Videos
|
Sports

ଆଇପିଏଲରେ କମାଲ୍ କରିବ LSG,ମେଣ୍ଟର ହେଲେ ଜାହିର ଖାନ

Sangram Tripathy
Browse all articles by Sangram Tripathy
·2 years ago·2 min read
ଆଇପିଏଲରେ କମାଲ୍ କରିବ LSG,ମେଣ୍ଟର ହେଲେ ଜାହିର ଖାନ


ଅର୍ଗସ ବ୍ୟୁରୋ:ମଇଦାନରେ କମାଲ୍ ଦେଖାଇବେ ପୂର୍ବତନ ଭାରତୀୟ ଷ୍ଟାର ଦ୍ରୁତବୋଲର ଜାହିର ଖାନ। ତାଙ୍କ ନୂଆ ଅବତାର ଦେଖିବେ ଫ୍ୟାନ୍ । ପୁଣି ଜାହିର ଜାହିର ନାରାରେ କମ୍ପିବ ମଇଦାନ। ଟେନସନରେ ପଡିବେ ବ୍ୟାଟର ଦିନ ହଜାଇବେ ଖାନ। ମୋଠୁ ଏକଥା ଶୁଣିସାରିବା ପରେ ଆପଣମାନେ ଚିନ୍ତାରେ ପଡିଥିବେ ନିଶ୍ଚୟ। ଜାହିର ଖାନ ଦ୍ରୁତବୋଲର ଭାବେ ନୁହେଁ ବରଂ ଆଇପିଏଲରେ ଭିନ୍ନ ଭୂମିକା ଅର୍ଥାତ ଲକ୍ଷ୍ନୌ ସୁପର ଜିଆଣ୍ଟସର ମେଣ୍ଟର ଭାବରେ ନଜର ଆସିବେ ଜାହିର। ଏନେଇ ଏଲଏସଜିପକ୍ଷରୁ ସୋସିଆଲ ମିଡିୟାରେ ସୂଚନା ଦିଆଯାଇଛି। LSG ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରାଯାଇଛି, ଯେଉଁଥିରେ ଜାହିର ଖାନଙ୍କୁ ଦେଖିବାକୁ ମିଳିଛି । ପୋଷ୍ଟ ହୋଇଥିବା ଏହି ଭିଡିଓର କ୍ୟାପ୍ସନରେ ଲେଖାଯାଇଛି,ଜାହିର,ତୁମେ ଦୀର୍ଘ ଦିନରୁ ଲକ୍ଷ୍ନୌର ହୃଦୟରେ ରହି ଆସିଛ ।

ବର୍ତ୍ତମାନ ଭାରତର ଏହି ପୂର୍ବତନ ଷ୍ଟାର ପେସରଙ୍କୁ ଆଇପିଏଲ୍ ୨୦୨୫ରେ LSG ମେଣ୍ଟର ଭାବରେ ଦେଖିବାକୁ ମିଳିବ । ଜାହିରଙ୍କୁ ନୂଆ ଦାୟିତ୍ବ ମିଳିବା ପରେ ଆଇପିଏଲରେ ବଢିବ ଏଲଏସଜି ବଳ। ଟିମ୍ ଇଣ୍ଡିଆର ଏହି ଷ୍ଟାର ବୋଲର ତାଙ୍କ ବୋଲିଂରେ ଅନେକ ବ୍ୟାଟରଙ୍କୁ ଅଡୁଆରେ ପକାଇ ଦେଶକୁ ଅନେକ ଥର ବିଜୟ ଭେଟିଦେଇଛନ୍ତି। ତାଙ୍କ ଭରପୁର ଅଭିଜ୍ଞତା ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ଆଗକୁ ନେବ । 


୨୦୧୮ ରୁ ୨୦୨୨ ଯାଏ ଜାହିର ମୁମ୍ବାଇ ଇଣ୍ଡିଆନ୍ସ ଦଳର କ୍ରିକେଟ୍ ନିର୍ଦ୍ଦେଶକ ମଧ୍ୟ ରହି ସାରିଛନ୍ତି । ସେ ଆଇପିଏଲର ୧୦୦ଟି ମ୍ୟାଚରେ ୧୦୭ ୱିକେଟ୍ ନେଇଛନ୍ତି । ଜାହିର ଖାନ ଭାରତ ପାଇଁ ୯୨ ଟେଷ୍ଟ ମ୍ୟାଚରେ ୩୧୧ ୱିକେଟ୍ ହାସଲ କରିଥିବା ବେଳେ ୨୦୦ ଦିନିକିଆ ମ୍ୟାଚରୁ ୨୮୩ ୱିକେଟ୍ ଏବଂ ୧୭ ଟି-୨୦ ମ୍ୟାଚରେ ୧୭ ୱିକେଟ୍ ହାସଲ କରିଛନ୍ତି । ଏବେ ଲକ୍ଷ୍ନୌ ସୁପର ଜିଆଣ୍ଟସର ମେଣ୍ଟର ଭାବରେ ଦାୟିତ୍ବ ତୁଳାଇବେ। ଗମ୍ଭୀରଙ୍କ ସ୍ଥାନ ନେଇଛନ୍ତି ଜାହିର। ଗମ୍ଭୀରଙ୍କ ପୂର୍ବତନ ଆଇପିଏଲ ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟସର ମେଣ୍ଟର ଭାବରେ ଜହିର ଖାନଙ୍କୁ ଚୟନ କରିଛି LSG ।

୨୦୨୨ ମସିହାରେ ଲକ୍ଷ୍ନୌ ଦଳରେ ଗମ୍ଭୀର ଏହି ଦାୟିତ୍ବ ନେଇଥିବା ବେଳେ ୨୦୨୪ ମସିହାରେ ଦଳରୁ ବିଦାୟ ନେଇଥିଲେ । ଜାହିର ଖାନ ନୂଆ ମେଣ୍ଟର ଭାବରେ ନଜର ଆସିବେ। ପୂର୍ବରୁ LSG ଆଇପିଏଲରେ ଭଲ ପ୍ରଦର୍ଶନ କରିପାରୁନଥିବାରୁ ଏଥର ଜାହିରଙ୍କ ଉପସ୍ଥିତିରେ ଦଳ ଭଲ କରିବ ବୋଲି ଆଶା ରହିଛନ୍ତି ମାଲିକଙ୍କ ସମେତ ଫ୍ୟାନ୍ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Zaheer Khan is the mentor of IPL LSG | Argus News