Zimbabwe T20 Series / ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା…ସଞ୍ଜୁ ସାମସନ ବାଦ୍… ୨ ନୂଆ ପେସରଙ୍କୁ ମିଳିଲା ସୁଯୋଗ
·2 months ago·2 min read

Key Points
ଉଇକେଟକିପର-ବ୍ୟାଟର ସଞ୍ଜୁ ସାମସନଙ୍କୁ ଏଥିରୁ ବାଦ୍ ଦେଇଥିବା ବେଳେ ଦଳରେ ପ୍ରଥମ ଥର ଦୁଇ ପେସ୍ ବୋଲର ୟଶ ଠାକୁର ଓ ଅଶୋକ ଶର୍ମାଙ୍କୁ ସ୍ଥାନ ଦେଇଛନ୍ତି।
ସଞ୍ଜୁ ସାମସନଙ୍କ ନାଁ କହିଲେ ସମସ୍ତେ ଚିହ୍ନିଛନ୍ତି। ଭାରତୀୟ ଟିମକୁ ଟି-୨୦ ବିଶ୍ବକପ ଜିତାଇବାରେ ସଞ୍ଜୁଙ୍କର ଥିଲା ବଡ଼ ହାତ। ତାଙ୍କ ପାଇଁ ଟିମ ଇଣ୍ଡିଆ ବିଶ୍ବକପ ଜିତିଥିଲା କିନ୍ତୁ ଏବେ ଇଣ୍ଡିଆ ବିପକ୍ଷ ଇଂଲଣ୍ଡ ମ୍ୟାଚରେ ତାଙ୍କର ପ୍ରଦର୍ଶନ ପୂରା ଖରାପ ରହିଛି। ଚଳିତମାସ ପରବର୍ତ୍ତୀ ଭାଗରେ ଖେଳାଯିବାକୁ ଥିବା ଜିମ୍ବାଓ୍ବେ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ ବିଶ୍ୱକପ୍ ବିଜୟୀ ଉଇକେଟକିପର-ବ୍ୟାଟର ସଞ୍ଜୁ ସାମସନଙ୍କୁ ଏଥିରୁ ବାଦ୍ ଦେଇଥିବା ବେଳେ ଦଳରେ ପ୍ରଥମ ଥର ଦୁଇ ପେସ୍ ବୋଲର ୟଶ ଠାକୁର ଓ ଅଶୋକ ଶର୍ମାଙ୍କୁ ସ୍ଥାନ ଦେଇଛନ୍ତି।
ଏହାସହ ପଢ଼ନ୍ତୁ: ଲଗାତାର ପରାଜୟ ପରେ ଟିମ୍ ଇଣ୍ଡିଆକୁ ବଡ଼ ପରାମର୍ଶ… ପଟିଦାରଙ୍କୁ ସାମିଲ କରିବାକୁ ଦାବି କଲେ ଏହି କ୍ରିକେଟର
ଜିମ୍ବାଓ୍ବେ ଟୁର୍ ବେଳେ ଭାରତ ଜୁଲାଥ ୨୩, ୨୫ ଓ ୨୭ରେ ତିନୋଟି ଟି୨୦ ମ୍ୟାଚ ଖେଳିବ। ସମସ୍ତ ମ୍ୟାଚ ହରାରେଠାରେ ଖେଳାଯିବ। ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ସିରିଜ ଅନ୍ତର୍ଗତ ଦ୍ୱିତୀୟ ଟି୨୦ରେ ସାମସନଙ୍କ ସ୍ଥାନରେ ସ୍ବଳ୍ପ ବୟସ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ମିଳିଥିଲା। କେରଳ ବ୍ୟାଟର ଆୟର୍ଲାଣ୍ଡ ବିପକ୍ଷରେ ଦୁଇଥର ଏବଂ ଡରହାମଠାରେ ଇଂଲଣ୍ଡ ବିପକ୍ଷ ଓପନିଂ ଟି୨୦ରେ ବିପଳ ହୋଇଥିଲେ। ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନମଣ୍ଡଳୀ ଦଳରେ ଆଉ ଜଣେ ଖେଳାଳି ଉଇକେଟକିପର ବ୍ୟାଟର ପ୍ରଭସିମରନ ସିଂଙ୍କୁ ପ୍ରଥମ ଥର ସୁଯୋଗ ଦେଇଛନ୍ତି। ୨୦୨୪ ପରେ ଏକ୍ସପ୍ରେସ୍ ପେସର ମୟଙ୍କ ଯାଦବ ମଧ୍ୟ ପ୍ରଥମ ଥର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ନୀତିଶଙ୍କ ସ୍ଥାନରେ ଦୁବେ
ସିରିଜ ପରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁଥିବା ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ପାଇଁ ମଧ୍ୟ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ ଆଘାତପ୍ରାପ୍ତ ନୀତିଶ କୁମାର ରେଡ୍ଡୀଙ୍କ ସ୍ଥାନରେ ଶିବମ ଦୁବେଙ୍କ ଦଳରେ ସାମିଲ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତୀୟ ଟି୨୦ ଦଳ: ଶେୟସ ଆୟର (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ବର୍ମା, ତିଳକ ବର୍ମା(ଉପଅଧିନାୟକ), ଇଶାନ କିଶନ (ଉଇକେଟକିପର), ଶିବମ ଦୁବେ, ସୂର୍ଯ୍ୟାଂଶ ଶେଡ୍ଗେ, ରିଙ୍କୁ ସିଂ, ହର୍ଷ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ, ୟଶ ଠାକୁର, ଅଶୋକ ଶର୍ମା, ମୟଙ୍କ ଯାଦବ ଓ ପ୍ରଭସିମରନ ସିଂ (ଉଇକେଟ କିପର)।
ଭାରତର ଅପ୍ ଡେଟେଡ ଦିନିକିଆ ଦଳ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶେୟସ ଆୟର(ଉପଅଧିନାୟକ), କେ.ଏଲ୍ ରାହୁଲ (ଉଇକେଟକିପର), ଇଶାନ୍ କିଶନ (ଉଇକେଟକିପର), ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅଶ;ଦୀପ ସିଂ, ଗୁର୍ନୁର ବ୍ରାର୍ ଓ ଶିବମ ଦୁବେ।

Related Topics
Explore more stories