ଜିଓର ସବୁଠୁ ସଶ୍ତା ରିଚାର୍ଜ ପ୍ଲାନ୍,ଜାଣନ୍ତୁ...

ଆଜିକାଲି ସବୁ ଲୋକେମାନେ ନିଜ ଘରେ ୱାଇଫାଇ ଲଗାଉଛନ୍ତି । ତେବେ ଯେଉଁମାନଙ୍କ ଘରେ ୱାଇଫାଇ ଲାଗିଥାଏ ସେମାନେ କାହିଁକି ଇଣ୍ଟରନେଟ୍ ପ୍ୟାକ୍ ସହ ରିଚାର୍ଜ ପାଇଁ ଟଙ୍କା ଖର୍ଚ୍ଚ କରିବେ? ତେବେ ବର୍ତ୍ତମାନ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କ ୟୁଜର୍ସମାନଙ୍କ ପାଇଁ ଏହିପରି ଅନେକ ପ୍ଲାନ ଆଣିଦେଇଛି । ଯେଉଁଥିରେ ୟୁଜର୍ସମାନେ କେବଳ କଲ ଏବଂ ମେସେଜ ପ୍ଲାନ ପାଇଁ ରିଚାର୍ଜ କରିପାରିବେ । ରିଲାଏନ୍ସ ଜିଓ ମଧ୍ୟ ନିଜ ୟୁଜର୍ସଙ୍କୁ ଇଣ୍ଟରନେଟ୍ ବିନା କେବଳ କଲ ମେସେଜ ପ୍ଲାନ୍ ମଧ୍ୟ ଆଣିଦେଛି । ଜିଓର ରିଚାର୍ଜ ପ୍ଲାନ ଆପଣଙ୍କୁ ଅନଲିମିଟେଡ୍ କଲ୍ ଏବଂ ଅଫଲାଇନ୍ ଚାଟିଂର ଲାଭ ଦେବ ।
ଜିଓର ୪୪୮ ଟଙ୍କା ପ୍ଲାନ୍
ରିଲାଏନ୍ସ ଜିଓର ୪୪୮ ଟଙ୍କା ପ୍ଲାନରେ ଆପଣ ଅନେକ ସୁବିଧା ପାଇପାରିବେ । ଏହି ପ୍ଲାନରେ ଆପଣ ୮୪ ଦିନର ଭାଲିଡିଟି ପାଇପାରିବେ । ଏଥିରେ ଆପଣ ଅନଲିମିଟେଡ୍ ଫ୍ରି କଲର ଲାଭ ପାଇପାରିବେ । ଏହା ବ୍ୟତୀତ ଆପଣ ୧୦୦୦ ଫ୍ରି SMS ପାଇପାରିବେ ।
📱 Get Argus News App
✨ଯାହା ମାଧ୍ୟମରେ ଆପଣ କାହା ସହିତ ଅଫଲାଇନରେ ଚାଟ୍ କରିପାରିବେ । ଏହି ପ୍ଲାନରେ ଆପଣ Jio TV, Jio Cinema ଏବଂ Jio Cloud କୁ ଫ୍ରି ଆକ୍ସେସ ମଧ୍ୟ ପାଇପାରିବେ । ଜିଓର ଏହି ପ୍ଲାନଗୁଡିକର ଲାଭ ସେହି ଲୋକମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ଅଫିସ୍ କିମ୍ବା ଘରେ ୱାଇଫାଇ ବ୍ୟବହାର କରୁଛନ୍ତି । ଏହି ଲୋକଙ୍କୁ ଅନାବଶ୍ୟକ ଇଣ୍ଟରନେଟ୍ ରିଚାର୍ଜ ପ୍ଲାନ୍ ନେବାକୁ ପଡିବ ନାହିଁ । ଏହା ଆପଣଙ୍କୁ ଅନେକ ସୁବିଧା ଦେବ ଏବଂ ଆପଣଙ୍କ ଟଙ୍କା ମଧ୍ୟ ସଞ୍ଚୟ ହେବ ।
ଜିଓର ୧୭୪୮ ଟଙ୍କା ପ୍ଲାନ୍
ଏହାପୂର୍ବରୁ ଜିଓ ପ୍ଲାନ୍ ୧୯୫୮ ଟଙ୍କା ପାଇଁ ଉପଲବ୍ଧ ଥିଲା ଏବଂ ଏହାର ଭାଲିଡିଟି ୩୬୫ ଦିନ ଥିଲା । କିନ୍ତୁ ବର୍ତ୍ତମାନ କମ୍ପାନୀ ଏହାକୁ ହଟାଇ ଦେଇଛି । ଜିଓ ବର୍ତ୍ତମାନ ୧୭୪୮ ଟଙ୍କାର ରିଚାର୍ଜ ପ୍ଲାନ ଦେଉଛି । ଭଲ କଥା ହେଉଛି ଏହି ପ୍ଲାନରେ ଆପଣ ୩୩୬ ଦିନର ଭାଲିଡିଟି ପାଇପାରିବେ ।