Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

Future Tech / ଆଇଫୋନ୍ ପାଇଁ ରାତି ୧୨ରୁ ଲମ୍ଵା ଲାଇନ୍

Rashmita Mishra
Browse all articles by Rashmita Mishra
·9 months ago·2 min read
ଆଇଫୋନ୍ ପାଇଁ ରାତି ୧୨ରୁ ଲମ୍ଵା ଲାଇନ୍

Key Points

ଆଇଫୋନ୍ ପାଇଁ ମାରପିଟ୍
ଭାରତରେ ଆଇଫୋନର କ୍ରେଜ୍
ରାତି ୧୨ରୁ ଲମ୍ଵା ଲାଇନ୍

ସାରା ବିଶ୍ୱରେ iPhones ପାଇଁ କେତେ କ୍ରେଜ୍ ତାହା ସମସ୍ତଙ୍କୁ ଜଣା । ଆଉ ଏବେ ଆପଲ୍ ବହୁ ପ୍ରତୀକ୍ଷିତ ଆଇଫୋନ୍-୧୭ ଲଞ୍ଚ କରିଛି । ଯାହାକୁ ନେଇ ଆଇଫୋନ୍ ଲଭର୍ସଙ୍କ ମଧ୍ୟ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ତେବେ ସେପ୍ଟେମ୍ବର ୧୯ରେ ଆପଲ୍ ଆଇଫୋନ-୧୭ ସିରିଜ୍ ଫୋନ୍ ଭାରତରେ ଆନୁଷ୍ଠାନିକ ଭାବେ ଷ୍ଟୋରରେ ପହଞ୍ଚିଛି ।

ଆଉ ଏହି ଫୋନକୁ କିଣିବା ପାଇଁ ଗୁରୁବାର ସନ୍ଧ୍ୟାରୁ ହିଁ ଦିଲ୍ଲୀ ଏବଂ ମୁମ୍ବାଇରେ ଲମ୍ବା ଧାଡ଼ି ଲାଗିବା ଆରମ୍ଭ ହୋଇଯାଇଥିଲା । ଲୋକମାନେ iPhone 17 ପାଇଁ ପ୍ରବଳ ଉତ୍ସାହ ଅନୁଭବ କରୁଛନ୍ତି। ଫୋନ୍ ଲଞ୍ଚ ହେବା ମାତ୍ରେ ସେମାନେ ଏହାକୁ କିଣିବା ପାଇଁ ମଧ୍ୟରାତ୍ରିରୁ ମଲ୍ ବାହାରେ ଲମ୍ବା ଧାଡ଼ିରେ ଠିଆ ହୋଇ ରହିଛନ୍ତି ।

ଶହ ଶହ ସଂଖ୍ୟାରେ ଗ୍ରାହକ ଫୋନ୍ କିଣିବାକୁ ରାତି ଅଧରୁ ଅପେକ୍ଷା କରି ରହିଛନ୍ତି । ଏହି ସମୟରେ କିଛି ଲୋକ ଝଗଡ଼ା ଆରମ୍ଭ କରିଦେଇଥିଲେ। ଏତିକି ହିଁ ନୁହେଁ ମାରପିଟ୍‌ ମଧ୍ୟ ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏନେଇ ଜଣେ ଗ୍ରାହକ କହିଛନ୍ତି, ''iPhone 17 ପାଇଁ ମୁଁ ବହୁତ ଉତ୍ସାହିତ ଅଛି । ଏଥରେ ଆପଲ୍‌ ନୂଆ ଡିଜାଇନ ଆଣିଛି । ଏହାର ଫିଚର ଏ୧୯ ବାୟୋନିକ୍ ଚିପ୍ ଯାହା ଗେମ୍‌ ପାଇଁ ଭଲ ଅନୁଭବ ଦେବ । ୬ ମାସ ହେବ ଆପଲ୍‌ ଏହି ମଡେଲକୁ ଅପେକ୍ଷା କରିଥିଲି । ଏଥର କମଳା ରଙ୍ଗର ଆଇ ଫୋନ୍‌ ଆସିଛି । ଯାହାକୁ ପାଇ ମୁଁ ବହୁତ ଖୁସି ।

ସେହିପରି ଆଉ ଜଣେ କଷ୍ଟମର କହିଛନ୍ତି, iPhone 17 ର କମଳା କଲର ଫୋନ୍‌ ପାଇଁ ଆସିଛି । ରାତି ୮ଟାରୁ ଲାଇନ୍ ଲଗାଇଛି । ଏବେ ମୋର ନମ୍ବର ଲାଗିଛି । ଏଥର ଆଇ ଫୋନ୍‌ରେ କ୍ୟାମେରା, ଲୁକ୍ ଓ ବ୍ୟାଟେରୀ ଅଲଗା ରହିଛି । ମ୍ୟାନେଜମେଣ୍ଟ ଭଲ ଅଛି । ଲୋକ ଲାଇନ୍‌ କ୍ରମେ ଯାଉଛନ୍ତି ।

Apple ର ଏହି ନୂଆ ମଡେଲ୍‌ ବିଷୟରେ କହିବାକୁ ଗଲେ, iPhone 17 ର ମୂଲ୍ୟ ₹୮୨,୯୦୦ରୁ ଆରମ୍ଭ ହେଉଛି । କମ୍ପାନୀ ଆଇଫୋନ୍ ଏୟାରକୁ ₹୧୧୯,୯୦୦ରୁ ଆରମ୍ଭକରି ଏହି ମୂଲ୍ୟରେ ଲଞ୍ଚ କରିଛି। ଆଇଫୋନ୍ ୧୭ ପ୍ରୋ ଏବଂ ଆଇଫୋନ୍ ୧୭ ପ୍ରୋ ମ୍ୟାକ୍ସ ଯଥାକ୍ରମେ ₹୧୩୪,୯୦୦ ଏବଂ ₹୧୪୯,୯୦୦ ରୁ ଆରମ୍ଭ ହେଉଛି। iPhone 17ର ଲଞ୍ଚ ପୁଣି ଥରେ ପ୍ରମାଣିତ ହୋଇଛି ଯେ ଭାରତରେ Apple ପାଇଁ କ୍ରେଜ୍ ସବୁବେଳେ ରହିଛି ଆଉ ରହିବ ମଧ୍ୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Future Tech | iPhone Craze: Long Queues From Midnight Outside Stores | Argus News | Argus News