ଯୁବପିଢ଼ିଙ୍କ ପାଇଁ ଖୁସି ଖବର, Reels ପରି ଆସିବ ନୂଆ ଆପ୍

ଖୁସି ଖବର। ଯେଉଁମାନେ ରିଲ୍ସ କରୁଛନ୍ତି, ସେମାନେ ନିଜ ଟ୍ୟାଲେଣ୍ଟ କିପରି ଦେଖାଇବେ ସେଥିପାଇଁ ଆସିବାକୁ ଯାଉଛି ନୂଆ ଆପ। ଇଷ୍ଟାଗ୍ରାମ ଏହାର ସର୍ଟ ଭିଡିଓ ଫିଚର(Reels) ପାଇଁ ଏକ ପୃଥକ ଆପ୍ ଲଞ୍ଚ କରିବା ବିଷୟରେ ବିଚାର କରୁଛି। ଇନଷ୍ଟାଗ୍ରାମ ମୁଖ୍ୟ ଆଦମ ମୋସେରି ଚଳିତ ସପ୍ତାହରେ କର୍ମଚାରୀମାନଙ୍କୁ ଏହା କହିଛନ୍ତି।
ବର୍ତ୍ତମାନ ବିଭିନ୍ନ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ରିଲ୍ସ । ଯାହାକି ନା କେବଳ ସଭିଙ୍କୁ ଯୋଗାଉଛି ଭରପୂର ମନୋରଞ୍ଜନର ଖୋରାକ ବରଂ ଅଭିନୟ ପ୍ରତି ରୁଚି ରଖୁଥିବା ଲୁକ୍କାୟିତ ପ୍ରତିଭାମାନଙ୍କୁ ଦେଉଛି ଲୋକଲୋଚନକୁ ଆସିବାର ସୁଯୋଗ। ଏହାର ସବୁଠୁ ଅଧିକ ଫାଇଦା ଉଠାଉଛନ୍ତି ଯୁବପିଢ଼ି। ମେଟା ପୂର୍ବରୁ TikTok ସହିତ ପ୍ରତିଯୋଗିତା କରିବା ଲକ୍ଷ୍ୟରେ ୨୦୧୮ ରେ Lasso ନାମକ ଏକ ସ୍ୱତନ୍ତ୍ର ଭିଡିଓ-ସେୟାରିଂ ଆପ୍ ବଜାରକୁ ଆଣିଥିଲା, କିନ୍ତୁ ଆପ୍ ଅଧିକ ଆକର୍ଷଣୀୟ ହୋଇ ନ ଥିଲା ଏବଂ କମ୍ପାନୀ ପରେ ଏହାକୁ ବନ୍ଦ କରିଦେଇଥିଲା। ଏହି ଆପକୁ ମଧ୍ୟ ଲୋକେ ଏତେ ଭଲ ଭାବରେ ଜାଣିନଥିବେ।
ଜାନୁଆରୀରେ, Meta ଏକ ନୂତନ ଭିଡିଓ-ସମ୍ପାଦନା ଆପ୍, Edits ମଧ୍ୟ ଘୋଷଣା କରିଥିଲା, ଯାହା TikTok ର ମୂଳ କମ୍ପାନୀ, ByteDance ର ମାଲିକାନା ଥିବା ସମାନ ଭିଡିଓ-ଏଡିଟିଂ ଆପ୍ CapCut ର ଉପଭୋକ୍ତା ଆଧାରର ଏକ ଅଂଶ ହାସଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏହା ମଧ୍ୟ ଏତେ ଭଲ ଭାବରେ ମାର୍କେଟରେ କାମ କଲାନାହିଁ।
ତେବେ ଇନଷ୍ଟାଗ୍ରାମ ତାର ନୂଆ ଫିଚର ଆଣିବାକୁ ଯାଉଛି। ଯାହା ଦ୍ୱାରା ଅନେ ସୋସିଆଲ ମିଡିଆ ବ୍ୟବହାରକାରୀ ଲାଭ ଉଠାଇପାରିବେ। ଏହାସହ ନୂଆ ନୂଆ ଭିଡିଓ ଦେଖିବାକୁ ମିଳିବ।
ଅଧିକ ପଢ଼ନ୍ତୁ ଟେକ୍ନୋଲୋଜି ଖବର: