Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

WhatsApp / ସାବଧାନ ! ଆପଣଙ୍କ ପର୍ସନାଲ ଚାଟ୍‌ ଅନ୍ୟ କେହି ପଢ଼ୁଥିବେ...

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ସାବଧାନ ! ଆପଣଙ୍କ ପର୍ସନାଲ ଚାଟ୍‌ ଅନ୍ୟ କେହି ପଢ଼ୁଥିବେ...
Whatapp Viral

Key Points

ଯଦି ଆପଣଙ୍କ ଫୋନ୍ କିମ୍ବା ଆପଣଙ୍କର ହ୍ୱାଟ୍ସଆପ୍ ସେଟିଂ ସାମାନ୍ୟ ଦୁର୍ବଳ ଥାଏ, ତେବେ ଯେକୌଣସି ବ୍ୟକ୍ତି ଆପଣଙ୍କ ଚାଟ୍ ଆକ୍ସେସ୍ କରିପାରିବ।

ହ୍ୱାଟ୍ସଆପ୍ ! ଏହା ଏମିତି ଏକ ଆପ୍, ଯାହା ମଣିଷ ଜୀବନର ଏକ ଅଙ୍ଗ ହୋଇସାରିଛି । ଦୈନନ୍ଦିନ ଜୀବନରେ ଏବେ ପ୍ରତ୍ୟେକ ମଣିଷ ଏହାର ବ୍ୟବହାର କରୁଛି । ଏଥିରେ ୟୁଜର.. ଚାଟ୍ କରନ୍ତି, ଡକ୍ୟୁମେଣ୍ଟ ପଠାନ୍ତି, OTP ଆସେ ଏବଂ ବ୍ୟକ୍ତିଗତ କଥାବାର୍ତ୍ତା ମଧ୍ୟ କରନ୍ତି । ଅନେକ ଏହାଦ୍ୱାରା ଅଫିସ କାମଠାରୁ ଆରମ୍ଭ କରି ବ୍ୟବସାୟୀକ ତଥ୍ୟ ନେଣଦେଣ ମଧ୍ୟ କରନ୍ତି । କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, କ’ଣ ଏହି ଓ୍ୱାଟ୍‌ସଆପ୍‌ ସୁରକ୍ଷିତ । ଆପଣ ଏହା ମାଧ୍ୟମରେ ଯାହା ସହ ବି କଥା ହେଉଛନ୍ତି, ତାହା କ'ଣ ଗୋପନୀୟ ରହୁଛି । ନା ଅନ୍ୟ କେହି ଆପଣଙ୍କ ମେସେଜ୍ ପଢ଼ୁଛି ? ଯଦି ଅନ୍ୟ କେହି ଆପଣଙ୍କ ହ୍ୱାଟ୍ସଆପ୍‌ ଆକ୍ସେସ୍‌ ରଖିଥାଏ, ତେବେ ତାହା ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ।

ଅନେକ ଲୋକ ଏହାକୁ ହାଲୁକା ଭାବରେ ନିଅନ୍ତି । କିନ୍ତୁ ସତ କଥା ହେଉଛି ଯଦି ଆପଣଙ୍କ ଫୋନ୍ କିମ୍ବା ଆପଣଙ୍କର ହ୍ୱାଟ୍ସଆପ୍ ସେଟିଂ ସାମାନ୍ୟ ଦୁର୍ବଳ ଥାଏ, ତେବେ ଯେକୌଣସି ବ୍ୟକ୍ତି ଆପଣଙ୍କ ଚାଟ୍ ଆକ୍ସେସ୍ କରିପାରିବ।

ହ୍ୱାଟ୍ସଆପ୍ ୱେବ୍ ହେଉଛି ସବୁଠାରୁ ବେଶୀ ବିପଦ୍‌ଜନକ । ଏଇଠି ହିଁ ଅଧିକାଂଶ ୟୁଜର ଫସିଥାନ୍ତି। ଯଦି କେହି ଆପଣଙ୍କ ଫୋନ୍ କୌଣସି ସମୟରେ ଗୋଟିଏ ମିନିଟ୍ ପାଇଁ ବି ନେଇଯାଏ, ତେବେ ସେ ଆପଣଙ୍କ ଫୋନ୍‌ ଜରିଆରେ ଓ୍ୱଟ୍‌ସଆପ୍‌ ଓ୍ୱେବ୍‌ ଲଗ୍‌ ଇନ୍‌ କରିପାରିବ । ଲିଙ୍କ୍ଡ୍ ଡିଭାଇସ୍ ଅପ୍‌ସନ୍‌ ଆସିବା ପରେ କେବଳ ହ୍ୱାଟ୍ସଆପ୍ ୱେବ୍ କମ୍ପ୍ୟୁଟରରେ ନୁହେଁ, ବରଂ ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ଅନ୍ୟ କେହି ନିଜ ମୋବାଇଲ୍ ଫୋନ୍ ମାଧ୍ୟମରେ ମଧ୍ୟ ଆକ୍ସେସ୍ କରିପାରିବେ।

ପ୍ରଥମେ ସେଟିଂସ୍ ଓପନ କରନ୍ତୁ ଏବଂ ଲିଙ୍କ୍ ହୋଇଥିବା ଡିଭାଇସ୍ସକୁ ଯାଆନ୍ତୁ। ଯଦି ଆପଣ ଏପରି କୌଣସି ଡିଭାଇସ୍ ଦେଖନ୍ତି ଯାହାକୁ ଆପଣ ବ୍ୟବହାର କରିନାହାଁନ୍ତି, ତେବେ ସମ୍ଭବତଃ ଅନ୍ୟ କେହି ଆପଣଙ୍କ ଚାଟ୍ ପଢ଼ୁଛନ୍ତି।

ଏବେ ବି ଭାରତରେ ଏହି ପଦ୍ଧତି WhatsApp ଚାଟ୍‌ ଚୋରିର ସବୁଠାରୁ ସାଧାରଣ ଏବଂ ବିପଦଜନକ ବୋଲି କୁହାଯାଏ । କାରଣ ସାଧାରଣତଃ ଲୋକମାନେ ଏହାକୁ ନିୟମିତ ଭାବରେ ଯାଞ୍ଚ କରନ୍ତି ନାହିଁ, ତେଣୁ କେହି ଜଣେ ଯଦି ଆପଣଙ୍କ ହ୍ୱାଟ୍ସଆପ୍‌ ଆକ୍ସେସ ନେଇଥାଏ, ତେବେ ଦୀର୍ଘ ସମୟ ପାଇଁ ଆପଣଙ୍କର WhatsApp ଚାଟ୍ ପଢ଼ିପାରନ୍ତି।

ସ୍ପାଏୱେୟାର ବିପଦ

ସ୍ପାଏୱେୟାର ଅନେକ ସ୍ମାର୍ଟଫୋନରେ ବ୍ୟାକ୍‌ଗ୍ରାଉଣ୍ଡରେ ଚାଲିଥାଏ, ଆପଣଙ୍କ WhatsApp ଚାଟ୍, କଲ୍ ଲଗ୍, ସ୍ଥାନ, ଫଟୋ ଏବଂ ମାଇକ୍ରୋଫୋନ୍ ଆକ୍ସେସ୍ ମଧ୍ୟ ଚୋରି ହୋଇଥାଏ । ତେଣୁ ଏଥିରୁ ସ୍ପଷ୍ଟ ଯେ, ଆପଣଙ୍କ ଲୋକେସନ୍‌ ଏବଂ ଆପଣଙ୍କର ସମସ୍ତ ବ୍ୟକ୍ତିଗତ ବିବରଣୀ ଅନ୍ୟପାଖରେ ପହଞ୍ଚିପାରେ ।

ଗୁଗୁଲ୍ ଡ୍ରାଇଭ୍ କିମ୍ବା iCloud ବ୍ୟାକଅପ୍

ଆପଣଙ୍କ WhatsApp ଚାଟ୍‌ଗୁଡ଼ିକର ବ୍ୟାକଅପ୍ କ୍ଲାଉଡ୍‌ରେ ରହିଥାଏ । ଯଦିଓ କାହା ପାଖରେ ଆପଣଙ୍କର ଗୁଗୁଲ୍ ଆକାଉଣ୍ଟ୍ କିମ୍ବା Apple ID ପାସୱାର୍ଡ ରହିଛି, ତେବେ ସେ ମଧ୍ୟ ଆପଣଙ୍କର ଚାଟ୍ ପଢ଼ିପାରିବ । କାରଣ ତା'ପାଇଁ ଆପଣଙ୍କର ଚାଟ୍ ହିଷ୍ଟ୍ରି ଡାଉନଲୋଡ୍ କରିବା ସହଜ ହେବ । ଅନେକ ଫୋନରେ ଏମିତି ସେଟିଂ କିମ୍ବା ଥାର୍ଡ ପାର୍ଟି ଆପ୍ ଥାଏ, ଯାହାଦ୍ୱାରା ଆପଣଙ୍କର ନୋଟିଫିକେସନ୍‌କୁ ଅନ୍ୟ ନମ୍ବରକୁ ଫରଓ୍ୱାର୍ଡ ହୋଇପାରେ । ଏହା Android ୟୂଜରଙ୍କ ପାଇଁ ଖୁବ୍‌ ସାଧାରଣ କଥା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
WhatsApp | How To Know If Your Whatsapp Got Hacked | Argus News