Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

Online Shopping / ଘରେ ବସିଲେ ୧୦ ମିନିଟ୍‌ରେ ମିଳୁଛି ସବୁକିଛି

Rashmita Mishra
Browse all articles by Rashmita Mishra
·8 months ago·2 min read
ଘରେ ବସିଲେ ୧୦ ମିନିଟ୍‌ରେ ମିଳୁଛି ସବୁକିଛି

Key Points

ଲୋକଙ୍କ ମନ କିଣିଛୁ ୧୦ ମିନିଟ୍‌ରେ ଡେଲିଭରି
ବଜାର ଯିବାକୁ ଇଚ୍ଛା ନାହିଁ
ଘରେ ବସିଲେ ୧୦ ମିନିଟ୍‌ରେ ମିଳୁଛି ସବୁକିଛି

ବର୍ତ୍ତମାନର ଯୁବପିଢ଼ି ଚାହୁଁଛନ୍ତି କି ସେମାନେ ଯେଉଁ ସମୟରେ ଯାହା ଚାହିଁବେ ତାଙ୍କୁ ମିଳୁ ବୋଲି । ଆଉ ସେ ସବୁ ଆବଶ୍ୟକତାକୁ ପୂରଣ କରୁଛି ଅନଲାଇନ ସପିଙ୍ଗ ଆପ୍ ଗୁଡ଼ିକ । ଅନଲାଇନରେ ଅର୍ଡର କରିବାର କିଛି ସମୟ ଭିତରେ ଲୋକମାନେ ସେମାନଙ୍କର ମନ ପସନ୍ଦର ଜିନିଷ ପାଇବାକୁ ଲୋକମାନେ ଚାହୁଛନ୍ତି। ସେମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି କ୍ବିକ୍‌ କମର୍ସ କମ୍ପାନିଗୁଡ଼ିକ ଲାଗିପଡ଼ିଛନ୍ତି।

ଏହି ପାର୍ବଣ ଋତୁରେ ତତ୍କାଳ ଡେଲିଭରି ସେବାର ଚାହିଦା ବେଶ୍ ବଢ଼ିଛି। କାରଣ ଭିଡ଼ ବାହାରୁ ଯିବାକୁ ଖୁବ୍ କମ୍ ଲୋକ ପସନ୍ଦ କରକିଥାନ୍ତି । ଆଉ ଯେତେବେଳେ ହାତରେ ମୋବାଇଲ ଫୋନ ଆଉ ଅତି କମ୍ ସମୟ ଭିତରେ ଡେଲିଭରି ସୁଯୋଗ ରହିଛି ଲୋକମାନେ ଏହାକୁ ହାତ ଛଡ଼ା କରନ୍ତି ନାହିଁ । ରାଜ୍ୟରେ ବ୍ଲିଙ୍କଇଟ୍‌, ଜେପ୍‌ଟୋ, ସ୍ବିଗି ଇନ୍‌‌ଷ୍ଟାମାର୍ଟ, ଫ୍ଲିକ୍‌କାର୍ଟ ମିନିଟ୍‌ସ, ଜିଓମାର୍ଟ, ବିଗ୍‌ବାସ୍କେଟ ଓ ଘିନିବା ଭଳି ସଂସ୍ଥା ତତ୍କାଳ ଡେଲିଭରି ସେବା ଲୋକମାନଙ୍କୁ କମ୍ ସମୟ ମଧ୍ୟରେ ଜିନିଷ ଯୋଗାଇ ଦେଉଛି ।

ବର୍ତ୍ତମାନ ସମୟରେ ୧୦ ମିନିଟ୍‌ରେ ଡେଲିଭରି ବେଶ୍ ଲୋକପ୍ରିୟତା ହାସଲ କରିଛି। ଏଥିରୁ ଏହା ଜଣାପଡ଼ୁଛି ଯେ କ୍ବିକ୍‌ କମର୍ସ କେବଳ ଭୁବନେଶ୍ବର ଭଳି ବଡ଼ ସହରରେ ନୁହେଁ, ବରଂ ରାଜ୍ୟର ଛୋଟ ଛୋଟ ସହରଗୁଡ଼ିକରେ ମଧ୍ୟ ବେଶ୍ ଗ୍ରହଣୀୟ ହୋଇଛି। ଅଧିକାଂଶ କମ୍ପାନି ଗ୍ରାହକଙ୍କ ଧ୍ୟାନ ଆକର୍ଷଣ କରିବା ଲାଗି ୧୦ ମିନିଟ୍ ଡେଲିଭରିର ପ୍ରଚାର କରୁଛନ୍ତି। ବିଗ୍‌ବାସ୍କେଟର ଜାତୀୟ ବ୍ୟବସାୟ ମୁଖ୍ୟ ଶଶି ଶେଖର କହିଛନ୍ତି ଯେ ରାଉରକେଲା ଓ ବ୍ରହ୍ମପୁରରେ ୧୦ ମିନିଟ୍ ଡେଲିଭରି ସେବା ଆରମ୍ଭ କରି ଆମେ ବେଶ୍ ଉତ୍ସାହିତ। ଆମର ଏହି ସେବାରୁ ସହରବାସୀ ଉପକୃତ ହେବେ।

କ୍ବିକ୍‌ କମର୍ସକୁ ବ୍ୟବହାର କରି ଗ୍ରାହକମାନେ ଗ୍ରୋସରି ସାମଗ୍ରୀ, ଫଳ, ପନିପରିବା, ସ୍ନାକ୍ସ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଦି ମଗାଉଛନ୍ତି। ଗ୍ରୋସରିରେ ସେମାନେ ପନିପରିବା, ଫଳ, ଦୁଗ୍ଧ, ପାଉଁରୁଟି, ଅଣ୍ଡା ମଗାଉଛନ୍ତି। ସ୍ନାକ୍ସରେ ଚିପ୍‌ସ, ଚକୋଲେଟ୍, ମୃଦୁପାନୀୟ କିଣୁଛନ୍ତି। ଘରକରଣା ସାମଗ୍ରୀ ମଧ୍ୟରେ ଘର ସଫା କରିବା ଜିନିଷ, ପର୍ସନାଲ କେୟାର ଓ ଘରକରଣା ଉତ୍ପାଦ କିଣୁଛନ୍ତି। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟରେ ଗ୍ରାହକମାନେ ଚାର୍ଜର, ବଲ୍‌ ଓ ଅନ୍ୟାନ୍ୟ ଛୋଟ ଇଲେକ୍ଟ୍ରୋନିକ୍ସ ଜିନିଷ କିଣୁଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Online Shopping | Get Everything at Home in Just 10 Minutes | Argus News | Argus News