Deepseek: ଯାହା ପଚାରିଲେ ଆସୁଛି ଓଲଟା ଉତ୍ତର, ଥରେ ଟ୍ରାଏ କରନ୍ତୁ...

ଅର୍ଗସ ବ୍ୟୁରୋ: କିଛି ବୁଝି ପାରୁନି ଡିପ୍ସିକ୍ ! ଯାହାପଚାରିଲେ ଉତ୍ତର ଓଲଟା ଦେଉଛି । ବୁଝା ସୁଝା ଲୋକ ବି ଡିପ୍ସିକ୍ ଉତ୍ତର ଶୁଣି ପଡ଼ିଯିବେ ଦ୍ବନ୍ଦ୍ବରେ ।
ସାରା ବିଶ୍ବରେ ଏବେ AI ବା କୃତ୍ରିମ ବୁଦ୍ଧିମତାକୁ ନେଇ ଚର୍ଚ୍ଚା ଚାଲିଛି । AIକୁ ନେଇ ଅନେକ ବାଦ ବିବାଦ ଦେଖାଦେଇଛି । ଭାରତରେ ଅନେକ ବୁଦ୍ଧିଜୀବୀ ଏହାକୁ ସମର୍ଥନ କରୁଥିବା ବେଳେ କିଛି ଏହାକୁ ବିରୋଧ ମଧ୍ୟ କରୁଛନ୍ତି । ଏଆଇ ଶିଳ୍ପର ସବୁଠାରୁ ବଡ଼ ଓ ସାଧାରଣ ନାଁ ହେଲା ChatGpt । କୁହାଯାଏ ୟାକୁ ଯାହା ପଚାରିଲେ ସବୁ ଉତ୍ତର ମିଳେ । ଏହା ପାଖରେ ସବୁପ୍ରକାର ଉତ୍ତର ରହିଥାଏ । ChatGpt କାହାକୁ ନିରାଶ କରେ ନାହିଁ ।
ତେବେ ChatGptକୁ ଟକ୍କର ଦେବା ପାଇଁ ଚୀନ୍ ବାହାର କରିଛି DeepSeek ଆପ୍। ମାତ୍ର ଗୋଟିଏ ବର୍ଷ ମଧ୍ୟରେ DeepSeek ଖୁବ୍ ପପୁଲାର ମଧ୍ୟ ହୋଇଛି । ଆପଲର ଆମେରିକା ଆପ୍ରେ ଏହାକୁ ସର୍ବାଧିକ ଲୋକ ମାତ୍ର କିଛି ସମୟ ମଧ୍ୟରେ ଡାଉନଲୋଡ କରିସାରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲଞ୍ଚ ହେବାର ମାସକ ମଧ୍ୟରେ ଡିପସିକ ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା, ଚାଇନା ଓ ସିଙ୍ଗାପୁରରେ ଓପନ ଏଆଇର ଚାଟଜିପିଟିର ଡାଉନଲୋଡ ସଂଖ୍ୟାକୁ ପଛରେ ପକାଇ ଦେଇଥିଲା।
ଅନ୍ୟପଟେ ଖୁବ୍ କମ୍ ଖର୍ଚ୍ଚରେ ପ୍ରସ୍ତୁତ କରାଯାଇଛି ଏହି DeepSeek ଆପ । ଡିପ୍ସିକ୍ ଏଆଇ ଆପ୍କୁ ବିକଶିତ କରିବା ପାଇଁ ମାତ୍ର ୬ ମିଲିୟନ ଡଲାର ଖର୍ଚ୍ଚ ହୋଇଥିବା ବେଳେ ଆମେରିକୀୟ କମ୍ପାନୀ ଓପନ ଏଆଇ, ଗୁଗଲ କିମ୍ବା ମେଟା ପ୍ରସ୍ତୁତ କରୁଥିବା ଆପ ପାଇଁ ବିଲିୟନ ବିଲୟନ ଡଲାର ଖର୍ଚ୍ଚ କରିଛନ୍ତି ।
ହେଲେ ଏବେ DeepSeek ଆପ୍ର ଦକ୍ଷତା ଉପରେ ଉଠିଲାଣି ପ୍ରଶ୍ନବାଚୀ । କାରଣ ଯାହା ପଚାରିଲେ ସଠିକ ଉତ୍ତର ଆସୁନାହିଁ । ଏମିତିକି ପବ୍ଲିକ୍ ଡୋମେନ୍ର ଥିବା ତଥ୍ୟ ବି ଏହି ଆପ୍ ସଠିକ୍ ଭାବେ ଦେଇପାରୁ ନାହି ।
ଚୀନ୍ର ଏହି Deepseek ସାଧାରଣରେ ବିଶ୍ୱସନୀୟତା ହରାଇଛି। ଏହି ଏଆଇ ଆପ ଦ୍ବାରା ବାସ୍ତବ ତଥ୍ୟ ସାମ୍ନାକୁ ଆସୁନାହିଁ ବରଂ ଚୀନ ସରକାରଙ୍କୁ ସୁହାଇବା ଭଳି ତଥ୍ୟ ସାମ୍ନାକୁ ଆସୁଛି।
ଚାଇନା ଓ ଏହା ସହ ବିବାଦ ଥିବା ଜିନିଷ ସମ୍ପର୍କରେ କୌଣସି ପ୍ରଶ୍ନ ପଚାରିଲେ ଏହି ଆପରୁ ତାର ଉତ୍ତର ମିଳିପାରୁ ନାହିଁ। ଜଣେ ୟୁଜର ଡିପ୍ସିକ୍କୁ ପଚାରିଥିଲେ ବା ଲଖିଥିଲେ ଅରୁଣାଚଳ ପ୍ରଦେଶ ଏକ ଭାରତୀୟ ରାଜ୍ୟ। ଏହାର ଉତ୍ତରରେ ଡିପସିକ ଲେଖିଥିଲା 'ଏହା ମୋର ଉତ୍ତର ଦେବାର ପରିସୀମା ବାହାରେ। ଅନ୍ୟ କିଛି କୁହନ୍ତୁ।' ସମାନ ୟୁଜର ପରବର୍ତ୍ତୀ ପ୍ରଶ୍ନରେ ଲେଖିଥିଲେ ଭାରତର ନର୍ଥ ଇଷ୍ଟ ରାଜ୍ୟ ଗୁଡିକ କଣ। ଏହାର ଉତ୍ତରରେ ମଧ୍ୟ ଡିପସିକ ସମାନ କଥା ଲେଖିଥିଲା। ଯାହାର ସ୍କ୍ରିନ୍ସଟ୍ ମଧ୍ୟ ସାମ୍ନାକୁ ଆସିଛି । ଏହି ସ୍କ୍ରିନ ସଟ୍ ଭାଇରାଲ ହେବା ପରେ ଅନେକ ୟୁଜର ଏହି ଆପକୁ ସମାଲୋଚନା କରିଥିଲେ।
📱 Get Argus News App
✨ସେହିଭଳି ସି-ଜିନପିଙ୍ଗଙ୍କ ସମ୍ପର୍କରେ ପ୍ରଶ୍ନ ପଚାରିଲେ ମଧ୍ୟ ଉତ୍ତର ସଠିକ୍ ଆସୁନାହିଁ । ଭାରତ-ଚୀନ ୧୯୬୨ ମସିହାର ଯୁଦ୍ଧ ସମ୍ପର୍କରେ ପ୍ରଶ୍ନ କଲେ ମଧ୍ୟ ଏହି ଆପ ଉତ୍ତର ଦେବାରେ ସକ୍ଷମ ହେଉନାହିଁ। ଅଥବା ଭାରତ-ଚୀନ ୧୯୬୨ ମସିହାର ଯୁଦ୍ଧରେ ଚୀନ ବିଜୟୀ ହୋଇଥିବା ନେଇ ଏହି ଆପ ଉତ୍ତର ରଖୁଥିବା ବେଳେ ଏହି ଯୁଦ୍ଧ କାହିଁକି ଆରମ୍ଭ ହେଲା ବୋଲି ପ୍ରଶ୍ନର ଉତ୍ତର ଦେବାରେ ସକ୍ଷମ ହେଉନାହିଁ। ଯେଉଁଥିପାଇଁ ୟୁଜର୍ସ ଏହି ଆପ୍ରୁ ମନ ଫେରାଇ ନେଲେଣି ।