Fraud Alert / ତୁରନ୍ତ ଫୋନ୍ରେ ବଦଳାନ୍ତୁ ଏହି ସେଟିଂ, ନହେଲେ ଖାଲି ହୋଇଯିବ ଆକାଉଣ୍ଟ
·2 months ago·3 min read

Key Points
ସମୟ ବଦଳିବା ସହ ସାଇବର ଲୁଟେରା ଠକେଇ ପାଇଁ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଏବେ କୌଣସି ଫେକ୍ ଆପ୍ କିମ୍ବା ଲିଙ୍କ ନୁହେଁ ବରଂ ମୋବାଇଲ୍ର ବହୁତ ସାଧାରଣ ଫିଚର୍ ବ୍ୟବହାର କରି ଲୁଟ୍ କରିବାରେ ସକ୍ଷମ ହେଉଛନ୍ତି ।
ନୂଆଦିଲ୍ଲୀ: ଦେଶରେ ସ୍ମାର୍ଟଫୋନ୍ ବ୍ୟବହାର ବୃଦ୍ଧି ସହ ବଢ଼ୁଛି ସାଇବର ଠକେଇ । ସମୟ ବଦଳିବା ସହ ସାଇବର ଲୁଟେରା ଠକେଇ ପାଇଁ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଏବେ କୌଣସି ଫେକ୍ ଆପ୍ କିମ୍ବା ଲିଙ୍କ ନୁହେଁ ବରଂ ମୋବାଇଲ୍ର ବହୁତ ସାଧାରଣ ଫିଚର୍ ବ୍ୟବହାର କରି ଲୁଟ୍ କରିବାରେ ସକ୍ଷମ ହେଉଛନ୍ତି । ତା'ବି ମୋବାଇଲ୍ ଆପଣଙ୍କ ହାତ ମୁଠାରେ ଥାଇ ।
ଏନେଇ ଲୋକଙ୍କୁ ସଚେତନ କରାଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନରେ କାମ କରୁଥିବା Indian Cyber Crime Coordination Centre ଅର୍ଥାତ୍ 14C ଏହି ବିପଦକୁ ନେଇ ଆଲର୍ଟ ଜାରି କରିଛି ।
ଏଥିସହ ପଢ଼ନ୍ତୁ: ଏବେଠୁ ହିଁ କରନ୍ତୁ ରିଲ୍ସ, ୧୦ ହଜାର ଭ୍ୟୁରେ ମିଳୁଛି ଏତେ ଟଙ୍କା...
ଆଲର୍ଟରେ କୁହାଯାଇଛି, ସାଇବର ଠକ ମୋବାଇଲ୍ କଲ୍ ଫରୱାର୍ଡିଂ ଫିଚର୍ର ଫାଇଦା ଉଠାଉଛନ୍ତି । ଏହା ହେଉଛି ମୋବାଇଲ୍ର ଏକ ସାଧାରଣ ଫିଚର୍ । ଯାହାକୁ ଲୋକେ ସାଧାରଣତଃ କେବେ କେବେ ସେମାନଙ୍କ କଲ୍କୁ ଅନ୍ୟ ନମ୍ବରକୁ ପଠାଇବା ପାଇଁ ବ୍ୟବହାର କରିଥାନ୍ତି । ବ୍ୟବହାରକାରୀଙ୍କୁ ସାହାଯ୍ୟ କରୁଥିବା ଏହି ଫିଚର୍ ଏବେ ସାଇବର ଠକଙ୍କ ପାଇଁ ବଡ଼ ଅସ୍ତ୍ର ସାଜିଛି ।
କେମିତି ହୁଏ ଠକେଇ ?
ଏହି ଠକେଇର ଆରମ୍ଭ ହୁଏ ସାମାନ୍ୟ କଲ୍ କିମ୍ବା ମେସେଜରୁ । ଅନେକ ମାମଲାରେ ଠକ ନିଜକୁ କୋରିୟର୍ କମ୍ପାନୀ କିମ୍ବା ଡେଲିଭରି ଏଜେଣ୍ଟ ପରିଚୟ ଦେଇ କଲ୍ କରନ୍ତି । କୁହନ୍ତି- ଆପଣଙ୍କ ନାମରେ ଏକ ପାର୍ସଲ୍ ଅଥବା ଡେଲିଭରି ଆସିଛି । କଲ୍ କଥାବାର୍ତ୍ତାକୁ ବିଶ୍ଵସନୀୟ କରିବାକୁ ଠକ ଏକ SMS ପଠାନ୍ତି ଆଉ କୁହନ୍ତି ଅସୁବିଧାରୁ ମୁକୁଳିବା ପାଇଁ ଆପଣଙ୍କୁ ଏକ USSD କୋଡ୍ ଡାଏଲ୍ କରିବାକୁ ହେବ ।
ଏମିତି କହି ଠକ ବିଛାନ୍ତି ଠକେଇର ଜାଲ । ଏହି USSD କୋଡ୍ ପ୍ରାୟତଃ ୨୧, ୬୧ ଅଥବା ୬୭ରୁ ଆରମ୍ଭ ହୋଇଥାଏ । ବ୍ୟବହାରକାରୀ କିଛି ନଭାବି ଏହି କୋଡ୍ ଡାଏଲ୍ କରିବା ମାତ୍ରେ ଚାଲୁ ହୋଇଯାଏ କଲ ଫରୱାର୍ଡିଂ । ଅର୍ଥାତ୍ ଆପଣଙ୍କୁ ଆସୁଥିବା ସମସ୍ତ ଅନ୍ୟ କୌଣସି ନମ୍ବରକୁ ଚାଲିଯାଏ ।
କଲ୍ ଫରୱାର୍ଡିଂ ସ୍କାମ୍
14C ଅନୁସାରେ, କଲ୍ ଫରୱାର୍ଡିଂ ସକ୍ରିୟ ହେବା ମାତ୍ରେ ଠକ ଫାଇଦା ଉଠାନ୍ତି । ବ୍ୟାଙ୍କରୁ ଆସୁଥିବେ ଭେରିଫିକେସନ୍ କଲ୍, OTP ଓ ଆଲର୍ଟ ଠକଙ୍କୁ ଆସେ । ସେବେ ପର୍ଯ୍ୟନ୍ତ ବ୍ୟବହାରକାରୀ ଫୋନ୍ରେ କିଛି ବି ଗଡ଼ବଡ଼ ନେଇ ସୁରାକ୍ ପାଆନ୍ତି ନାହିଁ ।
ଥରେ ଠକଙ୍କ ପାଖରେ ଓଟିପି ଓ ଭେରିଫିକେସନ୍ କଲ୍ ପହଞ୍ଚିବା ପରେ ବ୍ୟାଙ୍କ ଆକାଉଣ୍ଟରୁ ନେଇ ହ୍ଵାଟ୍ସଆପ୍ ଓ ଟେଲିଗ୍ରାମ୍ ଭଳି ଆକାଉଣ୍ଟ ହ୍ୟାକ୍ ହେବା ସହଜ ହୋଇଯାଏ । ଏକାଧିକ ମାମଲାରେ ବ୍ୟବହାରକାରୀ ଜାଣିବା ବେଳକୁ ଆକାଉଣ୍ଟରୁ ଟଙ୍କା କାଢ଼ିବା ସହ ସୋସିଆଲ୍ ମିଡିଆରୁ ନିୟନ୍ତ୍ରଣ ହରାଇ ବସିଥାନ୍ତି ।
ଏଥିସହ ପଢ଼ନ୍ତୁ: ଏହି ସବୁ କମ୍ପାନୀ ମାଗଣାରେ ଡାଟା ଯୋଗାଉଛି ଜାଣନ୍ତୁ କିପରି ପାଇବେ
14Cର ୱାର୍ଣ୍ଣିଂ
ଏହି ଠକେଇ ଏତେ ବିପଜ୍ଜନକ ଯେ ଏଥିରେ କୌଣସି ଲିଙ୍କ୍ କ୍ଲିକ୍ କରିବାକୁ ପଡ଼େ ନା ଆପ୍ ଇନଷ୍ଟଲ୍ କରିବାକୁ । କେବଳ ଏକ କୋଡ୍ ଡାଏଲ୍ କଲେ ସବୁ ସରିଯାଏ । ଏହାକୁ ନେଇ 14C ସତର୍କ କରିଛି । କାରଣ ସାଧାରଣତଃ ଲୋକେ ଏଭଳି କୋଡ୍କୁ ବିପଦ ବୋଲି ମାନନ୍ତି ନାହିଁ । ଆଉ ସବୁ କିଛି ହରାଇବା ପରେ ଭାବନ୍ତି ।
କେମିତି ବଦଳାଇବେ ସେଟିଂ
14C କହିଛି, ଯଦି କାହାର ମୋବାଇଲ୍ରେ କଲ୍ ଫରୱାର୍ଡିଂ ସକ୍ରିୟ ଥିବା ସନ୍ଦେହ ହେଉଛି ତୁରନ୍ତ ##002# ଡାଏଲ୍ କରନ୍ତୁ । ଏହା କରିବା ଦ୍ଵାରା ସମସ୍ତ କଲ୍ ଫରୱାର୍ଡିଂ ବନ୍ଦ ହୋଇଯାଏ ଏବଂ ବ୍ୟବହାରକାରୀଙ୍କୁ ପୁଣି ଥରେ ସମସ୍ତ ଫୋନ୍ ଆସିଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories