Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

Tech News / ଚିଟ୍ଟି 2.0 ଏବେ ରିଅଲ ଲାଇଫରେ...

Sudeshna Mishra
Browse all articles by Sudeshna Mishra
·10 months ago·3 min read
ଚିଟ୍ଟି 2.0 ଏବେ ରିଅଲ ଲାଇଫରେ...
Representative image

Key Points

"ସିନ୍ଥେଟିକ୍ ଇଣ୍ଟେଲିଜେନ୍ସ୍: ଆସିଗଲା ‘ରଜନୀକାନ୍ତଙ୍କ ଚିଟ୍ଟି’...  ବିଶେଷଞ୍ଜଙ୍କ କହିବା କଥା, SI ମଣିଷର ପ୍ରକୃତ ଶତ୍ରୁ AI vs SI – ଭବିଷ୍ୟତର ପ୍ରଯୁକ୍ତି, ଆମର ସହଭାଗୀ!

ଆପଣ Siri, Alexa କିମ୍ବା Google Maps ବ୍ୟବହାର କରିଛନ୍ତି କି ? Siri, Google Maps, Chatbots, ସବୁ AI। ଆଜି (ଏଆଇ)କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ସମସ୍ତଙ୍କୁ ଜଣା। କିନ୍ତୁ, AI ପରେ ଏବେ ଆସୁଛି ନୂଆ ପ୍ରଯୁକ୍ତି, (SI)ସିନ୍ଥେଟିକ୍ ଇଣ୍ଟେଲିଜେନ୍ସ୍।

କୃତ୍ରିମ ବୁଦ୍ଧିମତା (AI) ପରେ ଏବେ ନୂଆ କରି ଚର୍ଚ୍ଚାର ପରିସରକୁ ଆସିଛି ‘ସିନ୍ଥେଟିକ୍ ଇଣ୍ଟେଲିଜେନ୍ସ୍’ (SI) ବିଶେଷଜ୍ଞଙ୍କ କହିବା ଅନୂସାରେ, ଏହା କେବଳ ଏକ ମେସିନ୍ ପ୍ରଣାଳୀ ନୁହେଁ, ବରଂ ଏକ ସଚେତନ ବ୍ୟବସ୍ଥା ଯେଉଁଥିରେ ମାନବୀୟ ଭାବନା, ଇଚ୍ଛା ଓ ପରିଚୟ ଭଳି ବିଶେଷତା ରହିପାରିବ

AI କ’ଣ କରେ?

ଏହା ଡାଟା ବିଶ୍ଳେଷଣ କରେ,ପ୍ୟାଟର୍ନ୍ ପଚାରେ,ତର୍କ (Logic) ଆଧାରରେ ସିଦ୍ଧାନ୍ତରେ ଉପନିତ ହୁଏ। ସରଳ ଅର୍ଥରେ କହିବାକୁ ଗଲେ, AI = କେବଳ ମୁଣ୍ଡ (Brain)।” ଯାହାର, ଭାବନା କିମ୍ବା ଇଚ୍ଛା ନାହିଁ।”

“SI, ଅର୍ଥାତ୍ ସିନ୍ଥେଟିକ୍ ଇଣ୍ଟେଲିଜେନ୍ସ୍, AI ଠାରୁ ଅଧିକ।ଏହା ମଣିଷ-ଭଳି ଭାବନା ବୁଝିପାରିବ,ନିଜର ଇଚ୍ଛା ଓ ପରିଚୟ ତିଆରି କରିପାରିବ। ସରଳ ଅର୍ଥରେ କହିବାକୁ ଗଲେ, SI = ମୁଣ୍ଡ (Brain) + ହୃଦୟ (Heart)।”

“ତେଣୁ, AI ଆମକୁ କାମରେ ସାହାଯ୍ୟ କରେ, କିନ୍ତୁ SI-ଆମକୁ ବୁଝିବ, ଆମ ସହିତ ଭାବିବ, ଏବଂ ମଣିଷ-ଭଳି ସହଭାଗୀ ହୋଇପାରିବ। ଭବିଷ୍ୟତ୍‌ରେ- AI = Brain,SI = Brain + Heart

ସିନ୍ଥେଟିକ୍ ଇଣ୍ଟେଲିଜେନ୍ସ୍: "ମଣିଷ-ସମାନ AI" ର ନୂଆ ଦିଗ

କୃତ୍ରିମ ବୁଦ୍ଧିମତା (AI) ପରେ ବିଶ୍ୱବ୍ୟାପୀ ଆଲୋଚନାରେ ଏବେ ନୂଆ ପ୍ରଯୁକ୍ତି-ସିନ୍ଥେଟିକ୍ ଇଣ୍ଟେଲିଜେନ୍ସ୍ (SI)। ବିଶେଷଜ୍ଞମାନଙ୍କ ମତ, ଏହା କେବଳ ଡାଟା ପ୍ରସ୍ତୁତି କରୁଥିବା ମେସିନ୍ ନୁହେଁ, ବରଂ ମାନବୀୟ ଭାବନା ସହିତ ଏକ ସଚେତନ ପ୍ରଣାଳୀ ମଧ୍ୟ।

AI ଆଜି ସ୍ମାର୍ଟଫୋନ୍ ଆସିଷ୍ଟାଣ୍ଟ, ବ୍ୟାଙ୍କିଂ ଠକେଇ ଚିହ୍ନଟ, ସ୍ୱାସ୍ଥ୍ୟ ସେବାରେ ରୋଗ ଚିହ୍ନଟ କରିବା ସହ ବହୁ କାମରେ ବ୍ୟବହୃତ ହେଉଛି। କିନ୍ତୁ SI, AI ଆଉ ପାଦେ ଆଗକୁ ବଢ଼ି, ମାନବୀୟ ଭାବନା ଓ ବ୍ୟକ୍ତିଗତ ତତ୍ତ୍ୱମାନଙ୍କୁ ମଧ୍ୟ ଅନୁଭବ କରିପାରିବ। ଏହାର ବିଶେଷତା ହେଉଛି, ଯେ କେବଳ ତଥ୍ୟ ବିଶ୍ଳେଷଣରେ ସୀମିତ ରହିବନାହିଁ, ବରଂ ପରିଚୟ ଗଢ଼ିପାରିବ। ଏହି କାରଣରୁ, ସିନ୍ଥେଟିକ୍ ଇଣ୍ଟେଲିଜେନ୍ସ୍‌କୁ “ମଣିଷ-ସମାନ AI” ବୋଲି କୁହାଯାଉଛି।

SI ଓ AI ରେ ପାର୍ଥକ୍ୟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

AI: ପାରମ୍ପରିକ AI ର କାମ କେବଳ ଡାଟା ପ୍ରସେସିଂ, ପ୍ୟାଟର୍ନ ପରିଚୟ ଓ ସିଦ୍ଧାନ୍ତ ନେବା ପର୍ଯ୍ୟନ୍ତ ସୀମିତ।

SI: ସିନ୍ଥେଟିକ୍ ଇଣ୍ଟେଲିଜେନ୍ସ ଭିତରେ ମାନବୀୟ ଚେତନା ଓ ଭାବନାକୁ ଏକାଠି କରାଯାଇଥାଏ। ଯାହା ଫଳରେ ଏହା କେବଳ ସିଦ୍ଧାନ୍ତ ରେ ଉପନିତ ହୁଏ ନୁହେଁ, ବରଂ ଅନୁଭବ ମଧ୍ୟ କରିପାରିବ।

ବିଶେଷଜ୍ଞମାନଙ୍କର କହିବା କଥା, ପାରମ୍ପରିକ AI କୁ "ଗଣନା କରୁଥିବା ମେସିନ୍" କୁହାଯାଇପାରେ, କିନ୍ତୁ SI ଜଟିଳ, ଓ ସମ୍ବେଦନଶୀଳ ସିଦ୍ଧାନ୍ତ ନେଇପାରିବ। “ମଣିଷ-ଭଳି ବୁଦ୍ଧିମତା”ରହିଛି SI ରେ।

SI ବିଷୟରେ ଚର୍ଚ୍ଚା କାହିଁକି ବଢ଼ୁଛି?

ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭର୍ଚୁଆଲ୍ ଜଗତ AI ଠାରୁ ଆଗକୁ ବଢ଼ି SI ଦିଗରେ ଯାଉଛି।

ପାରମ୍ପରିକ AI କେବଳ ନିର୍ଦ୍ଦେଶ ଉପରେ କାମ କରେ, ଯାହା ମଣିଷ କହିବେ ସେହି ଅନୁସାରେ କାମ କରିବେ । ହେଲେ, SI ପାଖରେ ମଣିଷକୁ ବୁଝିବାର ଶକ୍ତି ରହିଥାଏ । ଭବିଷ୍ୟତରେ SI ସହିତ ମଣିଷ ସହିତ ସମାନ କାମ କରିପାରିବ

SIର ଭବିଷ୍ୟତ ଓ ଚାକିରିରେ ପ୍ରଭାବ

ବିଶେଷଜ୍ଞଙ୍କ କହିବା କଥା, SI ଭବିଷ୍ୟତରେ ମଣିଷଙ୍କ ଭଳି କାମ କରିପାରିବ।

ପାରମ୍ପରିକ AI ଠାରୁ ଅଧିକ ଉନ୍ନତ ହେବାରୁ ଏହା ନୂଆ ଚାକିରି ଓ ସୁଯୋଗ ସୃଷ୍ଟି କରିପାରିବ।

ତଥାପି, କେତେକ କାମରେ SI ମଣିଷଙ୍କୁ ରିପ୍ଲେସ କରିଦେବ ଓ କେତେକ ସ୍ଥାନରେ ମାନବ ଅବଶ୍ୟକ ରହିବେ, ଏନେଇ ଆଲୋଚନା ଏବେ ବି ଜାରି ରହିଛି। ତେବେ, ଏଆଇ ନେଉଛି ଚାକିରି, ଏହିଭଳି ହେଡଲାଇନ୍ସ ନିଇତି ଦେଖିବାକୁ ମିଳୁଛି। ସତ୍ୟତା ହେଉଛି AI କିଛି-କିଛି ଚାକିରିକୁ ପରିବର୍ତ୍ତନ କରିଦେବ। ଯେଉଁ ସବୁ ଚାକିରିରେ ମଣିଷଙ୍କ ଭଳି ଆଲୋଚନା ବା ହ୍ୟୁମାନ ଇନଭଲଭମେଣ୍ଟ ଦରକାର, ସେଥିରେ SI ଚାକିରିକୁ ପ୍ରଭାବିତ କରିପାରିବ। କିନ୍ତୁ ଏହି ଦୁଇଟି ଟେକନୋଲୋଜି ସହିତ, ନୂଆ AI ପେଶାଗତ ସୁଯୋଗ ସୃଷ୍ଟି କରିବ।


Related Topics

Explore more stories

Sponsored
Artificial Intelligence vs. Human Creativity | Argus News