୍ୟାଚ୍ ଜିତାଇ ଫାଇନାଲରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ । ତେଣୁ, ଯୁବରାଜ ସିଂହ ସେମାନଙ୍କର ପ୍ରତିଭାକୁ ଆହୁରି ନିବିଡ କରିପାରିବେ ।

ଅଧିକ ପଢ଼ନ୍ତୁ ଖେଳ ଖବର:

Related Topics

Explore more stories

Sponsored
Sports Update | Yuvraj Singh Training Young Cricketers | Inspiring the Next Generation | Argus News | Argus News