Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - JioHotstarରେ ମିଳିବ Tata WPL ସହ Jio ସିନେମା କଣ୍ଟେଣ୍ଟ

Technology

JioHotstarରେ ମିଳିବ Tata WPL ସହ Jio ସିନେମା କଣ୍ଟେଣ୍ଟ

Rashmita Mishra
Browse all articles by Rashmita Mishra
·1 year ago·2 min read
JioHotstarରେ ମିଳିବ Tata WPL ସହ Jio ସିନେମା କଣ୍ଟେଣ୍ଟ

ଗତ ବର୍ଷ ନଭେମ୍ବରରେ Disney, Reliance ଏବଂ Viacom18 ର ମିଶିକି ଥିବା କମ୍ପାନୀ ବନ୍ଦ ହୋଇଥିଲା, କିନ୍ତୁ ଏହା ବିଷୟରେ ଅଧିକ ଇନଫରମେସନ୍ ଦିଆଯାଇ ନଥିଲା । ପୂର୍ବରୁ କୁହାଯାଉଥିଲା ଯେ କମ୍ପାନୀର ମିଶିବା ପରେ ପ୍ଲାଟଫର୍ମର ନାମ JioStar ହେବ । ଏଥି ସହ ଏହାକୁ ନେଇ ବହୁତ କଣ୍ଟ୍ରୋଭର୍ସି ମଧ୍ୟ ହୋଇଥିଲା । ହେଲେ ବତ୍ତର୍ମାନ ରିପୋର୍ଟ କହୁଛି ଯେ ଏହାର ନାମ JioStar ନୁହେଁ ବରଂ JioHotstar ହୋଇପାରେ । ଏହାର ଏକ ଟିଜର ମଧ୍ୟ ରିଲିଜ୍ ହୋଇଛି ।


JioHotstar ଲଞ୍ଚ ଟିଜର 

Disney star ନିଜର X ପେଜରେ ଏକ ଟିଜର କ୍ଲିପ୍ ସେୟାର କରିଛି, ଯେଉଁଥିରେ ଲେଖା ଅଛି ‘‘ଏକ ନୂଆ ଯୁଗର ଆରମ୍ଭ’’ । ଏହା ସହିତ ଏକ ଷ୍ଟାର୍ ଇମୋଜି ଏବଂ ‘‘ଦୁଇଟି ମନୋରଞ୍ଜନ ଦୁନିଆ ମିଶିଲେ ହେଲେ କ’ଣ ହେବ’’ ତାହା କ୍ୟାପସନ୍ ରେ ଲେଖାଯାଇଛି ।


Reddit ଏବଂ X ରେ କିଛି ପୋଷ୍ଟରୁ ଜଣା ପଡିଛି ଯେ JioCinema ସବସ୍କ୍ରିପସନ୍ autopay ର ଆବଶ୍ୟକତାକୁ ଦୂର କରୁଛି । ଏମିତି ବି ହୋଇପାରେ JioCinema ଆଉ ନୂଆ ସବସ୍କ୍ରାଇବର୍ ଯୋଡିବାକୁ ଚାହୁଁନାହିଁ, କାରଣ JioHotstar ଆସିବାକୁ ଯାଉଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ବ୍ୟତୀତ ସୋସିଆଲ୍ ପ୍ଲାଟଫର୍ମରେ କିଛି ପୋଷ୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖାଯାଇଛି ଯେ ଅପକମିଂ Tata WPL ର JioHotstar ଏବଂ Star Sports ନେଟୱାର୍କରେ ଲାଇଭ୍-ଷ୍ଟ୍ରିମିଂ ହେବ । ଏହା ସହିତ ଏକ ପୋଷ୍ଟରୁ ଜଣାପଡିଛି ଯେ JioCinema Originals ଏବଂ Colors Rishtey ହବ୍ ଯୋଡିଛି ।


JioHotstar କିମ୍ବା JioStar ଭାରତରେ Netflix ଏବଂ Prime Video ସହିତ ଟକ୍କର ଦେଇପାରିବ । ଏହା ସବସ୍କ୍ରିପସନର ପ୍ରାଇସ୍ ଉପରେ ମଧ୍ୟ ନିର୍ଭର କରିଥାଏ । ଯଦି Jio ସବସ୍କ୍ରିପସନ ପ୍ରାଇସ୍ ଆଫର୍ଡେବଲ ରଖେ, ତେବେ କମ୍ପିଟିସନ୍ ବହୁତ୍ ଇଣ୍ଟ୍ରେଷ୍ଟିଂ ହୋଇଯିବ ।


Disney, Reliance Jio ଭେଞ୍ଚର ଅଫିସିଆଲ ଭାବରେ ଫ୍ଲାଟଫର୍ମ ଘୋଷଣା ହେବା ପରେ, ୟୁଜର୍ସମାନେ ଗୋଟିଏ ବ୍ୟାନର ତଳେ Disney Originals, Marvel, Star Wars, Nat Geo, Pixar), Warner Bros, HBO, Max Originals, Colors କୁ ଆକ୍ସେସ୍ କରିପାରିବେ । ଏହି ନୂଆ ପ୍ଲାଟଫର୍ମରେ ବଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ମଧ୍ୟ ଦେଖିପାରିବେ ।


Sponsored
JioHotstar will get Jio Cinema content with Tata WPL | Argus News