Videos
|
Sports

ସ୍ତନ କର୍କଟ ବିଜ୍ଞାପନ ଦେଇ ଫସିଲା ଯୁବରାଜ ସିଂଙ୍କ ଏନ୍‌ଜିଓ

Ritu Das
Browse all articles by Ritu Das
·1 year ago·1 min read
ସ୍ତନ କର୍କଟ ବିଜ୍ଞାପନ ଦେଇ ଫସିଲା ଯୁବରାଜ ସିଂଙ୍କ ଏନ୍‌ଜିଓ

ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ଏନ୍‌ଜିଓ ‘ୟୁଓ୍ବିକ୍ୟାନ୍‌’ ପକ୍ଷରୁ ସ୍ତନ କର୍କଟ ସଚେତନତା ପାଇଁ ଦିଲ୍ଲୀ ମେଟ୍ରୋରେ ଦିଆଯାଇଥିବା ବିବାଦୀୟ ବିଜ୍ଞାପନ ସମାଲୋଚିତ ହୋଇଛି। ଉକ୍ତ ବିଜ୍ଞାପନରେ ସ୍ତନକୁ ‘ଅରେଞ୍ଜ’ ଭାବେ ଦର୍ଶାଯାଇଥିଲା। ଏଭଳି ଲଜ୍ଜାକର ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏହା ଜାଣିବା ପରେ ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷ ଉକ୍ତ ବିଜ୍ଞାପନକୁ ହଟାଇ ଦେଇଛନ୍ତି। 

ଏଆଇ ପ୍ରସ୍ତୁତ ଉକ୍ତ ବିବାଦୀୟ ବିଜ୍ଞାପନରେ ଜଣେ ଯୁବତୀ ବସ୍‌ରେ ଯାଉଥିବାବେଳେ ହାତରେ ଦୁଇଟି କମଳା ଧରିଛନ୍ତି। ତାଙ୍କ ଚାରିପଟେ ବୟସ୍କା ମହିଳାମାନେ ବସିଥିବାବେଳେ ଜଣେ ମହିଳାଙ୍କ ହାତରେ କମଳା ଝୁଡ଼ି ରହିଛି। ଉକ୍ତ ଫଟୋ ତଳେ ସ୍ଲୋଗାନ ଲେଖାଯାଇଛି, ‘ଚେକ୍‌ ୟୋର୍‌ ଅରେଞ୍ଜସ୍‌ ଓ୍ବାନ୍ସ ଏ ମନ୍ଥ’। ଯଦି ଆମେ ସ୍ତନ ଶବ୍ଦ ବ୍ୟବହାର କରିପାରିବା ନାହିଁ, ତେବେ ଦେଶରେ ସ୍ତନ କର୍କଟ ସମ୍ପର୍କରେ ସଚେତନତା କିପରି ସୃଷ୍ଟି କରିବା ବୋଲି ଏକ ପୋଷ୍ଟରେ ଏକ୍ସ ଆକାଉଣ୍ଟ କନ୍‌ଫୁଡିଅସ୍‌ ସମାଲୋଚନା କରିଛି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Yuvraj Singh's | Argus News