Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - BSNL ୟୁଜର୍ସମାନଙ୍କ ପାଇଁ ଖୁସି ଖବର

Technology

BSNL ୟୁଜର୍ସମାନଙ୍କ ପାଇଁ ଖୁସି ଖବର

Rashmita Mishra
Browse all articles by Rashmita Mishra
·1 year ago·2 min read
BSNL ୟୁଜର୍ସମାନଙ୍କ ପାଇଁ ଖୁସି ଖବର

ସରକାରୀ ଟେଲିକମ୍ କମ୍ପାନୀ BSNL ନିଜର ୟୁଜର୍ସମାନଙ୍କୁ ସବୁ ସମୟରେ କିଛି ନା କିଛି ଭଲ ଅଫର ଦେଇଥାଏ । ପ୍ରାଇଭେଟ୍ ଟେଲିକମ୍ କମ୍ପାନୀଗୁଡିକ ଜୁଲାଇ ୨୦୨୪ ରେ ସେମାନଙ୍କର ରିଚାର୍ଜ ପ୍ଲାନର ବଢ଼ାଇଥିଲା । କିନ୍ତୁ BSNL ଏବେ ବି ପୁରୁଣା ମୂଲ୍ୟରେ ରିଚାର୍ଜ ପ୍ଲାନ୍ ଅଫର ଦେଉଛି । ଏହି କାରଣରୁ ଆଜି ମଧ୍ୟ BSNL କୋଟି କୋଟି ଲୋକଙ୍କ ପ୍ରିୟ ଟେଲିକମ୍ କମ୍ପାନୀ ହୋଇଛି । ଶସ୍ତା ରିଚାର୍ଜ ପ୍ଲାନରେ କମ୍ପାନୀ ମାତ୍ର କିଛି ମାସ ମଧ୍ୟରେ ଲକ୍ଷ ଲକ୍ଷ ନୂଆ ୟୁଜର୍ସ ମାନଙ୍କୁ ଯୋଡିଛି ।


BSNL ତା’ର ୟୁଜର୍ସ ଏବଂ ଫ୍ୟାନ୍ସଙ୍କ ପାଇଁ ଲଗାତାର୍ ନୂଆ ନୂଆ ସର୍ଭିସ୍ ଦେଇଆସୁଛି । Airtel, VI ଏବଂ ଅନ୍ୟାନ୍ୟ ଟେଲିକମ୍ କମ୍ପାନୀଗୁଡିକ ସହିତ ଟକ୍କର ଦେବା ପାଇଁ ସରକାରୀ କମ୍ପାନୀ ନିଜର 4G ନେଟୱାର୍କ ଆଣିବାକୁ ଯାଉଛି । TCS ସହିତ ମିଶି BSNL 4G ଟାୱାରର ଇଣ୍ଟରନେସ୍ନାଲରେ ଆଡ୍ ହୋଇଛି ।


ସରକାରୀ ଟେଲିକମ୍ କମ୍ପାନୀ କେବଳ ଗ୍ରାହକମାନଙ୍କୁ କମ୍ ମୂଲ୍ୟରେ ଶସ୍ତା ପ୍ଲାନ୍ ପ୍ରଦାନ କରେ ନାହିଁ ବରଂ ବଡ଼ ବଡ଼ ଗିଫ୍ଟ ମଧ୍ୟ ଅଫର କରିଥାଏ । BSNL କିଛି ଦିନ ପୂର୍ବରୁ ତାର ଗ୍ରାହକଙ୍କ ପାଇଁ BiTV ସର୍ଭିସ ଲଞ୍ଚ କରିଥିଲା । ଏହା ଏକ ଡାଇରେକ୍ଟ-ଟୁ-ମୋବାଇଲ୍ ଟିଭି ସର୍ଭିସ୍ ଅଛି ଯେଉଁଥିରେ ୪୫୦ ରୁ ଅଧିକ ଟିଭି ଚ୍ୟାନେଳ୍ ଫ୍ରିରେ ଦେଖାଯାଇପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯଦି ଆପଣ ବର୍ତ୍ତମାନ ଟିଭି ଚ୍ୟାନେଲ ଦେଖିବା ପାଇଁ DTH ରିଚାର୍ଜ ପ୍ଲାନରେ ଟଙ୍କା ଖର୍ଚ୍ଚ କରୁଥିଲେ, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । BSNL ତାର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି । BSNL ବର୍ତ୍ତମାନ ନିଜର ସମସ୍ତ ରିଚାର୍ଜ ପ୍ଲାନ୍ ସହିତ BiTV ସର୍ଭିସ୍ ଆଡ୍ କରିଛି । ଅର୍ଥାତ୍ ଆପଣ କଲ୍ କରିବା ପାଇଁ ଏକ ରିଚାର୍ଜ ପ୍ଲାନ ନେବେ ଏବଂ ସମାନ ଟଙ୍କାରେ ଆପଣଙ୍କୁ ଫ୍ରି ଟିଭି ଚ୍ୟାନେଲ୍ ଦେଖିବାକୁ ସୁବିଧା ମଧ୍ୟ ମିଳିବ ।


ଆପଣଙ୍କୁ କହିବୁ ଯେ ସରକାରୀ ଟେଲିକମ୍ କମ୍ପାନୀର BiTV ସର୍ଭିସ୍ ଏକ ଡାଇରେକ୍ଟ-ଟୁ ମୋବାଇଲ୍ ସର୍ଭିସ୍ ହୋଇଛି । ଏହି ସର୍ଭିସରେ କମ୍ପାନୀ ଗ୍ରାହକଙ୍କୁ ୪୫୦ ରୁ ଅଧିକ ଟିଭି ଚ୍ୟାନେଲ୍, ୱେବ୍ ସିରିଜ୍ ଏବଂ ମୁଭିକୁ ଫ୍ରିରେ ଦେଖିବାକୁ ସୁବିଧା ମିଳିବ । BiTV ର ଟ୍ରାଏଲକୁ କମ୍ପାନୀ ୟୁଜର୍ସଙ୍କୁ ୩୦୦ ରୁ ଅଧିକ ଫ୍ରି ଟିଭି ଚ୍ୟାନେଳ୍ ପ୍ରଦାନ କରିଥିଲା । ଏହି ସର୍ଭିସ ପାଇଁ ୟୁଜର୍ସମାନଙ୍କୁ କୈଣସି ପ୍ରକାରର ଚାର୍ଜ ଦେବାକୁ ପଡିବ ନାହିଁ । ବର୍ତ୍ତମାନ BSNL ନିଜର ସମସ୍ତ ରିଚାର୍ଜ ପ୍ଳାନରେ ଏହାକୁ ଆଡ୍ କରିଛି ।


Sponsored
Good news for BSNL users | Argus News