Battery Safety / ଏମିତି ଭୁଲ କରୁଛନ୍ତି କି ? ଫାଟି ପରେ ଆପଣଙ୍କ ଫୋନ୍ ବ୍ୟାଟେରୀ

Key Points
କେଉଁ ଭୁଲରୁ ହୁଏ ଏମିତି ଦୁର୍ଘଟଣା ?
ଆପଣ ଆଉ ସମାନ ଭୁଲ କରୁନାହାନ୍ତି ତ ?
ଆପଣଙ୍କ ହାତରେ ଥିବା ସ୍ମାର୍ଟଫୋନ୍ ଯେ କେତେବେଳେ ବି ବିପଦର କାରଣ ହୋଇପାରେ, ଏକଥା ଭାବିଛନ୍ତି କି ? ବିଶେଷକରି ଫୋନ୍ ଅଧିକ ଗରମ ହେବା, ଚାର୍ଜିଂ ସମୟରେ ଭୁଲ୍ ବ୍ୟବହାର କିମ୍ବା ନକଲି ଚାର୍ଜର ବ୍ୟବହାର କରିବା ଭଳି ଛୋଟ ଛୋଟ ଭୁଲ୍ ବଡ଼ ଦୁର୍ଘଟଣାକୁ ଡାକି ଆଣିପାରେ । ତେବେ ମୋବାଇଲ୍ ବ୍ୟାଟେରୀ ଫାଟିବା ପଛରେ ପ୍ରକୃତ କାରଣ କ’ଣ ? କେଉଁ ଭୁଲ୍ ଆମେ ପ୍ରତିଦିନ କରୁଛୁ ଏବଂ କିପରି ଏହି ବିପଦକୁ ଏଡ଼ାଇପାରିବା? ଆସନ୍ତୁ ଜାଣିବା କିଛି ଜରୁରୀ ସାବଧାନତା ବିଷୟରେ, ଯାହା ଆପଣଙ୍କ ଫୋନ୍ ସହିତ ଆପଣଙ୍କ ସୁରକ୍ଷାକୁ ମଧ୍ୟ ନିଶ୍ଚିତ କରିପାରିବ ।
ବର୍ତ୍ତମାନ ଫୋନ ଫାଟିବାର ଅନେକ ଘଟଣା ସାମ୍ନାକୁ ଆସୁଛି ଯାହା ଲୋକଙ୍କ ଚିନ୍ତା ବଢ଼ାଉଛି ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଆପଣଙ୍କ ସହିତ ସମାନ ଦୁର୍ଘଟଣା ନଘଟୁ ତେବେ କିଛି ଜିନିଷ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ଆଜି ଆମେ ଆପଣଙ୍କୁ ଜଣାଇବୁ ଫୋନ ବ୍ୟାଟେରୀ କାହିଁକି ଫାଟେ ? ଏବଂ କିପରି ଏହାକୁ ଏଡାଯାଇପାରିବ ? ଖରାଦିନେ ଖୁବ ଶୀଘ୍ର ସବୁ ବୈଦ୍ୟୁତିକ ଉପକରଣ ଗରମ ହୋଇଯାଏ ଏବଂ ଅଧିକ ଗରମ ହେଲେ ଫାଟିବାର ସମ୍ଭାବନା ବହୁତ। ତେଣୁ ସତର୍କ ରହିବା ବହୁତ ଆବଶ୍ୟକ ।
ଫୋନ୍ କାହିଁକି ଫାଟେ ?
ଅତ୍ୟଧିକ ଉତ୍ତାପ ହେତୁ ମୋବାଇଲ୍ ଫୋନ୍ ବ୍ୟାଟେରୀ ଫାଟିବାର ସମ୍ଭାବନା ବଢିଥାଏ । ଫୋନ ଅଧିକ ବ୍ୟବହାର କରିବା ଦ୍ୱାରା ବ୍ୟାଟେରୀର ରାସାୟନିକ ଗଠନ ନଷ୍ଟ ହୋଇଥାଏ ଏବଂ ଫୋନ ଫାଟିଥାଏ । ତାସହିତ ଫୋନକୁ ଗରମ ସ୍ଥାନରେ ରଖିଲେ ମଧ୍ୟ ବିସ୍ଫୋରଣ ଆଶଙ୍କା ସୃଷ୍ଟି ହୋଇଥାଏ । ତେଣୁ ଲଗାତାର ଫୋନ ବ୍ୟବହାର କରନ୍ତୁ ନାହିଁ । ଫୋନକୁ ମଝିରେ ମଝିରେ ବିଶ୍ରାମ ଦିଅନ୍ତୁ । ଯଦି ବ୍ୟାଟେରୀ ତଳେ ପଡୁଛି କିମ୍ବା ବ୍ୟାଟେରୀ ଉପରେ କୌଣସି ଚାପ ପଡୁଛି ତେବେ ବ୍ୟାଟେରୀ ଭିତରେ ଥିବା ରାସାୟନିକ ପଦାର୍ଥ ପ୍ରତିକ୍ରିୟା କରି ବିସ୍ଫୋରଣ ଘଟାଇପାରେ ।
ବିଶେଷଜ୍ଞଙ୍କ ପରାମର୍ଶ
ମୋବାଇଲ୍ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଚାର୍ଜ କରିବା ସମୟରେ ଫୋନ୍ ବ୍ୟବହାର କଲେ ଉଭୟ ମୋବାଇଲ୍ ଏବଂ ବ୍ୟାଟେରୀ ଗରମ ହୋଇଯାଏ ଫଳରେ ବିସ୍ଫୋରଣ ହେବାର ସମ୍ଭାବନା ଅଧିକ । ତେଣୁ, ଫୋନ୍ ଚାର୍ଜ କରୁଥିବାବେଳେ ଫୋନ୍ ବ୍ୟବହାର କରନ୍ତୁ ନାହିଁ ।
କଭର କାଢିଦିଅନ୍ତୁ
ସମସ୍ତେ ନିଜ ଫୋନକୁ ସୁରକ୍ଷିତ ରଖିବା ପାଇଁ ଏକ କଭର ପକାଇଥାନ୍ତି କିନ୍ତୁ ଯେତେବେଳେ ଫୋନ ଅଧିକ ଗରମ ହେଉଛି ତୁରନ୍ତ କଭର କାଢିଦିଅନ୍ତୁ ଏବଂ ଫୋନ ଥଣ୍ଡା ହେବାକୁ ଦିଅନ୍ତୁ ।
ନକଲି ଚାର୍ଜରଠୁ ଦୂରେଇ ରୁହନ୍ତୁ
ଯେତେବେଳେ ଫୋନ୍ ର ଅରିଜିନାଲ ଚାର୍ଜର ଖରାପ ହୋଇଯାଏ ଲୋକମାନେ ଟଙ୍କା ସଞ୍ଚୟ କରିବା ପାଇଁ ଶସ୍ତା ଚାର୍ଜର କିଣନ୍ତି କିନ୍ତୁ ଏହା ଆଦୌ କରିବା ଉଚିତ୍ ନୁହେଁ । ଅନେକ ଥର ନକଲି ଚାର୍ଜର ହେତୁ ଫୋନ୍ ବ୍ୟାଟେରୀ ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଫାଟିଯାଏ ।
📱 Get Argus News App
✨Related Topics
Explore more stories