Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସିଲାଣି ଖରାଦିନ, ଏମିତି କଲେ କମ୍‌ ଆସିବ ବିଦ୍ୟୁତ ବିଲ୍‌

Technology

ଆସିଲାଣି ଖରାଦିନ, ଏମିତି କଲେ କମ୍‌ ଆସିବ ବିଦ୍ୟୁତ ବିଲ୍‌

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆସିଲାଣି ଖରାଦିନ, ଏମିତି କଲେ କମ୍‌ ଆସିବ ବିଦ୍ୟୁତ ବିଲ୍‌

ଫେବୃଆରୀ ମାସରୁ ବଢ଼ିଲାଣି ତାତି। ଏବେଠାରୁ ଏତେ ଗରମ ଅନୁଭବ ହେଲାଣି ଯେ, ଲୋକେ ବାହାରକୁ ଯିବାକୁ ଡରିଲେଣି। ଘରେ ହିଁ ଏସି ଲଗାଇ ବସୁଛନ୍ତି ସମସ୍ତେ। ଯାହାଦ୍ୱାରା ବିଦ୍ୟୁତ ବିଲ୍‌ ମଧ୍ୟ ଅଧିକ ଆସୁଛି । ଆପଣ ଜାଣନ୍ତି କି ଏପରି ଏକ ଉପାୟ ଆପଣାଇଲେ ଆପଣଙ୍କ ବିଲ ବହୁତ କମ୍‌ ଆସିବ। ଖରାଦିନେ ପ୍ରାୟତଃ ବିଜୁଳି ବିଲ ଅଧିକ ଆସିଥାଏ । ବିଶେଷ କରି ଏସି, କୁଲର ଓ ପଙ୍ଖା ଅଧିକ ସମୟ ବ୍ୟବହାର କରାଯାଉଥିବାରୁ ବିଲ ଦୁଇଗୁଣା ଅଧିକ ଆସିଥାଏ ।

ମାତ୍ର କିଛି ସରଳ ଓ ସହଜ ଉପାୟ ଦ୍ୱାରା ବିଜୁଳି ବିଲ ୫୦% ପର୍ଯ୍ୟନ୍ତ କମ କରାଯାଇପାରିବ । ଉନ୍ନତ ଧରଣର ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର କରନ୍ତୁ । ୫ ଷ୍ଟାରର ଏସି, ୱାଶିଂମେସିନ, ଫ୍ରିଜ ଆଦି ବ୍ୟବହାର କରନ୍ତୁ । ଏହା କମ ବିଜୁଳି ଖର୍ଚ୍ଚ କରିଥାଏ । ଯାଦ୍ୱାରା ବିଜୁଳି ବିଲ କମ ଆସିଥାଏ । କମ ତାପମାତ୍ରା ଅର୍ଥାତ ୧୬ ରୁ ୧୮ ଡିଗ୍ରୀରେ ଏସି ଅଧିକ ସମୟ ବ୍ୟବହାର କଲେ ବିଲ ଅଧିକ ଆସିଥାଏ। ଏସି ଲଗାଇବା ସମୟରେ ଝରକା, କବାଟ ନିଶ୍ଚୟ ବନ୍ଦ ରଖନ୍ତୁ । ଖରା ଅଧିକ ପଡୁଥିବା ସ୍ଥାନରେ ଫ୍ରିଜ ରଖନ୍ତୁ ନାହିଁ । ଘରର ଏପରି ସ୍ଥାନରେ ଫ୍ରିଜ ରଖନ୍ତୁ । ଯାହା ଅଧିକ ସମୟ ଥଣ୍ଡା ରହୁଥିବ । ବାରମ୍ବାର ଫ୍ରିଜ ଖୋଲନ୍ତୁ ନାହିଁ ।

ବିଜୁଳି ବିଲ କମ କରିବା ପାଇଁ ଇଚ୍ଛୁକ ଥିଲେ ସୋଲାର୍‌ ପ୍ୟାନେଲ ବ୍ୟବହାର କରିବା ଏକ ଉତ୍ତମ ବିକଳ୍ପ । ଥରେ ସୋଲାର୍‌ ପ୍ୟାନେଲ ଲଗାଇବା ପରେ ବର୍ଷ ବର୍ଷ ପର୍ଯ୍ୟନ୍ତ ବିଜୁଳି ବିଲରୁ ମୁକ୍ତି ମିଳିବ । ଘରର ଆବଶ୍ୟକତା ଅନୁଯାୟୀ ସୋଲାର୍‌ ପ୍ୟାନେଲ ଚୟନ କରିପାରିବେ । ଲାଇଟର ଆବଶ୍ୟକତା ନଥିଲେ ସୁଇଚ ବନ୍ଦ କରି ରଖନ୍ତୁ ।

ଏବେଠାରୁ ହିଁ ସତର୍କ ହୋଇଯାଆନ୍ତୁ ନଚେତ୍‌ ଟଙ୍କା ଗଣି ଗଣି ହଇରାଣ ହେବେ । ତେଣୁ ତାତି ଅଧିକ ବଢ଼ିବା ଆଗରୁ ଉପର ଲିକ୍ଷିତ ଉପାୟ ଉପରେ ଦୃଷ୍ଟି ପକାନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Here are some ways to reduce your electricity bill: | Argus News