Videos
|
Technology

ମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋ

ଅର୍ଗସ ବ୍ୟୁରୋ : ମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କରିଛି ଇସ୍ରୋ । PSLV C 60 ପୋଏମ୍-4 ମଡ୍ୟୁଲର ଶକ୍ତିଶାଳୀ କ୍ୟାମେରା ଲେନ୍ସରେ କଏଦ ହୋଇଛି ବୀଜ ଅଙ୍କୁରିତ ହେବାର ପୂରା ପ୍ରକ୍ରିୟା । ମହାକାଶରେ ଜୀବନର ସନ୍ଧାନ ଜାରି ରହିଥିବାବେଳେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର କ୍ରପ୍ ପରୀକ୍ଷଣ ସଫଳ ହୋଇଛି । ଗତ ଡିସେମ୍ବର ୩୦ରେ ଲଞ୍ଚ ହୋଇଥିବା ସ୍ପାଡେକ୍ସ ମିଶନ ସହିତ ଇସ୍ରୋ ପୋଏମ ମିଶନ ମଧ୍ୟ କାର୍ଯ୍ୟ କରୁଛି ।


ଏଥି ମିଶନରେ ମହାକାଶରେ ପ୍ରଥମ ଥର ପାଇଁ ଗବେଷଣାଗାର ପ୍ରତିଷ୍ଠା କରିଛି ଇସ୍ରୋ । ଭବିଷ୍ୟତ ସ୍ପେଶ୍‌ ମିଶନ୍ ପାଇଁ ଜୀବନ ସହାୟତା ପ୍ରଣାଳୀ ବିକାଶରେ ଏହି ମିଶନ ବେଶ ସହାୟକ ହେବା ସମ୍ଭାବନା ରହିଛି । ଗତ 4 ତାରିଖରେ ସୋସିଆଲ ମିଡିଆ ଏକ୍ସରେ ମଞ୍ଜିରୁ ହେଲା ଗଜା ହେବାର ଫଟୋଚିତ୍ର ଜାରି କରିଥିଲା ଇସ୍ରୋ । ମିଶନ ଜରିଆରେ ମହାକାଶକୁ ୮ଟି ଝୁଡ଼ଙ୍ଗ ମଞ୍ଜି ପଠାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
timelapse of leaves emerging in space! video share by ISRO | Argus News