Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

AI / ଚାକିରି ନେବନି AI ବଂର ସୁଯୋଗ ଦେବ

Rashmita Mishra
Browse all articles by Rashmita Mishra
·9 months ago·2 min read
ଚାକିରି  ନେବନି AI ବଂର ସୁଯୋଗ ଦେବ

Key Points

AI କର୍ମଚାରୀଙ୍କୁ ହଟାଏ ନାହିଁ, ସହାଯ୍ୟ କରେ
AI ଯୁଗରେ ଚାକିରି ହରାଇବା ଭୟ ଭୁଲ
ସୁନ୍ଦର ପିଚାଇଙ୍କ କଥା ସହିତ ସହମତ ହେଲେ କୁରିଆନ୍

AIର ପ୍ରଚୁର ମାତ୍ରାର ବ୍ୟବହାର ପରେ ସମସ୍ତଙ୍କ ମନରେ ଗୋଟାଏ ପ୍ରଶ୍ନ କି ? AI ଏହିପରି ଭାବରେ କାମ କଲେ କର୍ମଚାରୀମାନଙ୍କୁ ଛଟେଇର ଶିକାର ହେବାକୁ ପଡ଼ିବନି ତ । ଏହି ସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗୁଗୁଲ୍ କ୍ଲାଉଡ୍ ସିଇଓ ଥମାସ କୁରିଆନ୍ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ଯାହା କର୍ମଚାରୀମାନଙ୍କୁ ଟିକେ ଆଶ୍ଵସ୍ତି ଦେଇଛି ।


କୃତ୍ରିମ ବୁଦ୍ଧିମତ୍ତା ବା AI ଏକ ପ୍ରଯୁକ୍ତିବିଦ୍ୟା ଯାହା କର୍ମଚାରୀମାନଙ୍କୁ ସେମାନଙ୍କ କାମରେ ସାହାଯ୍ୟ କରେ, ନା କି ସେମାନଙ୍କୁ ଚାକିରିରୁ ବାହାର କରିଦିଏ ନାହିଁ। ଏହା ଗୁଗୁଲ୍ କ୍ଲାଉଡ୍ ସିଇଓ ଥମାସ୍ କୁରିଆନ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ AIର ଉଦ୍ଦେଶ୍ୟ ହେଉଛି କର୍ମଚାରୀମାନଙ୍କୁ ସେମାନଙ୍କ କାମରେ ସହାୟତା କରିବା ଏବଂ ସେମାନଙ୍କର ଉତ୍ପାଦନ ବଢ଼ାଇବ ସେମାନଙ୍କୁ ବାହାର କରିବା ପାଇଁ ଏହା ନୁହେଁ।


ଅଧିକ ପଢ଼ନ୍ତୁ: ହ୍ୱାଟସଆପରେ ମୋବାଇଲ୍ ନମ୍ବର ନୁହେଁ, ‘ୟୁଜରନେମ୍’ ଦ୍ୱାରା ହେବ ଚାଟ୍


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଥମାସ୍ କୁରିଆନ୍ ଏକ ସାକ୍ଷାତକାରରେ କହିଥିଲେ ଯେ ଲୋକମାନେ ପ୍ରାୟତଃ ଭୟ କରନ୍ତି ଯେ AI ସେମାନଙ୍କର ଚାକିରି ନେଇଯିବ କିନ୍ତୁ ଏହା ଭାବିବା ପୁରା ଭୁଲ । AI ହେଉଛି ଏକ ଉପକରଣ ଯାହା କର୍ମଚାରୀମାନଙ୍କର ଦକ୍ଷତା ଏବଂ ଉତ୍ପାଦକତାକୁ ବୃଦ୍ଧି କରେ। ଉଦାହରଣ ସ୍ୱରୂପ, Google Cloud ର ଗ୍ରାହକ ନିବେଶ ସୁଟ୍ କଲେ, ଯାହା ଗ୍ରାହକଙ୍କ ପ୍ରଶ୍ନର ଶୀଘ୍ର ଉତ୍ତର ଦେବା ପାଇଁ AI ବ୍ୟବହାର କରାଯାଏ ।


ଯେତେବେଳେ ଏହି ଫିଚର ଆରମ୍ଭ ହୋଇଥିଲା, ଲୋକମାନେ ଭାବିଥିଲେ ଯେ ଏହା କଷ୍ଟମ୍ଵର ସର୍ଭିସି ଏଜେଣ୍ଟ ମାନେ ଚାକିରି ହରାଇବ। କିନ୍ତୁ ତାହା ହୋଇନାହିଁ। କୁରିଆନଙ୍କ ଅନୁଯାୟୀ, ଆମର କୌଣସି ର୍ମଚାରୀମାନଙ୍କୁ ଚାକିରିରୁ ବାହାର କରାଯାଇନାହାଁ । ଏହା ବଦଳରେ, ସର୍ଭିସି ଏଜେଣ୍ଟମାନେ ଏବେ ବଡ଼ ବଡ଼ ଜିନିଷ ଉପରେ ଧ୍ୟାନ ଦେଇପାରୁଛନ୍ତି, ଯେତେବେଳେ କି AI ଛୋଟ ଛୋଟ କାମ ଗୁଡ଼ିକୁ ପରିଚାଳନା କରିପାରୁଛି ।


କୁରିଆନଙ୍କ ମତ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କ ମତ ସହିତ ସମାନ, ଯିଏ ଏହି ବର୍ଷ ଆରମ୍ଭରେ ସମାନ କଥା କହିଥିଲେ । ସୁନ୍ଦର ପିଚାଇ ଏକ ପୋଡକାଷ୍ଟରେ କହିଥିଲେ ଯେ ଗୁଗୁଲ୍‌ର ଇଞ୍ଜିନିୟରମାନେ AIର ସାହାଯ୍ୟ ଯୋଗୁଁ ୧୦ ପ୍ରତିଶତ ଉତ୍ପାଦକତା ବଢ଼ାଇଛନ୍ତି। କମ୍ପାନୀ AIର ସହାୟତାରେ ଅନେକ କାର୍ଯ୍ୟ କମ୍ ସମୟ ମଧ୍ୟରେ ହୋଇପାରୁଛି ।


କର୍ମଚାରୀ ବାହାର କରିବା ପରିବର୍ତ୍ତେ, ପିଚାଇ କହିଛନ୍ତି ଯେ ଗୁଗୁଲ୍ ଆଗାମୀ ବର୍ଷରେ ଅଧିକ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେବାକୁ ଚାହୁଁଛି । ସେ ବିଶ୍ୱାସ କରନ୍ତି ଯେ AI ପୁନରାବୃତ୍ତିମୂଳକ କାର୍ଯ୍ୟକୁ ହଟାଇ ଦେବ ଏବଂ ଇଞ୍ଜିନିୟରମାନଙ୍କୁ ସୃଜନଶୀଳ ଏବଂ ଅତ୍ୟାୀଧୁନିକ ଭାବର୍ କାମ କରାଇବ

ଅଧିକ ପଢ଼ନ୍ତୁ ଟେକ୍ନୋଲେଜି ଖବର...

Sponsored
AI | AI Won’t Take Jobs, It Will Create Opportunities | Argus News | Argus News