Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫୋନ୍‌ ହ୍ୟାକ୍‌ ହେଇଛି କି ନା ଏମିତି ଜାଣନ୍ତୁ

Technology

ଫୋନ୍‌ ହ୍ୟାକ୍‌ ହେଇଛି କି ନା ଏମିତି ଜାଣନ୍ତୁ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଫୋନ୍‌ ହ୍ୟାକ୍‌ ହେଇଛି କି ନା ଏମିତି ଜାଣନ୍ତୁ

ଆମ ଦୈନନ୍ଦିନ ଜୀବନରେ ଖାଦ୍ୟ ପାନୀୟ ପୋଷାକ ଭଳି ଏକ ଦରକାରୀ ଦରବ ପାଲଟି ଯାଇଛି ମୋବାଇଲ୍ ଫୋନ। ଯାହାକୁ ଆମେ ଆମଠାରୁ କେଇ କ୍ଷଣ ଦୂରେଇ ରଖିବାକୁ ବି ଚାହୁଁନା, ଖାଇବା ସମୟ ଭୁଲି ଯାଇପାରୁ ହେଲେ ମୋବାଇଲ୍‌ ପକେଟରେ ପୁରାଇବାକୁ କେବେ ଭୁଲୁନା। ମୋବାଇଲ୍ ପାଖରେ ନଥିବା ସମୟ ଟିକକ ଜେଲର କାଳ କୋଠରୀ ପରି କଠୋର ଲାଗେ। ଆଉ ହାତରେ ସ୍ମାର୍ଟ ଫୋନ ଥିଲେ ସାରା ପୃଥିବୀ ପାଖରେ ଥିଲା ପରି ଲାଗେ। ଆଜିକା ଦିନରେ ନିଜ ଲୋକ ଭଳି ଫୋନ ଅତି ନିଜର। ସୁବିଧା ପାଇଁ ଫୋନରେ ଆମେ ଆମର ସବୁ ଡକ୍ୟୁମେଣ୍ଟ ରଖିଥାଉ। ବ୍ୟକ୍ତିଗତ ବିବରଣୀଠାରୁ ନେଇ ବ୍ୟାଙ୍କ ଆକାଉଣ୍ଟ, ସଞ୍ଚୟ ଏବଂ ସୋସିଆଲ ମିଡିଆ ପାସୱାର୍ଡ ଇତ୍ୟାଦି।


ରିପୋର୍ଟ କୁହେ ସାରା ବିଶ୍ବରେ ତିନି ଚତୁର୍ଥାଂଶ ଲୋକ ସେନ୍ଦେଶ ପଠାଇବା ପାଇଁ କେବଳ ଫୋନର ବ୍ୟବହାର କରନ୍ତି। ପ୍ରତି ଦଶ ଜଣଙ୍କ ମଧ୍ୟରୁ ୬ ଜଣ ଫୋନରେ ଟଙ୍କା ଦେଣନେଣ କରନ୍ତି। ମୋବାଲରେ ନେଟ ବ୍ୟାଙ୍କିଂ ଦ୍ବାରା ଆର୍ଥିକ କାରବାର କରନ୍ତି। ପ୍ରଯୁକ୍ତିବିଦ୍ୟା ଯେମିତି ବୃଦ୍ଧି ପାଉଛି ସେହିଭଳି ହ୍ୟାକର୍ସ ମାନେ ଠକେଇ କରିବା ପାଇଁ ନୂଆନୂଆ ପନ୍ଥା ଆପଣାଉଛନ୍ତି। ଅନେକ ସମୟରେ ଫୋନରେ ଥିବା ଫଟୋ ଭିଡିଓ , ଡକ୍ୟୁମେଣ୍ଟକୁ ନେଇ ବ୍ଲାକ୍ ମେଲ୍ କରି ଅର୍ଥ ଦାବି କରୁଛନ୍ତି। ପ୍ରତିଦିନ ଏମିତି ଶହଶହ ଅଭିଯୋଗ ଆସୁଛି।


ଆମର ଛୋଟଛୋଟ ଭୁଲ୍ ପାଇଁ ବଡ ଠକେଇର ଶୀକାର ହେଉଛୁ। ଫୋନ ହ୍ୟାକ୍ ହେବା ବେଳେ କିଛି ସଙ୍କେତ ଆସିଥାଏ। ଯାହାକୁ ଆମେ ଅଣଦେଖା କରୁ।


କମ୍ ସମୟରେ ମୋବାଇଲ୍ ଚାର୍ଜ କମିବା


ଫୋନ ହ୍ୟାକ୍ ହେବାର ଏକ ସଙ୍କେତ ହେଉଛି, କମ୍ ସମୟରେ ମୋବାଇଲର ଚାର୍ଜ ସରିବା। ଆପଣ ନଜର କରିଥିବେ ଅନେକ ସମୟରେ ଫୋନର ଚାର୍ଜ ରଖିବା ସମୟ ହଠାତ୍ କମ୍ ହୋଇଯାଏ। ସାଧାରଣତଃ ଆମେ ସମସ୍ତେ ଭାବିଥାଉ ବ୍ୟାଟେରୀ ଖରାପ ଯୋଗୁ ଏମିତି ହେଉଛି। ସଫ୍ଟଓ୍ବେୟର ଇଂଜିନିୟର ମାନଙ୍କ କହିବା କଥା ମୋବାଇଲ୍‌ ହ୍ୟାକ ହେଲେ ଏମିତି ସମସ୍ୟା ଦେଖାଦେଇ ପାରେ। କାରଣ ଆପଣ ସ୍କ୍ରିନ ଅଫ୍ କରିଦେଲେ ହ୍ୟାକର୍ସ ତଥ୍ୟ ପାଇବା ପାଇଁ ଆପଣଙ୍କ ମୋବାଇଲକୁ ତାଙ୍କ ସିଷ୍ଟମରୁ ବିଭିନ୍ନ କମାଣ୍ଡ ଦେଇ ପରିଚାଳନା କରନ୍ତି ।


ଅଜଣା ଆପ୍ଲିକେସନ ଆପେଆପେ ଡାଉନଲୋଡ ହୋଇଯିବା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଉ ଏକ ସଙ୍କେତ ହେଉଛି ଆପଣଙ୍କ ଫୋନରେ ଅଜଣା ଆପ୍ଲିକେସନ ଆପେଆପେ ଡାଉନଲୋଡ ହୋଇଯିବା। ଅନେକ ସମୟରେ ଆପଣ ନଜର କରିଥିବେ ଆପଣଙ୍କ ଅଜାଣତରେ ଫୋନରେ କିଛି ଆପଲିକେସନ ଡାଉନଲୋଡ ହୋଇଯାଏ ଓ ବିନା କ୍ଲିକରେ ଓପନ ହୋଇଯାଏ। ଏହା ହ୍ୟାକସଙ୍କ ହ୍ୟାକ କରିବାର ଏକ ଉପାୟ ହୋଇପାରେ। ଏମିତି ବାରମ୍ବାର ହେଉଛି, ଅଜଣା ଆପ୍ଲିକେସନକୁ ତୁରନ୍ତ ଅନଇନଷ୍ଟଲ କରନ୍ତୁ। ବିଶେଷ କରି ଅର୍ଥ ଲଗାଣକାରୀ ସଂସ୍ଥା ଆପ ଠାରୁ ଦୂରେଇ ରହୁନ୍ତୁ।


ମୋବାଇଲ୍‌ କ୍ୟାମେରା ଅନ ହୋଇଯିବା


ଆପଣଙ୍କ ଅଜାଣତରେ ଆପଣଙ୍କ ମୋବାଇଲ୍ କ୍ୟାମେରା ଅନ୍ ହୋଇଯିବା। ଏହା ମଧ୍ୟ ହ୍ୟାକ ହେବାର ଗୋଟେ କାରଣ ହୋଇପାରେ। ହ୍ୟାକର୍ସ ଆପଣଙ୍କ ବ୍ୟକ୍ତିଗତ ସମୟର ଫଟୋ କିମ୍ବା ଭିଡିଓ ନେଇ ବ୍ଲାକମେଲ୍ କରିବାକୁ ଚେଷ୍ଟା କରୁ ଥାଇପାରେ। ଯେତେବେଳେ ଆପଣ ଫୋନ୍ ବ୍ୟବହାର କରୁନାହାଁନ୍ତି ଏବଂ ତଥାପି ଫୋନ୍ ଗରମ ହେଉଛି ଏହା ହ୍ୟାକର୍ସଙ୍କ ପାଇଁ ହେଉ ଥାଇପାରେ। ସ୍ପାଏୱେର୍ ମାଧ୍ୟମରେ ଆପଣଙ୍କ ଉପରେ କେହି ଗୁପ୍ତ ନଜର ରଖୁଥାଇ ପାରନ୍ତି।


ମୋବାଲଇ୍‌ ସ୍ଲୋ ହୋଇଯିବା


ମୋବାଇଲ୍‌ ସ୍ଲୋ ହୋଇଯିବା ମୋବାଇଲ୍‌ ହ୍ୟାକର ମଧ୍ୟ ଏକ କାରଣ ହୋଇପାରେ। ଆପଣଙ୍କ ଫୋନ ଦୁଇଟା ହ୍ୟାଣ୍ଡରୁ ପରିଚାଳିତ ହେଉଥିବାରୁ ସ୍ଲୋ ହୋଇଯାଏ।


Education Next Season 5
Sponsored
find-out-if-your-phone-has-been-hacked-or-not | Argus News