Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

Airtel ଗ୍ରାହକଙ୍କୁ ବଡ଼ ଝଟକା, ଲିଷ୍ଟରୁ ହଟାଲା ଦୁଇଟି ଶସ୍ତା ରିଚାର୍ଜ ପ୍ଲାନ୍

Rashmita Mishra
Browse all articles by Rashmita Mishra
·1 year ago·2 min read
Airtel ଗ୍ରାହକଙ୍କୁ ବଡ଼ ଝଟକା, ଲିଷ୍ଟରୁ ହଟାଲା ଦୁଇଟି ଶସ୍ତା ରିଚାର୍ଜ ପ୍ଲାନ୍

ଅର୍ଗସ ବ୍ୟୁରୋ: Airtel ହେଉଛି ଦେଶର ଦ୍ଵିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । Airtel ପାଖରେ ପ୍ରାୟ ୩୮ କୋଟି ଗ୍ରାହକ ଅଛନ୍ତି । ଯଦି ଆପଣ Airtel ସିମ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର ଟି ଲାଭଦାୟକ ହୋଇପାରେ । ନିକଟରେ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଟେଲିକମ୍ କମ୍ପାନୀଗୁଡିକୁ ଭଏସ ଓନଲି ପ୍ଲାନ୍ ଲଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏଭଳି ପରିସ୍ଥିତିରେ Airtel ୟୁଜର୍ସମାନେ ଶସ୍ତା ଭଏସ୍ ଓନଲି ପ୍ଲାନ ଲଞ୍ଚ କରିବା କମ୍ପାନୀକୁ ଅପେକ୍ଷା କରିଥିଲେ, କିନ୍ତୁ ବତ୍ତର୍ମାନ କମ୍ପାନୀ ଗ୍ରାହକଙ୍କୁ ବଡ଼ ଝଟକା ଦେଇଛି । Airtel ନିଜର ପୋଟଫୋଲିଓରୁ ଦୁଇଟି ଶସ୍ତା ପ୍ଲାନ୍ ହଟାଇ ଦେଇଛି ।


ଆପଣଙ୍କୁ କହିବାକୁ ଯାଉଛୁ ଯେ ଭଏସ୍ ଓନଲି ପ୍ଲାନ୍ ହେଉଛି ଏପରି ରିଚାର୍ଜ ପ୍ଲାନ୍ ଯେଉଁଥିରେ ଡାଟା ପ୍ରଦାନ କରାଯାଏ ନାହିଁ । ବର୍ତ୍ତମାନ Airtel ସମେତ ପ୍ରାୟ ସମସ୍ତ କମ୍ପାନୀ ସେମାନଙ୍କ ଭଏସ୍ କଲିଂ ପ୍ଲାନ୍ ସହିତ ଡାଟା ପ୍ରଦାନ କରୁଛନ୍ତି ଏବଂ ଏଥିପାଇଁ ଚାର୍ଜ ମଧ୍ୟ ନିଆଯାଉଛି । ଏପରି ସ୍ଥିତିରେ ଯଦି କାହାର ଡାଟା ଆବଶ୍ୟକତା ନାହିଁ, ତେବେ ସେହି ୟୁଜର୍ସଙ୍କୁ ମଧ୍ୟ ଏକ ଡାଟା ପ୍ଳାନ୍ ନେବାକୁ ପଡିବ । ଏହି ସମସ୍ୟାର ସମାଧାନ ପାଇଁ TRAI ଏପରି ଶସ୍ତା ପ୍ଲାନ୍ ଆଣିବାକୁ ନିର୍ଦ୍ଦେଶ ଦେଇଥିଲା, ଯେଉଁଥିରେ ଗ୍ରାହକମାନେ କେବଳ ଭଏସ୍ କଲିଂ ସୁବିଧା ପାଇପାରିବେ ।


ଗତକାଲି ଅର୍ଥାତ୍ ବୁଧବାର, Airtel ର ଲିଷ୍ଟରେ ଏପରି ଦୁଇଟି ପ୍ଲାନ୍ ଦେଖିବାକୁ ମିଳିଥିଲା ଯେଉଁଥିରେ କେବଳ ଭଏସ୍ କଲିଂ ଦିଆଯାଇଥିଲା । ଏହା ପରେ କମ୍ପାନୀ ସ୍ପଷ୍ଟ କରିଛି ଯେ ସେମାନେ କେବଳ ଭଏସ୍ ଓନଲି ପ୍ଳାନ୍ ପ୍ରସ୍ତୁତ କରିନାହାଁନ୍ତି । ୱେବସାଇଟରେ ଟେକ୍ନୋଲୋଜି ତ୍ରୁଟି ହେତୁ ରିଚାର୍ଜ ପ୍ଲାନରୁ ଟାଡା ଅଫର ହଟାଗଲା । ଆଶ୍ଚର୍ଯ୍ୟଜନକ କଥା ହେଉଛି କି ଅଫରଡେବଲ୍ ପ୍ଲାନଗୁଡିକ ଅନେକ ମାସ ଧରି କମ୍ପାନୀ ଲିଷ୍ଟରେ ରହିଥିଲା କିନ୍ତୁ ବର୍ତ୍ତମାନ କମ୍ପାନୀ ସେଗୁଡିକୁ ଲିଷ୍ଟରୁ ହଟାଇ ଦେଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Airtel ର ୫୦୯ ପ୍ଲାନ୍

Airtel ର ପୋର୍ଟୋଫୋଲିଓରୁ ୫୦୯ ଟଙ୍କାର ରିଚାର୍ଜ ପ୍ଲାନ୍ ହଟାଇ ଦିଆଯାଇଛି । ଏହି ପ୍ଲାନରେ ଗ୍ରାହକଙ୍କୁ ୮୪ ଦିନର ଭ୍ୟାଲିଡିଟି ମିଳୁଥିଲା । ପ୍ଲାନରେ ୟୁଜର୍ସଙ୍କୁ ୮୪ ଦିନ ପର୍ଯ୍ୟନ୍ତ ସମସ୍ତ ନେଟୱାର୍କ ପାଇଁ ଅନଲିମିଟେଡ୍ ଫ୍ରି କଲିଂ ଅଫର କରାଯାଉଥିଲା । ଏହା ସହିତ ଏଥିରେ ଗ୍ରାହକଙ୍କୁ ସମସ୍ତ ନେଟୱୋର୍କ ପାଇଁ ୯୦୦ ଫ୍ରି SMS ମଧ୍ୟ ଦିଆଯାଇଥିଲା । Airtel ଏହି ପ୍ଲାନରେ ଗ୍ରାହକଙ୍କୁ ୬ GB ଡାଟା ମଧ୍ୟ ଅଫର କରିଛି ।


Airtel ର ୧୯୯୯ ଟଙ୍କାର ପ୍ଲାନ୍

Airtel ନିଜର ଲିଷ୍ଟରେ ୧୯୯୯ ଟଙ୍କାର ଶସ୍ତା ରିଚାର୍ଜ ପ୍ଲାନ୍ ମଧ୍ୟ ହଟାଇଦେଇଛି । ଏହି ରିଚାର୍ଜ ପ୍ଲାନ୍ ଗ୍ରାହକଙ୍କୁ ୩୬୫ ଦିନ ପର୍ଯ୍ୟନ୍ତ ଭ୍ୟାଲିଡିଟି ଅଫର କରାଯାଉଥିଲା । ଏହି ପ୍ଲାନରେ ମଧ୍ୟ ଗ୍ରାହକଙ୍କୁ ୩୬୫ ଦିନ ପାଇଁ ସମସ୍ତ ନେଟୱେର୍କରେ ଅନଲିମିଡେଟ୍ ଫ୍ରି କଲିଂ ଦିଆଯାଇଥିଲା । ୟୁଜର୍ସଙ୍କୁ ସମସ୍ତ ସକର୍ଲ ପାଇଁ ପ୍ଲାନରେ ମୋଟ୍ ୩୬୦୦ ଫ୍ରି SMS ମଧ୍ୟ ମଳୁଥିଲା । ଡାଟା ବେନିଫିଟ୍ସ ବିଷୟରେ କହିବାକୁ ଗଲେ ଏହି ପ୍ଲାନ୍ ଗ୍ରାହକଙ୍କୁ ୨୪GB ଡାଟା ଅଫର କରିଥିଲା । ଯଦି ଆପଣ ଏହି ପ୍ଲାନ ନେବାକୁ ଯାଉଛନ୍ତି, ତେବେ ଆପଣ ଏହାକୁ Airtel ର ପୋର୍ଟୋଫୋଲିଓରେ ପାଇବେ ନାହିଁ । କମ୍ପାନୀ ଏହି ପ୍ଲାନକୁ ମଧ୍ୟ ଲିଷ୍ଟରୁ ହଟାଇ ଦେଇଛି ।

Sponsored
big-shock-to-airtel-customers-two-cheap-recharge-plans-removed-from-list | Argus News