Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

Telecom: ମୋବାଇଲ ୟୁଜରଙ୍କ ପାଇଁ ଖୁସି ଖବର, ଟାଓ୍ୱାର ନଥିଲେ ବି ନେଟଓ୍ୱାର୍କ ଆସିବ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
Telecom: ମୋବାଇଲ ୟୁଜରଙ୍କ ପାଇଁ ଖୁସି ଖବର, ଟାଓ୍ୱାର ନଥିଲେ ବି ନେଟଓ୍ୱାର୍କ ଆସିବ

ଅର୍ଗସ ବ୍ୟୁରୋ: ମୋବାଇଲ ୟୁଜରଙ୍କୁ ମୋଦି ସରକାରଙ୍କ ବଡ଼ ଭେଟି । ବର୍ତ୍ତମାନ ଜିଓ, ଏୟାରଟେଲ, ଏବଂ ବିଏସଏନଏଲର ୟୁଜର ମାତ୍ର ୨୦ ଟଙ୍କାରେ ୩୦ ଦିନର ବୈଧତା ପାଇବେ । ମୋବାଇଲ୍ ଫୋନର ନେଟୱର୍କ ମଧ୍ୟ ଅଚାନକ ଗାୟବ ହେବ ନାହିଁ । ଆସନ୍ତୁ ଜାଣିବା ସରକାର ଏଥିପାଇଁ କ’ଣ ବ୍ୟବସ୍ଥା କରିଛନ୍ତି ?

Jio, Airtel ଏବଂ BSNL ଗ୍ରାହକମାନେ ବର୍ତ୍ତମାନ କୌଣସି ବି ଉପଲବ୍ଧ ନେଟୱର୍କ ବ୍ୟବହାର କରି କଲ କରିପାରିବେ । ସିଗନାଲ ଚାଲିଗଲେ ବି ଚିନ୍ତା କରିବାକୁ ପଡ଼ିବ ନାହିଁ । ଗ୍ରାମୀଣ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସରକାର ଇଣ୍ଟ୍ରା ସର୍କଲ ରୋମିଂ (ଆଇସିଆର) ସେବା ଆରମ୍ଭ କରିଛନ୍ତି । ଏହା ମାଧ୍ୟମରେ ଯେକୌଣସ ନେଟୱର୍କର ୟୁଜରମାନେ ସମାନ DBN ଅନୁଦାନ ପ୍ରାପ୍ତ ଟାୱାରରୁ 4G ସେବା ବ୍ୟବହାର କରିପାରିବେ । ଏହାର ଅର୍ଥ ସରକାରଙ୍କ ଦ୍ୱାରା ଲଗାଯାଇଥିବା ଟାୱାର ଗୁଡ଼ିକ ସମସ୍ତ ନେଟୱାର୍କର ୟୁଜରମାନେ ବ୍ୟବହାର କରିପାରିବେ । ଗ୍ରାମାଞ୍ଚଳର ମୋବାଇଲ୍ ୟୁଜରମାନେ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଉପକୃତ ହେବେ।

ସରକାରଙ୍କ ନିର୍ଦ୍ଦେଶକ୍ରମେ ତିନି ପ୍ରମୁଖ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍, ଏୟାରଟେଲ୍ ଏବଂ ରିଲାଏନ୍ସ ଡିଜିଟାଲ୍, ଡିବିଏନ୍(ଭରତ ପାଣ୍ଠି) ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ସମସ୍ତ ସ୍ଥାନରେ ସେମାନଙ୍କ ନେଟୱାର୍କ ଅଂଶୀଦାର କରିବେ । ଆପଣ ହୁଏତ ଜାଣିଥିବେ ଯେ DBN ପୂର୍ବରୁ ୟୁନିଭର୍ସାଲ୍ ସର୍ଭିସ୍ ଓବ୍ଲିଗେସନ ଫଣ୍ଡ ଭାବରେ ଜଣାଶୁଣା । ଏହା ମୋବାଇଲ୍ ଟାୱାର ସ୍ଥାପନ ପାଇଁ ପାଣ୍ଠି ଯୋଗାଇବା ସହ ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ କରିବ ।

ବର୍ତ୍ତମାନ ପର୍ଯ୍ୟନ୍ତ ମୋବାଇଲ୍ ୟୁଜରଙ୍କୁ ସେମାନଙ୍କର ସିମ୍ କାର୍ଡ ସକ୍ରିୟ ରଖିବା ପାଇଁ ପ୍ରତି ମାସରେ ସର୍ବନିମ୍ନ ରିଚାର୍ଜ କରିବାକୁ ପଡ଼ୁଛି । ସେମାନଙ୍କୁ ୨୮ ଦିନ ପାଇଁ ୧୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ହେଲେ ଆଗାମୀ ସମୟରେ ଆପଣଙ୍କୁ ଆଉ ପ୍ରତି ମାସରେ ସର୍ବନିମ୍ନ ରିଚାର୍ଜ କରିବାକୁ ପଡିବ ନାହିଁ । ଏଥିପାଇଁ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଏକ ନିୟମ ଲାଗୁ କରିଛି। ନିୟମ ଅନୁଯାୟୀ, ଆକାଉଣ୍ଟରେ ୨୦ ଟଙ୍କାର ସର୍ବନିମ୍ନ ପ୍ରିପେଡ୍ ବାଲାନ୍ସ ବଜାୟ ରଖି ସିମ୍ କାର୍ଡକୁ ସକ୍ରିୟ ରଖିପାରିବ । ଏହାର ଅର୍ଥ ଯଦି ଆପଣଙ୍କର ଆକାଉଣ୍ଟରେ ୨୦ ଟଙ୍କା ଅଛି, ତେବେ ଆପଣଙ୍କର ନମ୍ବର ୯୦ ଦିନ ପରେ ମଧ୍ୟ ସକ୍ରିୟ ରହିବ । ତେବେ ଏଥିପାଇଁ କିଛି ସର୍ତ୍ତ ରହିଛି ।

ଟ୍ରାଇ ବର୍ତ୍ତମାନ ଅଟୋମେଟିକ ନମ୍ବର ରିଟେନସନ ସ୍କିମ କାର୍ଯ୍ୟକାରୀ କରିଛି । ଏହି ସ୍କିମ୍ ଜିଓ, ଏୟାରଟେଲ୍, ଏବଂ ବିଏସ୍ଏନ୍ଏଲ୍ ପରି ସମସ୍ତ ଟେଲିକମ୍ ଅପରେଟରମାନଙ୍କ ପାଇଁ ଲାଗୁ ହୋଇଛି । ଟ୍ରାଇ ନିୟମ ମୁତାବକ ଯଦି ଆପଣ ଡାଟା, ଭଏସ୍, ଏସଏମଏସ କିମ୍ବା ଅନ୍ୟ କୌଣସି ସେବା ବ୍ୟବହାର କରନ୍ତି ନାହିଁ ଏବଂ ରିଚାର୍ଜ ମଧ୍ୟ କରନ୍ତି ନାହିଁ, ତେବେ ଆପଣଙ୍କର ସିମ୍ କାର୍ଡ ୯୦ ଦିନ ପରେ ନିଷ୍କ୍ରିୟ ହୋଇଯାଏ ।

ଟେଲିକମ୍ ଅପରେଟର ସେହି ନମ୍ବରକୁ ଡିରେଜିଷ୍ଟର କରି ଅନ୍ୟ ୟୁଜରଙ୍କୁ ଜାରି କରାଇ ପାରନ୍ତି । ହେଲେ ଏପରି ସ୍ଥିତିକୁ ଏଡ଼ାଇ ପାରିବେ ୟୁଜର । ଏଥିପାଇଁ ଆପଣଙ୍କୁ ଅତି କମରେ ୨୦ ଟଙ୍କା ଆପଣଙ୍କ ଆକାଉଣ୍ଟରେ ରଖିବାକୁ ପଡିବ । ଏହାର ଅର୍ଥ ଯଦି ଆପଣ ୯୦ ଦିନ ପାଇଁ କୌଣସି ସିମ କାର୍ଡରୁ କଲ କରୁନାହାନ୍ତି କି ମେସେଜ କରୁନାହାନ୍ତି, ତେବେ ଆପଣଙ୍କ ଆକାଉଣ୍ଟରୁ ମାତ୍ର ୨୦ ଟଙ୍କା କଟିବ ଏବଂ ଆପଣଙ୍କର ସିମ୍ କାର୍ଡର ବୈଧତା ୩୦ ଦିନ ପାଇଁ ବୃଦ୍ଧି କରାଯିବ ।

ଏହା ପରେ ଆଗାମୀ ୩୦ ଦିନ ପରେ ପୁଣି ୨୦ ଟଙ୍କା କଟାଯିବ ଏବଂ ବୈଧତା ବୃଦ୍ଧି ପାଇବ । ଯେପର୍ଯ୍ୟନ୍ତ ଆପଣଙ୍କ ଆକାଉଣ୍ଟରେ ଟଙ୍କା ଅଛି ଏହି ପ୍ରକ୍ରିୟା ଜାରି ରହିବ । ଏହାର ଅର୍ଥ ହେଉଛି ଯେ ଆପଣ ଆପଣଙ୍କର ସେକେଣ୍ଡାରୀ ସିମ୍ କାର୍ଡକୁ ମାସିକ ୨୦ ଟଙ୍କା ଖର୍ଚ୍ଚରେ ସକ୍ରିୟ ରଖିପାରିବେ । ଯଦି ଆପଣଙ୍କ ଆକାଉଣ୍ଟରେ କୌଣସି ବାଲାନ୍ସ ନାହିଁ ତେବେ ଆପଣଙ୍କୁ ୧୫ ଦିନର ଗ୍ରେସ ପିରିୟଡ ମିଳିବ । ଏହି ୧୫ ଦିନ ମଧ୍ୟରେ ରିଚାର୍ଜ ନକଲେ ସିମ୍ କାର୍ଡ ନିଷ୍କ୍ରିୟ ହୋଇଯିବ ।

ଟ୍ରାଇର ଏହି ନିୟମ ନୂଆ ନୁହେଁ । ମାର୍ଚ୍ଚ ୨୦୧୩ ରେ ଟ୍ରାଇ ଏହି ନିୟମ ଜାରି କରିଥିଲା କିନ୍ତୁ ଟେଲିକମ୍ କମ୍ପାନୀଗୁଡିକ ଏହାକୁ ଅନୁସରଣ କରୁନଥିଲେ । ଜିଓ, ଏୟାରଟେଲ ଏହି ନିୟମ ବିଷୟରେ ନିଜ ୱେବସାଇଟରେ ସୂଚନା ଦେଇଛନ୍ତି । ତେବେ ଆପଣ ଜାଣିବା ଉଚିତ ୨୦ ଟଙ୍କା ବାଲାନ୍ସ ହେତୁ ସିମ୍ ସକ୍ରିୟ ରହିବ । ଏଥିରେ ଇନକମିଂ, ଆଉଟଗୋଇଗିଂ କଲ ଓ ଅନ୍ୟାନ୍ୟ ସେବାଗୁଡିକର ବୈଧତା ସହିତ କୌଣସି ସମ୍ପର୍କ ନାହିଁ । ଏହାର ଅର୍ଥ ହେଉଛି ସିମ୍ କାର୍ଡ ୨୦ ଟଙ୍କା ପାଇଁ ସକ୍ରିୟ ରହିବ, କିନ୍ତୁ ଆପଣ ଅନ୍ୟାନ୍ୟ ସେବାର ଲାଭ ଉଠାଇ ପାରିବେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rs.20 Recharge Plans Launched for Jio, Vi and Airtel | Argus News