Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

Big Billion Days; ଶସ୍ତାରେ କିଣିପାରିବେ iPhone, ଜାଣନ୍ତୁ ଦାମ୍ କେତେ...

Smruti Parija
Browse all articles by Smruti Parija
·10 months ago·2 min read
Big Billion Days; ଶସ୍ତାରେ କିଣିପାରିବେ iPhone, ଜାଣନ୍ତୁ ଦାମ୍ କେତେ...

Key Points

ସେପ୍ଟେମ୍ବର 23 ରୁ ଆରମ୍ଭ bbd

ଶସ୍ତାରେ କିଣିପାରିବେ iPhone

ଜାଣନ୍ତୁ ଦାମ୍ କେତେ

ଆଜିକାଲି ଆଇଫୋନ୍ ର ଡିମାଣ୍ଡ ବହୁତ । ହେଲେ ଦାମ୍ ଯୋଗୁଁ ଅନେକ ଲୋକ ଆଇଫୋନ କିଣିପାରନ୍ତି । ହେଲେ କେହି କେହି ନିଜ ସଉକ ପୂରା କରିବାକୁ ଇଏମଆଇରେ ତ କେହି କେହି ନେଟ୍ କ୍ୟାସ୍ ପେମେଣ୍ଟ କରି କିଣିଥାନ୍ତି । ଅନ୍ୟ ଫୋନ ଅପେକ୍ଷା ଆଇଫୋନକୁ ନେଇ ଯୁବପିଢିଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଅଲଗା ପ୍ରକାରର କ୍ରେଜ୍ । ହେଲେ ବର୍ଷର ସବୁଠାରୁ ବଡ଼ ସେଲ୍ ଅର୍ଥାତ୍ Flipkart ବିଗ୍ ବିଲିୟନ ଡିଲ୍ ଡେଜ୍ (bbd) କୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି । କାରଣ ସେଲ୍ ରେ ଆଇଫୋନ ଗୁଡିକ ଭଲ ଦାମ୍ ରେ ମିଳିଥାଏ । ତେବେ ସେପ୍ଟେମ୍ବର 23 ରୁ ଆରମ୍ଭ ହେବ BBD । ହେଲେ ଏଥର ଆପଣ କେଉଁ iPhone କିଣିବେ ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି କି ?


ସେଲ୍ ରେ iPhone 16 Pro ର ମୂଲ୍ୟ 69,999 ଟଙ୍କା ରହିଛି । ହେଲେ 9 ସେପ୍ଟେମ୍ବରରେ ଲଞ୍ଚ ହୋଇଥିବା iPhone 17 ର ପ୍ରାରମ୍ଭିକ ମୂଲ୍ୟ 82,900 ଟଙ୍କା ରହିଛି । ଏପରି ପରିସ୍ଥିତିରେ, ଗତ ବର୍ଷର Pro ମଡେଲ୍ ଏହି ବର୍ଷର ନୂତନତମ ନନ୍-ପ୍ରୋ iPhone ତୁଳନାରେ ଶସ୍ତା ହୋଇଯିବ । ଏହି ବର୍ଷର ନନ୍-ପ୍ରୋ iPhone ଅର୍ଥାତ୍ iPhone 17 ଏବଂ ଗତ ବର୍ଷର iPhone 16 Pro ମଧ୍ୟରେ ପ୍ରାୟ 12,900 ଟଙ୍କାର ପାର୍ଥକ୍ୟ ଅଛି । ଆପଣଙ୍କ ସୁବିଧା ହିସାବରେ ଆପଣ iPhone 16 ପ୍ରୋ କିମ୍ବା iPhone 17 କିଣିପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଏହି ସେଲ୍ କେବଳ ରିହାତି ଉପରେ ଧ୍ୟାନ ଦେଉନି ବରଂ ନୂଆ ପ୍ରଡକ୍ଟ ମଧ୍ୟ ଲଞ୍ଚ୍ କରୁଛି । ଯେମିତି କି OnePlus 13 ସିରିଜ୍ ଦମ୍ ଦାର୍ ଅଫର୍ ରେ ସେଲ୍ ସମୟରେ ଡେବ୍ୟୁ ହେବ ବୋଲି ଆଶା କରାଯାଉଛି । ସେହିପରି iQOO 13 ସିରିଜ୍ ଏବଂ Vivo V60 ଲାଇନଅପ୍ ମଧ୍ୟ ଭଲ ଅଫର୍ ରେ ଲଞ୍ଚ୍ ହେବ ବୋଲି ଆଶା କରାଯାଉଛି ।

Sponsored
big-billion-days-sale-biggest-discount-on-apple-iphone-argus-news | Argus News