Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ରୋମାଞ୍ଚକ ମୋଡ଼ରେ ବିଶାଖାପାଟଣା ଟେଷ୍ଟ୍‌

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରୋମାଞ୍ଚକ ମୋଡ଼ରେ ବିଶାଖାପାଟଣା ଟେଷ୍ଟ୍‌

ଅର୍ଗସ ବ୍ୟୁରୋ: ରୋମାଞ୍ଚକ ମୋଡ଼ରେ ବିଶାଖାପାଟଣା ଟେଷ୍ଟ୍‌ । ଇଂଲଣ୍ଡ ସାମ୍ନାରେ ୩୯୯ ରନ ଟାର୍ଗେଟ୍ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଗୋଟିଏ ୱିକେଟ୍ ହରାଇ ୬୭ ରନ କରିଛି । ବେନ ଡକେଟ୍ ୨୮ କରି ଆଉଟ ହୋଇଥିବା ବେଳେ ଜ୍ୟାକ କ୍ରାଉଲି ୨୯ ରନ ଓ ରେହାନ ଅହମ୍ମଦ ୯ ରନ କରି ଅପରାଜିତ ଅଛନ୍ତି । ଯଶସ୍ବୀ ଜୟସ୍ବାଲଙ୍କ ୨୦୯ ରନ ବଳରେ ପ୍ରଥମ ଇନିଂସରେ ଭାରତ ୩୯୬ ରନ କରିଥିଲା।

ଏହାର ଜବାବରେ ଇଂଲଣ୍ଡ ୨୫୩ ରନ କରି ଅଲଆଉଟ ହୋଇଯାଇଥିଲା । ଯେଉଁଥିରେ ଭାରତ ୧୪୩ ରନରେ ଆଗୁଆ ଥିଲା । ମାତ୍ର ଦ୍ବିତୀୟ ଇନିଂସରେ ଭାରତ ୨୫୫ ରନରେ ଅଲଆଉଟ୍ ହୋଇଯିବାରୁ ଇଂଲଣ୍ଡ ଆଗରେ ୩୯୯ ରନର ବିଜୟ ଲକ୍ଷ୍ୟ ରହିଛି । ତେବେ ଦ୍ବିତୀୟ ଇଂନିଂସରେ ଶୁଭମନ ଗିଲଙ୍କ ଶତକ ଯୋଗୁଁ ଭାରତ ୨୫୫ ରନ କରିବାରେ ସକ୍ଷମ ହୋଇପାରିଛି ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Zak Crawley and Rehan Ahmed unbeaten at stumps, ENG need 332 to win in Visakhapatnam | Argus News