Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

ମସ୍ତିଷ୍କର ଏହି ପାର୍ଶ୍ବରେ ଅଛି ଇଶ୍ବରଙ୍କ ପାଇଁ ସ୍ଥାନ, ବୈଜ୍ଞାନିକ ଦେଲେ ପ୍ରମାଣ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ମସ୍ତିଷ୍କର ଏହି ପାର୍ଶ୍ବରେ ଅଛି ଇଶ୍ବରଙ୍କ ପାଇଁ ସ୍ଥାନ, ବୈଜ୍ଞାନିକ ଦେଲେ ପ୍ରମାଣ

ଆଧ୍ୟାତ୍ମିକତାର ଅନୁଭବ ପ୍ରତ୍ୟେକ ବ୍ୟକ୍ତି କରିଥାନ୍ତି । କିଛିଜଣ ବହୁତ ଜଲଦି ଆଧ୍ୟାତ୍ମିକତାକୁ ଅନୁଭବ କରିଥାନ୍ତି, ଆଉ କିଛିଜଣ ହୁଏତ ବିଳମ୍ବରେ । କିନ୍ତୁ ଆମର ଆତ୍ମା ପରମାତ୍ମାଙ୍କୁ ପାଇବାକୁ ସବୁବେଳେ ପ୍ରାର୍ଥନା କରୁଥାଏ। ଭଗବତ ପ୍ରାପ୍ତିର ମାର୍ଗ ସବୁବେଳେ ଖୋଜୁଥାଏ ।ତେବେ ଆଧ୍ୟାତ୍ମିକତାର ଅନୁଭବ ପ୍ରତ୍ୟେକ ବ୍ୟକ୍ତି କରିଥାନ୍ତି । ସେ ଧାର୍ମିକ ତଥା ଇଶ୍ବର ବିଶ୍ବାସୀ ହୋଇଥାନ୍ତୁ କି ନାସ୍ତିକ । ସମସ୍ତେ ଆଧ୍ୟାତ୍ମିକ ଜିନିଷକୁ ଅନୁଭବ କରିଥାନ୍ତି । ଏହାକୁ ବୈଜ୍ଞାନିକ ମାନେ ସନ୍ଧାନ ପରେ ନିଜ ମତ ଦେଇଛନ୍ତି । ୟେଲ ବିଶ୍ବବିଦ୍ୟାଳୟର କିଛି ବୈଜ୍ଞାନିକମାନେ ଏପରି ଏକ ପରୀକ୍ଷା କରିଛନ୍ତି ।

ମଣିଷର ମସ୍ତିଷ୍କକୁ ନେଇ ଏପରି ପରୀକ୍ଷା କରିଛନ୍ତି, ଯେଉଁଥିରୁ ଜଣାପଡିଛି, ମସ୍ତିଷ୍କର ଏକ ସ୍ଥାନ ଏପରି ଅଛି , ଯେଉଁଠି ଆଧ୍ୟାତ୍ମିକ ଅନୁଭବ ହେବାମାତ୍ରେ ସକ୍ରିୟ ହୋଇଉଠେ । ଅର୍ଥାତ ଏହି ସ୍ଥାନ ଆଲୋକିତ ହୋଇଉଠେ । ଏହାକୁ "ଗଡ୍ ସ୍ପଟ୍" ବା "ଆଧ୍ୟାତ୍ମିକ ପାର୍ଶ୍ବ" ବୋଲି କୁହାଯାଏ। ଏହି ସ୍ଥାନ ଦ୍ବାରା ମଣିଷର ଆଧ୍ୟାତ୍ମିକତାର ଏକ ଗଭୀର ପ୍ରଭାବ ପଡିଥାଏ । କିଛି ସମସ୍ୟାର ଉପାୟ ବାହାର କରିବା ପାଇଁ ଏହି ଆଧ୍ୟାତ୍ମିକ ସ୍ଥାନ ସାହାଯ୍ୟ କରିଥାଏ । ମୁଣ୍ଡର ଦକ୍ଷିଣ ପାର୍ଶ୍ବରେ କାନର ଉପରିଭାଗ ମସ୍ତିଷ୍କ ସ୍ଥାନରେ ରହିଥାଏ ଏହି ଗଡ୍ ସ୍ପଟ୍ । ତେବେ ବର୍ତ୍ତମାନ ବୈଜ୍ଞାନିକଙ୍କ ମତ ଅନୁଯାୟୀ କେବଳ ଏହି ସ୍ଥାନ ଯୋଗୁଁ ମଣିଷ ଆଧ୍ୟାତ୍ମିକ ହୋଇନଥାଏ । କାରଣ ମସ୍ତିଷ୍କରେ ଆଧ୍ୟାତ୍ମିକତାର ପ୍ରଭାବ ଚାରିଆଡେ ପଡିଥାଏ । କିନ୍ତୁ ଯେଉଁମାନେ ନାସ୍ତିକ ସେମାନଙ୍କ ମସ୍ତିଷ୍କର ଏହି ସ୍ଥାନ ମଧ୍ୟ ଆଲୋକିତ ହୋଇଉଠେ, କିନ୍ତୁ ଏହା ପଛର କାରଣ ଏବେଯାଏଁ ଗବେଷଣା କରାଯାଇ ପାରିନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There is a place for God in this part of the brain, scientists have given proof | Argus News