Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

Artificial Intelligence / ମଣିଷଠୁ ଅଧିକ ପାଣି ପିଉଛି AI

Rashmita Mishra
Browse all articles by Rashmita Mishra
·6 months ago·3 min read
ମଣିଷଠୁ ଅଧିକ ପାଣି ପିଉଛି  AI
Artificial Intelligence

Key Points

AI କୁ କୌଣସି ୨୦ଟି ଛୋଟ ପ୍ରଶ୍ନ ପଚାରିଲେ ସେହି ସମୟ ରେ AIରେ ପ୍ରାୟ ଅଧ ଲିଟର ପାଣି ଖର୍ଚ୍ଚ ହୋଇଯାଏ ଜାଣନ୍ତୁ କିପରି...

AI ପିଉଛି ପାଣି...କଥାଟା ଆପଣଙ୍କୁ ଟିକେ ଆର୍ଶ୍ଚଯ୍ୟ ଲାଗିପାରେ କିନ୍ତୁ ଏଭଳି କିଛି ତଥ୍ୟ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି । ଆମେ ଯେଉଁ Artificial Intelligence ବା ChatGPT ଭଳି ସୁବିଧା ବ୍ୟବହାର କରୁଛୁ, ତାହା ପଛରେ ପାଣିର ଏକ ବିରାଟ ସମୁଦ୍ର ଶେଷ ହେଉଛି । AI କୌଣସି ଜୀବିତ ମଣିଷ ନୁହେଁ, କିନ୍ତୁ ଏହାକୁ ଚଲାଇବା ପାଇଁ ହଜାର ହଜାର ଶକ୍ତିଶାଳୀ କମ୍ପ୍ୟୁଟର ବା Data Centers ଦିନରାତି କାମ କରୁଛନ୍ତି ।

ଏହି ମେସିନ୍‌ଗୁଡ଼ିକ ଚାଲିବା ସମୟରେ ପ୍ରବଳ ଗରମ ହୋଇଥାନ୍ତି । ସେଗୁଡ଼ିକୁ ଥଣ୍ଡା ରଖିବା ପାଇଁ ଲକ୍ଷ ଲକ୍ଷ ଲିଟର ପାଣିର ବ୍ୟବହାର କରାଯାଉଛି । ଏହାକୁ Cooling System କୁହାଯାଏ ।

ଏକ ରିସର୍ଚ୍ଚ ଅନୁସାରେ, AI କୁ କୌଣସି ୨୦ଟି ଛୋଟ ପ୍ରଶ୍ନ ପଚାରିଲେ ସେହି ସମୟ ରେ AI ସିଷ୍ଟମ୍‌କୁ ଥଣ୍ଡା ରଖିବା ପାଇଁ ପ୍ରାୟ ଅଧ ଲିଟର ପାଣି ଖର୍ଚ୍ଚ ହୋଇଯାଏ । ଅର୍ଥତ ୨୦ଟି ଛୋଟ ପ୍ରଶ୍ନ ପାଇଁ AI ଅଧ ଲିଟର ପାଣି ପିଇଥାଏ । ମଣିଷ ପିଉଥିବା ବୋତଲ ପାଣି ଠାରୁ ଏହି ଖର୍ଚ୍ଚ ଢେର ଅଧିକ।

ଗୋଟିଏ ବଡ଼ AI ମଡେଲ୍‌କୁ ଟ୍ରେନିଂ ଦେବା ପାଇଁ ଯେତିକି ପାଣି ଲାଗେ, ସେଥିରେ ଏକ ବିରାଟ ଗାଁର ଲୋକମାନେ ମାସ ମାସ ଧରି ପାଣି ପିଇପାରିବେ । ଗୁଗଲ୍ ଏବଂ ମାଇକ୍ରୋସଫ୍ଟ ଭଳି କମ୍ପାନୀଗୁଡ଼ିକ କୋଟି କୋଟି ଲିଟର ପାଣି ଏହି କାମରେ ବ୍ୟବହାର କରୁଛନ୍ତି । ପୃଥିବୀରେ ପାନୀୟ ଜଳର ଅଭାବ ଦେଖାଦେଉଥିବା ବେଳେ AI ଟେକ୍ନୋଲୋଜି ପାଇଁ ଏତେ ପାଣି ଖର୍ଚ୍ଚ ହେବା ଏକ ବଡ଼ ଚିନ୍ତାର କାରଣ ପାଲଟିଛି ।

ବିଶ୍ୱରେ ପୂର୍ବରୁ ଜଳ ସଙ୍କଟ ଦେଖାଦେଉଛି । ଅନେକ ସହରରେ ଜଳ ଯୋଗାଣ ସୀମିତ, ଗାଁରେ ଭୂତଳ ଜଳ ସ୍ତର ହ୍ରାସ ପାଉଛି, ଏବଂ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିକୁ ଆହୁରି ଖରାପ କରୁଛି । ଏହି ପରିପ୍ରେକ୍ଷୀରେ, AI ଏତେ ପରିମାଣରେ ଜଳ ବ୍ୟବହାର ଏକ ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି ।

ବିଶେଷଜ୍ଞମାନଙ୍କ କହିବା କଥା କି ଏହି ପ୍ରଯୁକ୍ତିର ମୂଲ୍ୟ ଭବିଷ୍ୟତ ପିଢ଼ିର ପାଣି ସହିତ ଦିଆଯାଉଛି । ବର୍ତ୍ତମାନ ସମୟରେ AI କୁ ବନ୍ଦ କରିବା ଅସମ୍ଭବ କିନ୍ତୁ ଏବେ ଏହା ସ୍ପଷ୍ଟ ଯେ ସ୍ମାର୍ଟ ଫିଚର୍ସ ଶୀଘ୍ର ପ୍ରତିକ୍ରିୟା ଦେଉଛି । ପ୍ରଶ୍ନ ହେଉଛି AI କେତେ ପାଣି ବ୍ୟବହାର କରୁଛି, ଏହା କେଉଁଠାରୁ ଆସୁଛି, ଏବଂ ଏହାର ଦାୟିତ୍ୱ କିଏ ନେବ । ଅନେକ AI କମ୍ପାନୀ ପାଣି ଏବଂ ବିଦ୍ୟୁତ୍ ବ୍ୟବହାର କମ୍ କରିବା ପାଇଁ ବିକଳ୍ପ ଉପରେ ମଧ୍ୟ କାମ କରୁଛନ୍ତି ।

ମଣିଷ ଅପେକ୍ଷା AI ଅଧିକ ପାଣି ପିଉଛି କି?
AI ଏପରି କିଛି ନୁହେଁ ଯାହା ପବନରୁ କାମ କରୁଛି । ଏହାର ପଛରେ ବହୁତ ଡାଟା ସେଣ୍ଟର ଅଛି - ଯେଉଁଠାରେ ହଜାର ହଜାର ସର୍ଭର ଦିନରାତି କାମ କରିଥାଏ । ଯେତେବେଳେ ଏହି ସର୍ଭରଗୁଡ଼ିକ କାର୍ଯ୍ୟ କରିଥାଏ, ସେଗୁଡ଼ିକ ଗରମ ହୋଇଯାଏ । ଏହି ଉତ୍ତାପକୁ ନିୟନ୍ତ୍ରଣ କରିବା ପାଇଁ ପାଣି ବ୍ୟବହାର କରାଯାଏ । ଏହି ପାଣି ହେଉଛି AI ପାଇଁ ପ୍ରକୃତ ଇନ୍ଧନ ପରି କାମ କରେ ଯାହା ସାଧାରଣ ବ୍ୟବହାରକାରୀଙ୍କୁ ଜଣାନଥାଏ ।

ଗବେଷଣାରୁ ଜଣାପଡିଛି ଯେ ୨୦୦୫ ସୁଦ୍ଧା, AI ସିଷ୍ଟମଗୁଡ଼ିକ ବାର୍ଷିକ ୩୦୦ ରୁ ୭୦୦ ବିଲିୟନ ଲିଟର ପାଣି ବ୍ୟବହାର କରିପାରିବ । ଏହି ପରିମାଣ ସାରା ବିଶ୍ୱରେ ବିକ୍ରି ହେଉଥିବା ମୋଟ ବୋତଲ ପାଣି ପରିମାଣଠୁ ଢେର ଗୁଣ ଅଧିକ ହେବ । ଏହାର ଅର୍ଥ ହେଉଛି ଯେ AI ମେସିନଗୁଡ଼ିକ ଲୋକମାନେ ଯେତିକି ପାଣି ବ୍ୟବହାର କରନ୍ତି ତା'ଠାରୁ ଅଧିକ ପାଣି ବ୍ୟବହାର କରୁଛି ।
ବିଦ୍ୟୁତ ସମସ୍ୟା

କେବଳ ପାଣି ବିଷୟରେ ଚିନ୍ତା ନୁହେଁ ବିଦ୍ୟୁତକୁ ନେଇ ମଧ୍ୟ ଅନେକ ସମସ୍ୟା ରହିଛି । ଏହି ଡାଟା ସେଣ୍ଟରଗୁଡ଼ିକୁ କାର୍ଯ୍ୟ କରିବା ପାଇଁ ବିପୁଳ ପରିମାଣର ବିଦ୍ୟୁତ୍ ଆବଶ୍ୟକ ମଧ୍ୟ ପଡ଼ିଥାଏ । ଏହା ଆକଳନ କରାଯାଇଛି ଯେ AI ର କାର୍ବନ ବ୍ୟବହାର ଶେଷରେ ଅନେକ ପ୍ରମୁଖ ସହରର ପ୍ରଦୂଷଣ ବଡ଼ କାରଣ ହୋଇପାରେ । ତଥାପି, ଏହା ଏପର୍ଯ୍ୟନ୍ତ ଖୋଲାଖୋଲି ଭାବରେ ଆଲୋଚନା ହୋଇନାହିଁ କାରଣ ଅଧିକାଂଶ ବଡ଼ ଟେକ୍ କମ୍ପାନୀଗୁଡ଼ିକ ସେମାନଙ୍କର ଡାଟା ସେଣ୍ଟରର ପ୍ରକୃତ ପାଣି ଏବଂ ବିଦ୍ୟୁତ୍ ବ୍ୟବହାରକୁ ସାର୍ବଜନୀନ ଭାବରେ ପ୍ରକାଶ କରି ନାହିଁନ୍ତି ।

ଆଶ୍ଚର୍ଯ୍ୟଜନକ କଥା ହେଉଛି AI ପ୍ରଶ୍ନ ଛୋଟ ମନେହୁଏ, କିନ୍ତୁ ଏହାର ପ୍ରଭାବ କେତେ ଯେ ଜଣାପଡ଼େ ନାହିଁ । ଯେତେବେଳେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ AI ବ୍ୟବହାର କରନ୍ତି, ଏହି କିଛି କିଛି ପାଣିର ବ୍ୟବହାର ପରବର୍ତ୍ତି ସମୟରେ କୋଟି କୋଟି ଲିଟରକୁ ବୃଦ୍ଧି ପାଉଛି । ଏହି କାରଣରୁ ବିଶେଷଜ୍ଞମାନେ ଏବେ ଚେତାବନୀ ଦେଉଛନ୍ତି ଯେ ଯଦି ଯୋଜନା ବିନା AIର ଏହି ଭଳି ବ୍ୟବହାର ଜାରି ରହିବ, ତେବେ ଜଳ ସଂଙ୍କଟ ଆହୁରି ବଢ଼ିବ ।

ଅଧିକ ପଢ଼ନ୍ତୁ ଟେକ୍ନୋଲୋଜି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
AI Uses More Water Than Humans | Shocking Truth About Artificial Intelligence | Argus News