Test Cricket Records / ୧୪୯ ବର୍ଷରେ ପ୍ରଥମ…ଭାରତ-ଅଷ୍ଟ୍ରେଲିଆ ଯାହା କରିପାରିଲେନି, କରିଦେଖାଇଲା ଜିମ୍ବାୱେ… ଦୁଇ ଇନିଂସରେ ୫୦୦ରୁ ଅଧିକ ରନ୍
·1 hour ago·2 min read

Key Points
ଦୀର୍ଘ ୧୪୯ ବର୍ଷ ପରେ ଟେଷ୍ଟ କ୍ରିକେଟ ଇତିହାସରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି
ଦୀର୍ଘ ୧୪୯ ବର୍ଷ ପରେ ଟେଷ୍ଟ କ୍ରିକେଟ ଇତିହାସରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଯାହା କେବେ କେହି ଭାବି ନଥିବେ। ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଟିମ ଯାହା କରିପାରି ନଥିଳଶ ଆଜି ଜିମ୍ବାଓ୍ବେ ଟିମ ତାହା କରି ଦେଖାଇଛି।
ଆଫଗାନିସ୍ତାନ ବିପକ୍ଷରେ ଶାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ଜିମ୍ବାଓ୍ବେ ଟିମ ଉଭୟ ଇନିଂସରେ ୫୦୦ରୁ ଅଧିକ ରନ୍ ସ୍କୋର କରିଛି ଏହାସହ ନୂଆ ଇତିହାସ ଲେଖିଛି ଜିମ୍ବାଓ୍ୱେ । ଆଫଗାନିସ୍ତାନ ବିପକ୍ଷରେ ଉଭୟ ଇନିଂସରେ ଦଳର ସ୍କୋର ୫୦୦ ଟପିଛି ।
ପ୍ରଥମ ଇନିଂସରେ ଜିମ୍ବାଓ୍ୱେ ୫୦୪ ରନ୍ କରିଥିଲା । ଦ୍ୱିତୀୟ ଇନିଂସରେ ଦଳ ୫୨୩ ରନ୍ କରିବାରେ ସକ୍ଷମ ହୋଇଥିଲା । ଶାରଜାହରେ ଖେଳାଯାଇଥିବା ମୁକାବିଲାରେ ଏହି କୀର୍ତ୍ତିମାନ ଦେଖିବାକୁ ମିଳିଥିଲା।
ଏହାସହ ପଢ଼ନ୍ତୁ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ…ସିରିଜରେ ଭାରତୀୟ ଦଳ ୨-୦ରେ ଆଗରେ
ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ଜିମ୍ବାଓ୍ୱେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପ୍ରଥମ ଇନିଂସରେ ୫୦୪ ରନ୍ କରିଥିଲା । ବ୍ରେଣ୍ଡନ୍ ଟେଲର ଏବଂ ବ୍ରାଏନ୍ ବେନେଟ୍ ଶତକୀୟ ପାଳି ଖେଳିଥିଲେ । ଏହାସହ ଲୋୟର ଅର୍ଡର ବ୍ୟାଟର ମଧ୍ୟ ଉପଯୋଗୀ ଇନିଂସ ଖେଳିଥିଲେ । ଫଳରେ ଦଳର ସ୍କୋର ୫୦୦ ଟପିଥିଲା । ଜବାବରେ ଆଫଗାନିସ୍ତାନ ମଧ୍ୟ ଜବରଦସ୍ତ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ସେଦିକୁଲାହ ଅଟଲ, ରେହମନୁଲା ଜର୍ଡାନ ଏବଂ ରେହମତ୍ ଶାହ ଶତକ ଲଗାଇଥିଲେ । ଫଳରେ ଟିମ୍ ୫୧୪ ରନ୍ କରିଥିଲା ।
ଦ୍ୱିତୀୟ ଇନିଂସରେ ଜିମ୍ବାଓ୍ୱେ ସଅଳ ଓ୍ୱିକେଟ୍ ହରାଇଥିଲେ ବି ଅଲରାଉଣ୍ଡର କ୍ରେଗ୍ ଏରଭିନ୍ ୨୦୬ ରନର ପାଳି ଖେଳିଥିଲେ । ସେହିପରି ଓ୍ୱେସଲେ ମାଧେଭିର୍ ମଧ୍ୟ ଶତକ ଅର୍ଜନ କରିଥିଲେ । ଫଳରେ ଦଳ ୫୨୩ ରନ୍ କରିପାରିଥିଲା । ତେବେ ଗୋଟିଏ ମ୍ୟାଚରେ ତିନୋଟି ଇନିଂସରେ ୫୦୦ରୁ ଅଧିକ ରନ୍ ସ୍କୋର ହୋଇଛି । ଯାହା ଏକ ରେକର୍ଡ୍ । ସେହିପରି ଜିମ୍ବାଓ୍ୱେ ଉଭୟ ଇନିଂସରେ ୫୦୦ ପ୍ଲସ୍ ସ୍କୋର କରି ବିରଳ କୀର୍ତ୍ତିମାନ ହାସଲ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories