ଭାବୁକ ପୋଷ୍ଟ ସେୟାର କଲେ ଚହଲ, କହିଲେ...

ଭାବୁକ ହେଲେ କ୍ରିକେଟର ୟୁଜବେନ୍ଦ୍ର ଚହଲ। କହିଲେ ତମେ ଯେମିତି ସେମିତି ରୁହ। ଧନଶ୍ରୀଙ୍କ ସହ ବିବାହ ବିଚ୍ଛେଦ ଖବର ପରେ ଏଭଳି କିଛି ପୋଷ୍ଟ କରିଛନ୍ତି ଚହଲ। କ୍ରିକେଟର ୟୁଜବେନ୍ଦ୍ର ଚହଲ ଅନେକ ଦିନ ଧରି ଟିମ ଇଣ୍ଡିଆରୁ ଦୂରେଇ ରହିଛନ୍ତି। ଚହଲ ଶେଷଥର ପାଇଁ ଇଣ୍ଟରନ୍ୟାସନାଲ ମ୍ୟାଚ ଜାନୁଆରୀ ୨୦୨୩ରେ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲେ। ଚହଲ ବର୍ତ୍ତମାନ ନିଜ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି।
କୁହାଯାଉଛି କି ଚହଲ ଏବଂ ତାଙ୍କ ସ୍ତ୍ରୀ ଧନଶ୍ରୀଙ୍କ ମଧ୍ୟରେ କିଛି ଠିକ ନାହିଁ। ଦୁହେଁ ଅଲଗା ଅଲଗା ରହୁଥିବା ଜଣାପଡିଛି। ଦୁହିଁଙ୍କ ବିବାହ ବିଚ୍ଛେଦ ଖବର ହାଟରେ ପଡି ଦାଣ୍ଡରେ ଗଡୁଛି । କିନ୍ତୁ ଏ ବିଷୟରେ ଚହଲ ଏବଂ ଧନଶ୍ରୀ ଦୁହିଁଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ। ହେଲେ ଏହା ଭିତରେ ଆଉ ଏକ ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଚହଲ ଇନଷ୍ଟାଗ୍ରାରେ ଭାବୁକ ହୋଇ ଏକ ପୋଷ୍ଟ ସେୟାର କରିଛନ୍ତି। ଚହଲ ନିଜ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ତମେ ଯେମିତି ସବୁବେଳେ ସେମିତି ରୁହ, କାହାକୁ ବି ନିଜ ବିଷୟରେ ଜାଣିବା ପାଇଁ ସୁଯୋଗ ଦିଅନାହିଁ ।
📱 Get Argus News App
✨ଚହଲଙ୍କର ଏହି ପୋଷ୍ଟରେ ୟୁଜର୍ସ ମାନେ ଖୁବ କମେଣ୍ଟ କରୁଛନ୍ତି। କେହି କେହି ଚହଲଙ୍କୁ 'ଟୁଟା ହୁଆ ଆଶିକ' କହୁଛନ୍ତି ତ ଆଉ କେହି କେହି ଆଶା ରଖିଛନ୍ତି ଯେ ଚହଲ ଖୁବଶୀଘ୍ର କମବ୍ୟାକ କରିବେ । ଅନେକ ଦିନ ଧରି ଡେଟିଙ୍ଗ ପରେ ଚହଲ ଏବଂ ଧନଶ୍ରୀ ବର୍ମା ୨୨ ଡିସେମ୍ୱର ୨୦୨୦ରେ ବିବାହ କରିଥିଲେ। ଚହଲ ଗତବର୍ଷ ଟି୨୦ ଓ୍ୱାର୍ଲ୍ଡ କପ ୨୦୨୪ରେ ଭାରତୀୟ ଟିମର ଅଶିଂଦାର ହୋଇଥିଲେ। ହେଲେ ତାଙ୍କୁ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ମିଳିନଥିଲା।