Debit Card Safety / ଏହି ସବୁ ସ୍ଥାନରେ ଭୁଲରେ ବି ବ୍ୟବହାର କରନ୍ତୁ ନାହିଁ ଡେବିଟ୍ କାର୍ଡ ହୋଇଯିବେ ଭିକାରି

Key Points
ଏହି ସବୁ ସ୍ଥାନରେ ଭୁଲରେ ବି ବ୍ୟବହାର କରନ୍ତୁ ନାହିଁ ଡେବିଟ୍ କାର୍ଡ ହୋଇଯିବେ ଭିକାରି ।
ଡେବିଟ୍ କାର୍ଡଗୁଡ଼ିକ ଆଜିକାଲି ଆମ ଜୀବନର ଛୋଟ, ବଡ଼ କାମକୁ ଅତି ସରଳ କରିଦେଇଛି । ସବୁଠି ନଗଦ ଟଙ୍କା ନଦେଇ ଅନଲାଇନରେ ପେମେଣ୍ଟ କରିବା ଯେମିତି ଯାଦୁ ପରି ମନେହୁଏ । ତଥାପି, ଯଦି ଏହି ସୁବିଧାର ଅପବ୍ୟବହାର ହୁଏ ତେବେ ଆପଣଙ୍କର ଗୁରୁତର କ୍ଷତି ହୋଇପାରେ । ଏକ ଛୋଟ ଭୁଲ ଆପଣଙ୍କ ସମ୍ପୂର୍ଣ୍ଣ ବ୍ୟାଙ୍କ ବାଲାନ୍ସକୁ ବିପଦରେ ପକାଇପାରେ। ତେଣୁ, ଆପଣଙ୍କ ଡେବିଟ୍ କାର୍ଡକୁ କେଉଁଠି ଏବଂ କେବେ ବ୍ୟବହାର କରିବେ ତାହା ଜାଣିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।
ଅନଲାଇନରେ ସପିଂ
ଆଜିକାଲି, ଅନଲାଇନ୍ ସପିଂ ଠାରୁ ଆରମ୍ଭ କରି ବିଲ୍ ପେମେଣ୍ଟ ପର୍ଯ୍ୟନ୍ତ ସବୁକିଛି ଡେବିଟ୍ କାର୍ଡରେ କରାଯାଏ । ତଥାପି, ଛୋଟ କିମ୍ବା ନୂଆ ୱେବସାଇଟରେ ଆପଣଙ୍କ ଡେବିଟ୍ କାର୍ଡ ବ୍ୟବହାର ନକରିବା ଭଲ । ଯଦି କୌଣସି ୱେବସାଇଟ୍ ହ୍ୟାକ୍ ହୁଏ, ତେବେ ଆପଣଙ୍କ ଡେବିଟ୍ କାର୍ଡ ଡାଟା ଚୋରି ହୋଇପାରେ ଏବଂ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତୁରନ୍ତ ଟଙ୍କା ଉଠାଯାଇପାରେ । କ୍ରେଡିଟ୍ କାର୍ଡଗୁଡ଼ିକ ଡେବିଟ୍ କାର୍ଡ ଅପେକ୍ଷା ଅଧିକ ଠକେଇ ସୁରକ୍ଷା ଦେଇଥାଏ । ତେଣୁ, ଅନଲାଇନ୍ ସପିଂ କରିବା ସମୟରେ ସବୁବେଳେ କ୍ରେଡିଟ୍ କାର୍ଡ କିମ୍ବା ଡିଜିଟାଲ୍ ୱାଲେଟ୍ ବ୍ୟବହାର କରନ୍ତୁ ଠକେଇ ଠାରୁ ଦୂରରେ ରୁହନ୍ତୁ ।
ରେଷ୍ଟୁରାଣ୍ଟ: ୱେଟରଙ୍କ ପ୍ରତି ସତର୍କ ରୁହନ୍ତୁ
ଅନେକ ସମୟରେ, ଆମେ ରେଷ୍ଟୁରାଣ୍ଟରେ କାର୍ଡ ପେମେଣ୍ଟ କରୁ ଏବଂ ୱେଟରଙ୍କୁ କାର୍ଡ ନେଇ ଟଙ୍କା ଦେବାକୁ ପଡ଼େ । ଏହି ସମୟ ମଧ୍ୟରେ, କାର୍ଡଟି ଅଖି ଆଗରୁ ଦୂରେଇ ଯାଏ ଯାହା ଫଳରେ ଠକମାନଙ୍କୁ ଡାଟା ଚୋରି କରିବାକୁ ସହଜ ହୋଇଯାଏ । ଏହି କ୍ଷେତ୍ରରେ, କେବଳ କିଛି ମିନିଟ୍ ମଧ୍ୟରେ ପକେଟ ସ୍କିମର୍ ବ୍ୟବହାର କରି ଆପଣଙ୍କ କାର୍ଡ ଡାଟା ସ୍କାନ କିମ୍ବା କପି କରାଯାଇପାରିବ । ସବୁ ୱେଟର ଖରାପ ନୁହଁନ୍ତି କିନ୍ତୁ ଏହି ସବୁ ଜିନିଷରୁ ଦୂରରେ ରହିବା ଭଲ ।
ପେଟ୍ରୋଲ ପମ୍ପ
ପେଟ୍ରୋଲ ପମ୍ପ ଗୁଡ଼ିକ ଡେବିଟ୍ କାର୍ଡ ସ୍କିମିଂର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି । ଅପରାଧୀମାନେ ପ୍ରାୟତଃ ଏହି ସ୍ଥାନଗୁଡ଼ିକରେ ପ୍ରକୃତ କାର୍ଡ ରିଡରମାନଙ୍କ ଉପରେ ନକଲି ସ୍କିମର୍ ଡିଭାଇସ୍ ରଖିଥାନ୍ତି । ଏହି ଡିଭାଇସଗୁଡ଼ିକ ଅମ ଅଜାଣତରେ କାର୍ଡର ଡାଟା ଏବଂ ପିନ୍ ଚୋରି କରିଥାନ୍ତି । ପିନ୍ ମିଳିଗଲେ, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ କିଛି ମିନିଟ୍ ମଧ୍ୟରେ ଖାଲି ହୋଇଯିବ । ଏହିପରି ଘଟଣା ଏଡାଇବା ପାଇଁ, ପେଟ୍ରୋଲ ପମ୍ପଗୁଡ଼ିକରେ ନଗଦ ଟଙ୍କା ବ୍ୟବହାର କରିବା ସବୁଠୁ ସୁରକ୍ଷିତ।
ହୋଟେଲ ଏବଂ କାର୍ ଭଡା କମ୍ପାନୀ
ଭାରତରେ ଅନେକ ହୋଟେଲ ଏବଂ କାର୍ ଭଡା କମ୍ପାନୀ ଚେକ୍-ଇନ୍ କରିବା ସମୟରେ ଆପଣଙ୍କ କାର୍ଡ ଉପରେ ଏକ ପ୍ରି-ଅଥରାଇଜେସନ୍ ହୋଲ୍ଡ ରଖନ୍ତି । ଏହି ପ୍ରକ୍ରିୟା ଆପଣଙ୍କ ଟଙ୍କା କାଟିବ ନାହିଁ, କିନ୍ତୁ ବ୍ୟାଙ୍କ କିଛି ଦିନ ପାଇଁ ଟଙ୍କାକୁ ବକ୍ଲ କରିଦିଏ । ଏହାର ଅର୍ଥ ହେଉଛି କିଛି ସମୟ ପାଇଁ ଆପଣଙ୍କ ଆକାଉଣ୍ଟ ବ୍ୟବହାର କରାଯାଇପାରିବ ନାହିଁ । ଯଦି ଆପଣ ଗୋଟିଏ ଡେବିଟ୍ କାର୍ଡ ବ୍ୟବହାର କରନ୍ତି, ତେବେ ଅନେକ ଅସୁବିଧାରେ ପଡ଼ିପାରନ୍ତି । ଖାଲି ସେତିକି ନୁହେଁ କେତକ ସମୟରେ କାର୍ଡ ମଧ୍ୟ ରିଜେକ୍ଟ ହୋଇପାରେ । ଏପରି ପରିସ୍ଥିତିରେ, କ୍ରେଡିଟ୍ କାର୍ଡ ବ୍ୟବହାର କରିବା ସୁରକ୍ଷିତ ନୁହେଁ ।
ସ୍ଥାନୀୟ ATM ଏବଂ କମ୍ ସୁରକ୍ଷା ଥିବା ATM
ଯଦି ଆପଣଙ୍କୁ ଏକ ATMରୁ ଟଙ୍କା ଉଠାଇବାକୁ ପଡିବ, ତେବେ ପ୍ରଥମେ ଦେଖନ୍ତୁ ଯେ ଆପଣ ଏକ ସୁରକ୍ଷିତ ATMରେ ଅଛନ୍ତି କି ନାହିଁ ଦେଖନ୍ତୁ । ରାସ୍ତା କଡ଼ରେ କିଛି ଅସ୍ଥାୟୀ ATM ଥାଏ ଯାହାର ସୁରକ୍ଷା ବହୁତ ଦୁର୍ବଳ ଥାଏ, ଯାହା ଫଳରେ ସ୍କିମିଂ ଡିଭାଇସ୍ ସଂସ୍ଥାପନ କରିବା ସହଜ ହୋଇଥାଏ । ଏହା ବ୍ୟତୀତ, ଅନେକ ATMରେ ଉପଯୁକ୍ତ ଡାଟା ଏନକ୍ରିପ୍ସନର ନଥାଏ । ଏପରି ATMରୁ ଟଙ୍କା ଉଠାଇବା ଅପେକ୍ଷା ବ୍ୟାଙ୍କ ଶାଖାରେ ଥିବା ATM ବ୍ୟବହାର କରିବା ସବୁବେଳେ ଭଲ ହୋଇଥାଏ ।
📱 Get Argus News App
✨Related Topics
Explore more stories