Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

Cash Withdrawal / ଦିନକୁ କେତେ ଟଙ୍କା ଉଠାଇ ପାରିବେ ଜାଣନ୍ତୁ

Rashmita Mishra
Browse all articles by Rashmita Mishra
·8 months ago·2 min read
ଦିନକୁ କେତେ ଟଙ୍କା ଉଠାଇ ପାରିବେ ଜାଣନ୍ତୁ

Key Points

ଆୟକର ବିଭାଗ ନଗଦ କାରବାରରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ଜାଣିଛନ୍ତି କି ଗୋଟିଏ ଦିନରେ ନଗଦ କାରବାର ପାଇଁ ଆଇନଗତ ଭାବରେ କେତେ ଟଙ୍କା ଉଠାଇ ପାରିବେ ।

ଡିଜିଟାଲ୍ ପେମେଣ୍ଟ ଏବଂ ଅନଲାଇନ୍ ବ୍ୟାଙ୍କିଂ ବଢ଼ିବରେ ଲାଗିଛି ଏହାରି ଭିତରେ ଆୟକର ବିଭାଗ ନଗଦ କାରବାରରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ଆପଣ ବ୍ୟକ୍ତିଗତ ବ୍ୟବହାର ପାଇଁ କିମ୍ବା ବ୍ୟବସାୟିକ ଉଦ୍ଦେଶ୍ୟରେ ନଗଦ ଟଙ୍କା ନିହାତି ଭାବରେ କରିଥିବେ। ତେବେ ଆପଣ ଜାଣିଛନ୍ତି କି ଗୋଟିଏ ଦିନରେ ନଗଦ କାରବାର ପାଇଁ ଆଇନଗତ ଭାବରେ କେତେ ଟଙ୍କା ଉଠାଇ ପାରିବେ ।

ଅନେକ ଲୋକ ହୁଏତ ଜାଣି ନଥିବେ ଯେ ଟଙ୍କା ଉଠେଇବାର ଏକ ନିର୍ଦ୍ଦିଷ୍ଟ ସୀମା ଅଛି ଯଦି ସେହି ସୀମା ଅତିକ୍ରମ କରୁଛନ୍ତି ତେବେ ଖାଲି ଦଣ୍ଡ ମିଳିବ ନାହିଁ ବରଂ ଏକ ଆୟକର ନୋଟିସ୍ ମଧ୍ୟ ମିଳିବ। ତେବେ ଜାଣନ୍ତୁ ଦିନକୁ କେତେ ଟଙ୍କା ଉଠାଇ ପାରିବେ ।

ଆୟକର ଆଇନର ଧାରା ୨୬୯ ST ଅନୁଯାୟୀ, କୌଣସି ବ୍ୟକ୍ତି ଗୋଟିଏ ଦିନରେ ଜଣେ କିମ୍ବା ଅଧିକ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ନଗଦ ଟଙ୍କା ନେଇପାରିବେ ନାହିଁ। ଉଦାହରଣ ସ୍ୱରୂପ, ଯଦି ଆପଣ ଏକ ଗାଡ଼ି ବିକ୍ରୟ କରୁଛନ୍ତି ଏବଂ ୨.୫ ଲକ୍ଷ ଟଙ୍କା ନଗଦ ଟଙ୍କା ପାଉଛନ୍ତି, ତେବେ ଏହା ଆଇନଗତ ଭାବରେ ଆୟକର ଆଇନ ବିରୁଦ୍ଧରେ।

ଯଦି ଆପଣ ୨ ଲକ୍ଷ ଟଙ୍କାରୁ ଅଧିକ ନଗଦ ଗ୍ରହଣ କରନ୍ତି, ତେବେ ଆୟକର ବିଭାଗ ମୋଟ ପ୍ରାପ୍ତ ନଗଦ ପରିମାଣ ସହିତ ସମାନ ଜରିମାନା ଲଗାଇପାରେ। ଉଦାହରଣ ସ୍ୱରୂପ, ଯଦି ଆପଣ ସମ୍ପତ୍ତି କିମ୍ବା ବ୍ୟବସାୟିକ କାରବାର ପାଇଁ ୫ ଲକ୍ଷ ଟଙ୍କା ନଗଦ ଗ୍ରହଣ କରନ୍ତି, ତେବେ ଜରିମାନା ସମ୍ପୂର୍ଣ୍ଣ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଏହି ଜରିମାନା ଧାରା ୨୭୧DA ଅନୁଯାୟୀ ଲାଗୁ କରାଯାଇଛି, ଏବଂ ନଗଦ ପ୍ରାପ୍ତକର୍ତ୍ତାଙ୍କୁ ଦାୟୀ କରାଯିବ।

ଏହି ନିୟମ କାହିଁକି-
ଅର୍ଥନୀତିରେ କଳାଧନ ଏବଂ ଟିକସ ଫାଙ୍କି ଅପରାଧ କରୁଥିବା ଲୋକଙ୍କୁ ରୋକିବା ପାଇଁ ୨ ଲକ୍ଷ ଟଙ୍କା ନଗଦ କାରବାର ସୀମା ଲାଗୁ କରାଯାଇଥିଲା। ସରକାରଙ୍କ ଲକ୍ଷ୍ୟ ହେଉଛି ବ୍ୟାଙ୍କ ସ୍ଥାନାନ୍ତର, ଚେକ୍ କିମ୍ବା ଡିଜିଟାଲ୍ ମାଧ୍ୟମରେ ହେଉଥିବା ସମସ୍ତ ବଡ଼ କାରବାର ସ୍ୱଚ୍ଛ ଏବଂ ଟ୍ରସେବଲ୍ ହେବା ନିଶ୍ଚିତ କରିବା। ଏପରିକି ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ଟଙ୍କା ଦେବା ଭଳି ବ୍ୟକ୍ତିଗତ କାରବାର, ୨ ଲକ୍ଷରୁ ଅଧିକ ହେଲେ ମଧ୍ୟ ଯାଞ୍ଚ କରାଯିବ।

ଆୟକର ବିଭାଗ ଅତ୍ୟଧିକ କିମ୍ବା ଉଚ୍ଚ ମୂଲ୍ୟର ନଗଦ ଜମା ଏବଂ ଉଠାଣ ଉପରେ ନଜର ରଖିବା ପାଇଁ AI-ଚାଳିତ ତଥ୍ୟ ବିଶ୍ଳେଷଣ ବ୍ୟବହାର କରେ। ଏକ ଆର୍ଥିକ ବର୍ଷରେ ସଞ୍ଚୟ ଖାତାରେ ୧୦ ଲକ୍ଷ କିମ୍ବା ଚଳନ୍ତି ଖାତାରେ ୫୦ ଲକ୍ଷରୁ ଅଧିକ ନଗଦ ଜମା କିମ୍ବା ଉଠାଣ ପାଇଁ ନିୟମ ରହିଛି ।

ଅଧିକ ପଢ଼ନ୍ତୁ ଟେକ୍ନୋଲେଜି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cash Withdrawal | Know How Much Money You Can Withdraw in a Day – Daily Cash Withdrawal Limit Explained | Argus News | Argus News