Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

ଭାରତ ସେମିକଣ୍ଡକ୍ଟର୍ ବିପ୍ଲବର ନୂଆ ହବ୍

Sudeshna Mishra
Browse all articles by Sudeshna Mishra
·11 months ago·2 min read
ଭାରତ ସେମିକଣ୍ଡକ୍ଟର୍ ବିପ୍ଲବର ନୂଆ ହବ୍

Key Points

ସେମିକଣ୍ଡକ୍ଟର କ୍ଷେତ୍ରରେ ଆତ୍ମନିର୍ଭର ହେଉଛି ଭାରତ

ଭାରତ ସେମିକଣ୍ଡକ୍ଟର୍ ବିପ୍ଲବର ନୂଆ ହବ୍

ଭାରତକୁ ନୂଆ ଶକ୍ତି ଦେବା ପାଇଁ IIT ଭୁବନେଶ୍ୱରରୁ ଆରମ୍ଭ ହେବ ନୂଆ ଇତିହାସ

ବଢ଼ିବ ରୋଜଗାର, ଆତ୍ମନିର୍ଭର ଭାରତର ସଫଳତାରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ

୪୬୦୦କୋଟିର ନିବେଶ, ୨୦୩୪ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଭାରତ ଏବେ ସେମିକଣ୍ଡକ୍ଟର୍ ମ୍ୟାନୁଫ୍ୟାକ୍ଚରିଙ୍ଗ କ୍ଷେତ୍ରରେ ସିଧା ଚୀନକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ। ଦେଶରେ ଲଗାଯିବ ୪ଟି ନୂଆ ସେମିକଣ୍ଡକ୍ଟର୍ ପ୍ଲାଣ୍ଟ। ଯାହା ପାଇଁ ୪୬୬୦ କୋଟି ଟଙ୍କାର ବଡ଼ ନିବେଶ କରାଯିବ। ଭାରତର ଡିଜିଟାଲ କ୍ରାନ୍ତିର ଇଞ୍ଜିନ୍ ହେବ ଓଡ଼ିଶା । ଏହି ପ୍ଲାଣ୍ଟ ହେବା ପରେ ଭାରତ ଚିପ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ସହ ଟେକନୋଲୋଜି କ୍ଷେତ୍ରରେ ନୁଆ ବିଶ୍ବସ୍ତରୀୟ ହବ ମଧ୍ୟ ପାଲଟିବ। ସରକାରଙ୍କ କହିବା କଥା ଏହା ଦ୍ବାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।


ଅର୍ଥାତ ସେମିକଣ୍ଡକ୍ଟର, ସେହି ଛୋଟ ଚିପ ଯାହା ଆପଣଙ୍କ ମୋବାଇଲରୁ ନେଇ ସେଟେଲାଇଟ ଯାଏ ସବୁ କିଛି ଚଲାଇଥାଏ, ତାହା ଏବେ ମେକ ଇନ ଇଣ୍ଡିଆ ହେବ। ଭାରତର ଏହି ବଡ଼ ଲମ୍ଫ କେବଳ ଟେକନୋଲୋଜିର କ୍ଷେତ୍ରରେ ନୁହେଁ ବରଂ ଚୀନ ଭଳି ଦିଗ୍ଗଜକୁ ବି ସିଧା ଆହ୍ବାନ।

ସେମିକଣ୍ଡକ୍ଟର୍ 21ତମ ଶତାବ୍ଦୀର ନୂଆ ‘ଇଂଜିନ’। ଯାହା ବିନା ଆଧୁନିକ ଜୀବନର ପ୍ରାୟ ସମସ୍ତ technology ‘ବନ୍ଦ’ ହୋଇଯିବ।


ବିଶ୍ୱବ୍ୟାପୀ ଶିଳ୍ପରେ ଭାରତକୁ ନୂଆ ଶକ୍ତି ଦେବା ପାଇଁ, IIT ଭୁବନେଶ୍ୱରରୁ ଆରମ୍ଭ ହେବ ଏକ ନୂଆ ଅଧ୍ୟାୟ। ଆଇ.ଆଇ.ଟି ଭୁବନେଶ୍ବରର ଡାଏରେକ୍ଟରଙ୍କ ତତ୍ବାବଧାନରେ ଥିବା startupକୁ କ୍ୟାବିନେଟ ସିକୃତି ମିଳିଛି। କ୍ୟାବିନେଟ 4ଟି ନୂଆ ସେମିକଣ୍ଡକ୍ଟର୍ ପ୍ରକଳ୍ପକୁ ଅନୁମୋଦନ କରିଛି, ଯେଉଁଥିରୁ 2ଟି ଓଡିଶାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମୋଟ ₹4,600 କୋଟିର ଏହି ପ୍ରକଳ୍ପ, 2034 ଦକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ, ଇକୋସିସ୍ଟମକୁ ତୀବ୍ର ଗତି ଦେବ। SicSem Private Limited-UKର Clas-SiC Wafer Fab ସହଭାଗିରେ, ଭୁବନେଶ୍ୱରରେ ଦେଶର ପ୍ରଥମ କର୍ମସିଆଲ କମ୍ପାଉଣ୍ଡ ସେମିକଣ୍ଡକ୍ଟର୍ ଫ୍ୟାବ  ଖୋଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତତ୍ବାବଧାନରେ ଆଗଉଛି ଦେଶ ଓ ସାରା ବିଶ୍ବ ପାଇଁ ଏକ ଆର୍ଦଶ ହୋଇପାରିଛି । ସେମିକଣ୍ଡକ୍ଟର ଫାବ ହେଉଛି ଏହାର ଉତ୍କୃଷ୍ଟ ପ୍ରମାଣ। ସେମିକଣ୍ଡକ୍ଟର ଫାବ ଯାହାର ସ୍ବପ୍ନ ୧୯୬୨ରେ ଦେଶ ଦେଖିଥିଲା, ହେଲେ ସେତେବେଳର ସରକାରଙ୍କ ଇଚ୍ଛାଶକ୍ତି ଅଭାବରୁ ସ୍ବପ୍ନ ପୂରଣ ହୋଇ ପାରିନଥିଲା ହେଲେ ମୋଦୀ ସରକାର ସବୁ ସ୍ବପ୍ନକୁ ସତ କରିଦେଖାଇଛନ୍ତି।


ବିଶ୍ବ ମାନଚିତ୍ରରେ ୧୦ବର୍ଷ ଭିତରେ ଭାରତର ଅର୍ଥବ୍ୟବସ୍ଥା ୧୦ମ ସ୍ଥାନରୁ ଏବେ ଟପ-୫ରେ ନିଜ ସ୍ଥାନ ପକ୍କା କରି ପାରିଛି। ଟପ-୩ ଇକୋନୋମି ଦୌଡ଼ରେ ଏବେ ରହିଛି ଭାରତ। ଏହି ତୀବ୍ର ବେଗ୍ ରିଫର୍ମ, ପରଫର୍ମ, ଟ୍ରାନ୍ସଫର୍ମ ଯୋଗୁଁ ହାସଲ ହୋଇ ପାରିଛି। ୨୦୧୪ରେ ମେଟ୍ରୋ କେବଳ ୫ଟି ସହର ଯାଏଁ ସୀମିତ ରହିଥିଲା ଆଉ ଆଜି ୨୪ସହରରେ ୧ହଜାରରୁ ଅଧିକ ମେଟ୍ରୋ ନେଟଓାର୍କ ତିଆରି ହୋଇ ପାରିଛି। ଏହା ହେଉଛି ନୂଆ ଭାରତ।


Sponsored
IIT-Bhubaneswar-semiconductor-hub | Argus News