ଏଆଇ(AI)ରେ ନିଜ କ୍ୟାରିଅର ତିଆରି କରିବାକୁ ଚାହୁଁଛନ୍ତି କି, କରନ୍ତୁ ଏମିତି ପ୍ରସ୍ତୁତି....

ଅର୍ଗସ ବ୍ୟୁରୋ : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) । ଧିରେଧିରେ ଏଆଇର ବ୍ୟବହାର ସବୁ କ୍ଷେତ୍ରରେ ବଢିବାରେ ଲାଗିଛି । ତେଣୁ କୁହାଯାଇ ପାରେ ଏଆଇରେ ହିଁ ଆମର ଭବିଷ୍ୟତ ନିର୍ଦ୍ଧାରଣ କରୁଛି । ୱାର୍ଲ୍ଡ ଇକୋନୋମିକ୍ସ ଫୋରମ ମୁତାବକ ଆଗାମୀ ଦିନରେ ସବୁଠୁ ଅଧିକ ଚାକିରି ଏହି କ୍ଷେତ୍ରରେ ମିଳିପାରିବ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସିଥାଇ ପାରେ, କେଉଁ ପାଠ ପଢିଲେ ଏଆଇ କ୍ଷେତ୍ରରେ ଚାକିରି କରିବା ସହଜ ହେବ । ତେବେ ଆସନ୍ତୁ ଜାଣିବା ଏଆଇରେ ଚାକିରି ପାଇବା ପାଇଁ ଆପଣ କେଉଁ ପାଠ ପଢିବେ ।
ଆପଣ ମଧ୍ୟ ଯଦି ଏଆଇରେ ନିଜର କ୍ୟାରିଅର ତିଆରି କରିବାକୁ ଚାହୁଁଥାନ୍ତି, ତେବେ ଏବେଠୁ ହିଁ ନିଜର ପଢାପଢି ଆରମ୍ଭ କରନ୍ତୁ । ଏହି କ୍ଷେତ୍ର ପାଇଁ ମେସିନ ଲର୍ନିଙ୍ଗ, ଡାଟା ସାଇନ୍ସ ଜାଣିବା ନିହାତି ଦରକାର । ଏଥିପାଇଁ ଆପଣଙ୍କୁ ଗ୍ରାଜୁଏସନରେ ହିଁ ବିଟେକ୍ କିମ୍ବା ବିସିଏ କରିବା ଦରକାର । ଯେଉଁଥିରେ ପାଇଥନ , ମେସିନ ଲର୍ନିଙ୍ଗ , ଟେବୁଲ ଆଦି ସଫ୍ଟୱେରା ସମ୍ବନ୍ଧରେ ଆପଣ ଜାଣିପାରିବେ । ଏହା ବ୍ୟତୀତ ମେସିନ ଲର୍ନିଙ୍ଗର ମଧ୍ୟ ଅନେକ ସଫ୍ଟୱେୟାର ଆପଣ ଶିଖିପାରିବେ । କୋଚିଂ ନେଲେ ମଧ୍ୟ ଆପଣ ଅନେକ ଜିନିଷ ଶିଖିପାରିବେ ।
ମେସିନ ଲର୍ନିଂରେ ଆଲଗୋରିଦିମ ଦ୍ବାରା ଆପଣ ମେସିନ ନିଜେ ଶିଖିପାରିବେ । ଏହି ଆଲଗୋରିଦିମକୁ କମ୍ପ୍ୟୁଟର ପ୍ରୋଗାମରେ ଇନସର୍ଟ କରାଯାଏ । ଯାହାଦ୍ବାରା ମେସିନ ଡାଟାର ବିଶ୍ଳେଷଣ କରେ ଏବଂ ନିଜେ ନିଜେ ହିଁ ଶିଖିଥାଏ । ସାମାନ୍ୟ ମେସିନ ଲର୍ନିଂ ତୁଳନାରେ ଡିପ ଲର୍ନିଂ ଅଧିକ ଗଭୀର ଭାବେ କାମ କରିଥାଏ । ମେସିନ ଏହାଦ୍ବାରା ଚିତ୍ରର ବର୍ଗୀକରଣ, ଭାଷାର ଅନୁବାଦ ଆଦି କାମ ଶିଖିଯାଇଥାଏ । ଡାଟା ସାଇନ୍ସ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଏବଂ ପାଇଁ ମେସିନ ଲର୍ନିଂ ପାଇଁ ନିହାତି ଆବଶ୍ୟକ ଅଟେ । ମେସିନକୁ ଡାଟା ଦେଖାଯାଇ ଟ୍ରେନିଂ ଦିଆଯାଏ, ଯାହାଦ୍ବାରା ମେସିନ କାମ ସହଜରେ ଶିଖିପାରିଥାଏ । ତେଣୁ ଏଆଇରେ ନିଜର କ୍ୟାରିଅର ତିଆରି କରିବାକୁ ଚାହୁଁଥିଲେ ଆପଣ ଡାଟା ସାଇନ୍ସ ବିଷୟରେ ଜାଣିବା ନିହାତି ଆବଶ୍ୟକ ।